ETV Bharat / bharat

'କେନ୍ଦ୍ରର ଭ୍ୟାକ୍ସିନ ରଣନୀତି ବିମୁଦ୍ରୀକରଣଠୁ କିଛି କମ ନୁହେଁ'

author img

By

Published : Apr 21, 2021, 12:57 PM IST

କେନ୍ଦ୍ରର ପ୍ରସ୍ତୁତ ଭ୍ୟାକ୍ସିନ ରଣନୀତି ବିମୁଦ୍ରୀକରଣଠାରୁ କିଛି କମ ନୁହେଁ ବୋଲି କହି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତ ରଣନୀତି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ରର ପ୍ରସ୍ତୁତ ଭ୍ୟାକ୍ସିନ ରଣନୀତି ବିମୁଦ୍ରୀକରଣଠାରୁ କିଛି କମ ନୁହେଁ ବୋଲି କହିଛନ୍ତି ରାହୁଲ ।

କେନ୍ଦ୍ରର ଏହି ଭ୍ୟାକ୍ସିନ ରଣନୀତି ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି । ଭ୍ୟାକ୍ସିନ ପାଇଁ ଲମ୍ବା ଲାଇନ ଲଗାଇଛନ୍ତି ଲୋକ । ଏ ରଣନୀତି ପାଇଁ ସେମାନଙ୍କ ଧନ,ଜୀବନ ହିଁ କ୍ଷତି ହେଉଛି । ଏଥିରେ ଆଉ କାହାର କିଛି ହେବନି ଶେଷରେ କିଛି ଉଦ୍ୟୋଗପତି ହିଁ ଲାଭବାନ ହେବେ ବୋଲି ନିଜ ଟ୍ବିଟରେ କହିଛନ୍ତି ରାହୁଲ । ସରକାରଙ୍କ ଏହି ଭ୍ୟାକ୍ସିନ ଯୋଜନା ସାଧାରଣ ଲୋକଙ୍କ ହିତରେ ନୁହେଁ ବରଂ କିଛି ଉଦ୍ୟୋଗପତିଙ୍କ କୋଟିପତି କରାଇବା । ଏହା ବିମୁଦ୍ରୀକରଣଠାରୁ କିଛି କମ ନୁହେଁ ବୋଲି କହି କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ।

ପ୍ରକାଶ ଥାଉ କି, ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଏହି ମହାମାରୀ ସମୟରେ ଲୋକମାନେ ଯେତେବେଳେ ଅକ୍ସିଜେନ ଅଭାବ, ମେଡିସିନ ଓ ହସ୍ପିଟାଲ ବେଡ ପାଇଁ କାନ୍ଦୁଛନ୍ତି କେନ୍ଦ୍ରର ନେତାମାନେ ନିର୍ବାଚନ ରାଲିରେ ହସୁଛନ୍ତି ।

ସଂକ୍ରମଣ ବଢୁଥିବାରୁ ଦେଶର ସମସ୍ତ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ବେଡ,ଅକ୍ସିଜେନ ଓ ଔଷଧ ନ ପାଇ ଲୋକେ ଚିତ୍କାର କରୁଛନ୍ତି । କିନ୍ତୁ ଏପରି ପରିସ୍ଥିତିରେ ବି କେନ୍ଦ୍ର ସରକାର ରାଲି ଓ ପ୍ରଚାରର ବ୍ୟସ୍ତ। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି‘ ବର୍ତ୍ତମାନ ସମୟରେ ମଧ୍ୟ ସେମାନେ ରାଲି କରୁଛନ୍ତି । ରାଲିର ଷ୍ଟେଜ ଉପରେ ସେମାନେ ହସୁଛନ୍ତି । ଲୋକେ ଅକ୍ସିଜେନ, ବେଡ, ଔଷଧ ପାଇଁ କାନ୍ଦୁଛନ୍ତି ଓ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି । ଆଉ ସେହି ସମୟରେ ସେମାନେ କିପରି ବିଶାଳ ରାଲି କରି ହସିପାରୁଛନ୍ତି । ’ଭ୍ୟାକ୍ସିନ ଉତ୍ପାଦନରେ ଭାରତ ଆଗରେ ରହିଛି ତେବେ ଦେଶରେ ଭ୍ୟାକ୍ସିନର ଅଭାବ କାହିଁକି ଦେଖା ଦେଇଛି । କୋରୋନା ନିୟନ୍ତ୍ରଣରେ ସରକାରଙ୍କ ରଣନୀତି ଫଳପ୍ରଦ ନୁହେଁ ବୋଲି କହିଛନ୍ତି ପ୍ରିୟଙ୍କା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.