ETV Bharat / bharat

'କୌଣସି ଦିନ ଦେଶରେ ତୈଳ ଦର ନ ବଢିବା ସବୁଠୁ ବଡ ଖବର ହେବ'

author img

By

Published : Jun 18, 2021, 1:14 PM IST

ବିଗତ କିଛି ମାସ ଧରି ଦେଶରେ ଲଗାତାର ତୈଳ ଦର ବୃଦ୍ଧି ନେଇ ମୋଦି ସରକାରକୁ ରାହୁଲଙ୍କ ସମାଲୋଚନା । ଦେଶରେ ତୈଳ ଦର ବଢିବା ଖବର ନୁହେଁ, କୌଣସି ଦିନ ନ ବଢିବା ସବୁଠୁ ବଡ ଖବର ହେବ ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ...

'କୌଣସି ଦିନ ଦେଶରେ ତୈଳ ଦର ନ ବଢିବା ସବୁଠୁ ବଡ ଖବର ହେବ'
'କୌଣସି ଦିନ ଦେଶରେ ତୈଳ ଦର ନ ବଢିବା ସବୁଠୁ ବଡ ଖବର ହେବ'

ନୂଆଦିଲ୍ଲୀ: ତୈଳ ଦର ଅହେତୁକ ବୃଦ୍ଧି ନେଇ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ । ମୋଦି ସରକାରରେ ବିକାଶର ଅବସ୍ଥା ଏଭଳି ଯେ ଯଦି କୌଣସି ଦିନ ପେଟ୍ରୋଲ-ଡିଜେଲ ଦର ନ ବଢେ, ତାହାହେଲେ ଏହା ସବୁଠୁ ବଡ ଖବର ହେବ । ପିଏମ ମୋଦିଙ୍କୁ ସମାଲୋଚନା କରି ନିଜ ଟ୍ବିଟର ହ୍ୟାଣ୍ଡେଲରେ ରାହୁଲ ଏଭଳି ଟ୍ବିଟ୍ କରିଛନ୍ତି ।

  • मोदी सरकार के विकास का ये हाल है कि अगर किसी दिन पेट्रोल-डीज़ल के दाम ना बढ़ें तो ज़्यादा बड़ी ख़बर बन जाती है!#FuelPriceHike

    — Rahul Gandhi (@RahulGandhi) June 18, 2021 " class="align-text-top noRightClick twitterSection" data=" ">

ଗତ କିଛି ମାସ ଧରି ଦେଶରେ ଲଗାତାର ପେଟ୍ରୋଲ ଡିଜେଲ ଦାମ୍ ବଢିବାରେ ଲାଗିଛି । ଆଜି(ଶୁକ୍ରବାର) ପୁଣି ପେଟ୍ରୋଲ ଦର 26-27 ପଇସା ଏବଂ ଡିଜେଲ ଦର 28-30 ପଇସାକୁ ବୃଦ୍ଧି ପାଇଛି । କେତେକ ରାଜ୍ୟରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ 100 ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ଲିଟର 90ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଏହାକୁ ଭିତ୍ତିକରି କଂଗ୍ରେସ ଲୋକସଭା ସାଂସଦ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି । ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ବଢିବା ବଡ କଥା ନୁହେଁ, ଯଦି କୌଣସି ଦିନ ପେଟ୍ରୋଲ ଦର ନ ବଢେ, ତାହା ସବୁଠୁ ବଡ ଖବର ହେବ ବୋଲି ରାହୁଲ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ତୈଳ ଦର ବୃଦ୍ଧି ନେଇ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.