ETV Bharat / bharat

ଭାରତ ଯୋଡୋ ଯାତ୍ରା ବନ୍ଦ କରି ଗୁଜୁରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ ରାହୁଲ

author img

By

Published : Oct 17, 2022, 8:28 PM IST

ରାହୁଲଙ୍କୁ ଭାରତ ଯୋଡୋ ଯାତ୍ରା ବନ୍ଦ କରି ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଫୋକସ କରିବାକୁ ପରାମର୍ଶ ଦେଲେ ବରିଷ୍ଠ ନେତା ତଥା ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନ୍ସିକୋ ସାରଦିନା (Francisco Sardinha on Bharat Jodo yatra )। କହିଲେ କଂଗ୍ରେସ ଏକମାତ୍ର ଦଳ ବିଜେପିକୁ ପରାଜିତ କରିପାରିବ । ଅଧିକ ପଢନ୍ତୁ

‘ଭାରତ ଯୋଡୋ ଯାତ୍ରା ବନ୍ଦ କରି ଗୁଜୁରାଟ ହିମାଚଳ ପ୍ରଦେଶ ଯାଆନ୍ତୁ ରାହୁଲ’
‘ଭାରତ ଯୋଡୋ ଯାତ୍ରା ବନ୍ଦ କରି ଗୁଜୁରାଟ ହିମାଚଳ ପ୍ରଦେଶ ଯାଆନ୍ତୁ ରାହୁଲ’‘ଭାରତ ଯୋଡୋ ଯାତ୍ରା ବନ୍ଦ କରି ଗୁଜୁରାଟ ହିମାଚଳ ପ୍ରଦେଶ ଯାଆନ୍ତୁ ରାହୁଲ’

ପାନାଜୀ: ଏବେ କଂଗ୍ରେସ ଜାରି ରଖିଥିବା ‘ଭାରତ ଯୋଡୋ ଯାତ୍ରା’ ବନ୍ଦ କରି ରାହୁଲ ଗାନ୍ଧୀ ବିଧାନସଭା ନିର୍ବାଚନ ଥିବା ଗୁଜରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ । ରାହୁଲ ଗାନ୍ଧୀଙ୍କୁ ଏମିତି କିଛି ପରାମର୍ଶ ଦେଇଛନ୍ତି ଦଳର ସାସଂଦ ତଥା ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନ୍ସିକୋ ସାରଦିନା (Francisco Sardinha on Bharat Jodo yatra )। ଏବେ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ, ଏପରି ସମୟରେ ରାହୁଲ ଯାତ୍ରା ବନ୍ଦ କରି ସେଠାକୁ ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି, କଂଗ୍ରେସ ହେଉଛି ଗୋଟିଏ ଦଳ ଯାହା ଭାରତୀୟ ଜନତା ପାର୍ଟିକୁ ପରାଜିତ କରିପାରିବାର କ୍ଷମତା ରଖିଛି । କଂଗ୍ରେସ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ ଯୋଡୋ ଯାତ୍ରାର ଆୟୋଜନ କରିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କାଶ୍ମୀରରେ ଶେଷ ହେବାକୁ ଯାଉଛି । ଏହି ଯାତ୍ରା ୧୫୦ ଦିନରେ 3,570 କିମି ଅତିକ୍ରମ କରି ଶେଷରେ କାଶ୍ମୀରରେ ଶେଷ ହେବାକୁ ଥିବା ବେଳେ ଯାତ୍ରାର ନେତୃତ୍ବ ନେଉଛନ୍ତି ରାହୁଲ ଗାନ୍ଧୀ ।

ସାରଦିନା କହିଛନ୍ତି, ଦଳ ପକ୍ଷରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ ବେଶ ଫଳପ୍ରଦ ହେବାକୁ ଯାଉଛି । ରାହୁଲ ମଧ୍ୟ ଯାତ୍ରାର ପ୍ରଭାବୀ ନେତୃତ୍ବ ନେବାରେ ଲାଗିଛନ୍ତି । ବର୍ତ୍ତମାନ କିନ୍ତୁ ସେ ସେ ଯାତ୍ରାରୁ ସାମୟିକ ବିରତି ନେଇ ବିଧାନସଭା ନିର୍ବାଚନ ସନ୍ନିକଟ ଗୁଜୁରାଟ ଓ ହିମାଚଳ ପ୍ରଦେଶ ଉପରେ ଗୁରୁତ୍ବ ଦିଅନ୍ତୁ । କାରଣ କଂଗ୍ରେସ ହେଉଛି ଏକ ମାତ୍ର ଦଳ ଯାହାକି ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ଜନତା ପାର୍ଟିକୁ ପରାଜିତ କରିପାରିବ । ଆଜି ଦଳୀୟ ହାଇକମାଣ୍ଡ ନିର୍ବାଚନରେ ମତଦାନ କରିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଥିଲେ ସାରଦିନା ।

ହିମାଚଳ ପ୍ରଦେଶରେ ନଭେମ୍ବର ୧୨ ରେ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖରେ ଗଣତି ଓ ଫଳାଫଳ ପ୍ରକାଶନ ହେବାର କାର୍ଯ୍ୟସୂଚୀ ସ୍ଥିରକୃତ ହୋଇଛି । ସେହିପରି ଚଳିତ ବର୍ଷ ଡିସେମ୍ବରେ ଗୁଜୁରାଟରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ଏହି ଦୁଇ ରାଜ୍ୟରେ ନିର୍ବାଚନ ଥିଲେ ସୁଦ୍ଧା ବିଧାନସଭା ନିର୍ବାଚନ ପରିବର୍ତ୍ତେ ୨୦୨୪ ସାଧାରଣ ନିର୍ବାଚନକୁ କଂଗ୍ରେସ ଅଧିକ ଗୁରୁତ୍ବ ଦେବା ପରି ଅନୁଭବ ହେଉଛି । ରାହୁଲ ଗାନ୍ଧୀ ମଧ୍ୟ ଦଳୀୟ ହାଇକମାଣ୍ଡ ନିର୍ବାଚନରେ କୌଣସି ଆଗ୍ରହ ନଦେଖାଇ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ରହିଛନ୍ତି । ରାହୁଲଙ୍କ ନେତୃତ୍ବରେ ଏହି ଯାତ୍ରା ଏବେ ଦକ୍ଷିଣର ୩ ରାଜ୍ୟ ପରିକ୍ରମା ଶେଷ କରିବାକୁ ବସିଲାଣି । ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ ଅତିକ୍ରାନ୍ତ କରି କର୍ଣ୍ଣାଟକରେ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.