ETV Bharat / bharat

Har Ghar Tiranga Campaign: BJP-RSSକୁ ଟାର୍ଗେଟ କଲେ ରାହୁଲ - ବିଜେପିକୁ ରାହୁଲଙ୍କ ଟାର୍ଗେଟ

ହର ଘର ତ୍ରିରଙ୍ଗା ମିଶନକୁ ନେଇ କେନ୍ଦ୍ର ସରକାର, ବିଜେପି ଏବଂ RSS ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କଂଗ୍ରେସକୁ ପାଟଲା ଟାର୍ଗେଟ କଲା ବିଜେପି । ତେବେ ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଛି ଦେଶ । ଏହି ପରିପ୍ରେକ୍ଷୀରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Har ghar tiranga campaign: BJP ଓ RSSକୁ ଟାର୍ଗେଟ କଲେ ରାହୁଲ

author img

By

Published : Aug 4, 2022, 4:41 PM IST

ନୂଆଦିଲ୍ଲୀ: ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଛି ଦେଶ । ଏହି ପରିପ୍ରେକ୍ଷୀରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ବିଜେପି ଓ ରାଷ୍ଟ୍ରୀୟ ସଂୟ ସେବକ ସଂଘକୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

କର୍ଣ୍ଣାଟକ ଗସ୍ତ ସମୟରେ ରାହୁଲ, ସେଠାରେ ଖଦିଗ୍ରାମ କର୍ମଚାରୀଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଥିଲେ । ଏହି ଅବସରରେ ସେ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ହର ଘର ତ୍ରିରଙ୍ଗା’ ମିଶନକୁ ନେଇ କଡା ଟିପ୍ପଣୀ କରିଥିଲେ । ରାହୁଲ କହିଥିଲେ, ‘‘ବିଜେପି ଏପରି ଏକ ସଂଗଠନରୁ ସୃଷ୍ଟି ହୋଇଛି, ଯିଏ ଦେଶ ସ୍ବାଧୀନ ହେବାର 52 ବର୍ଷ ପର୍ଯ୍ୟନ୍ତ ମଧ୍ୟ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ପତକା ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତି ନଥିଲା । ସ୍ବାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ସେମାନେ କଂଗ୍ରେସକୁ ରୋକି ପାରି ନଥିଲେ । ଏବେ କ’ଣ ସେମାନେ କଂଗ୍ରେସକୁ ରୋକିବେ ।’’

ବିଜେପି ମଧ୍ୟ କଂଗ୍ରସ ଉପରେ ପାଲଟା ଆକ୍ରମଣ କିରଛି । ଦଳ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ସ୍ବାଧୀନ ଭା଼ରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ତ୍ରିରଙ୍ଗା ଧରିଥିବା ଫଟୋ ରଖି କଂଗ୍ରେସକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ବିଜେପି କହିଛି, କଂଗ୍ରସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପରିବାରରୁ ବାହରକୁ ଯାଇ ଚିନ୍ତା କରିବା ଆବଶ୍ୟକ । କଂଗ୍ରେସ ମଧ୍ୟ ଦଳୀୟ ନେତାଙ୍କୁ ତ୍ରିରଙ୍ଗା ସହ ଫଟୋ ଲଗାଇବାକୁ ଅନୁମତି ଦେଉ ବୋଲି ବିଜେପି କହିଛି ।

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ସମସ୍ତ ନେତା ଓ ନିର୍ବାଚିତ ସାଂସଦ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ଲଗାଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶବ୍ୟାପୀ ବିଜେପି ନେତାମାନେ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରୁଛନ୍ତି । କିଛି ମନ୍ତ୍ରୀ ତ୍ରିରଙ୍ଗା ରାଲି କରି ସଂସଦକୁ ମଧ୍ୟ ଆସିଛନ୍ତି । ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ହର ଘର ତ୍ରିରଙ୍ଗା ଆଭିଯାନକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.