ETV Bharat / bharat

Rahul Gandhi cooks Mutton: ଲାଲୁଙ୍କ ସିକ୍ରେଟ ଜାଣିଲେ ରାହୁଲ, ମିଶିକି ତିଆରି କଲେ ମଟନ

author img

By ETV Bharat Odisha Team

Published : Sep 3, 2023, 8:46 AM IST

ଲାଲୁଙ୍କ ସହ ରାହୁଲଙ୍କ ସ୍ବତନ୍ତ୍ର ସାକ୍ଷାତକାର । ମଟନ ରୋଷେଇ କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Gandhi preparing Champaran mutton
Rahul Gandhi preparing Champaran mutton

ନୂଆଦିଲ୍ଲୀ: ଦିଲ୍ଲୀରେ ଆରଜେଡି ସୁପ୍ରିମେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାକୁ ଭେଟିଲେ ରାହୁଲ ଗାନ୍ଧୀ । ଲାଲୁଙ୍କ ଘରେ ପହଞ୍ଚି ମଟନ ରୋଷେଇ କଲେ ରାହୁଲ । ଯାହାର ଏକ ଭିଡିଓ ରାହୁଲ ଗାନ୍ଧୀ ଏକ୍ସରେ ସେୟାର କରିଛନ୍ତି । ଯେଉଁଥିରେ ସେ ମଟନ ରୋଷେଇ କରିବା ସହ ଲାଲୁ ପ୍ରସାଦଙ୍କ ସହ ଭୋଜନ ଓ ରାଜନୀତି ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଗତ ଅଗଷ୍ଟ 4 ତାରିଖରେ ଏହି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ।

  • लोकप्रिय नेता, लालू जी से उनकी सीक्रेट रेसिपी और ‘राजनीतिक मसाले’ पर दिलचस्प बातचीत हुई।

    ग़रीबों, वंचितों, अल्पसंख्यकों और महिलाओं के लिए INDIA की सोच एक है - समानता, प्रगति और सशक्तिकरण।

    लालू जी से मेरी ख़ास मुलाक़ात का पूरा वीडियो यूट्यूब पर देखें: https://t.co/5RbVDqVfY0 pic.twitter.com/59jekdEBgQ

    — Rahul Gandhi (@RahulGandhi) September 2, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-ବିଲରେ ଚାଷୀଙ୍କ ସହ କଥା ହେଲେ ରାହୁଲ: ହଳ କଲେ, ତଳି ବି ରୋଇଲେ

ଭିଡିଓଟିକୁ ଏକ୍ସରେ ସେୟାର କରି ରାହୁଲ ଲେଖିଛନ୍ତି ଯେ, ଲାଲୁ ପ୍ରସାଦଙ୍କ ସିକ୍ରେଟ ରେସିପି ଓ ରାଜନୈତିକ ଉପରେ ଏକ କୌତୁହଳପୂର୍ଣ୍ଣ ବାର୍ତ୍ତାଳାପ । ଗରିବ, ସଂଖ୍ୟାଲଘୁ ଏବଂ ମହିଳାଙ୍କ ପାଇଁ ଇଣ୍ଡିଆ ମେଣ୍ଟର ଦୃଷ୍ଟିକୋଣ ଏକ । ସମାନତା, ପ୍ରଗତି ଏବଂ ସଶକ୍ତିକରଣ । ଲାଲୁ ଜୀ ସହିତ ମୋର ସ୍ବତନ୍ତ୍ର ସାକ୍ଷାତକାର ଦେଖନ୍ତୁ ।

ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ରାହୁଲ ଗାନ୍ଧୀ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଲାଲୁ ରାହୁଲଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ । ଏହାପରେ ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ ମଟନ ରୋଷେଇ କରିଥିଲେ ରାହୁଲ । ଏହି ଭିଡିଓଟିକୁ ଶନିବାର ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି ରାହୁଲ ଗାନ୍ଧୀ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲ ଗାନ୍ଧୀ ଲାଲୁ ପ୍ରସାଦ ଯାଦବ ଭଲ ରୋଷେଇ କରୁଥିବା କହୁଛନ୍ତି । ଏହାପରେ ସେ ମଟନ ରୋଷେଇ ପାଇଁ ମସଲା ପ୍ରସ୍ତୁତ କରୁଛନ୍ତି । ଏହି ସମୟରେ ଲାଲୁ ମଧ୍ୟ ତାଙ୍କ ପାଖରେ ଉପସ୍ଥିତ ରହି ମଟର ତିଆରି କରିବାର ପ୍ରଣାଳୀ ଶିଖାଉଛନ୍ତି । ଭିଡିଓରେ ଶୁଣିବାକୁ ମିଳୁଛି ଯେ, ସବୁକୁ ମିକ୍ସ କରି ମଟନ ରୋଷେଇ କରିବା ଓ ରାଜନୀତି ମଧ୍ୟରେ କଣ ଫରକ ବୋଲି ରାହୁଲ ଲାଲୁଙ୍କୁ ପ୍ରଶ୍ନ କରୁଛନ୍ତି । ଏହାର ଉତ୍ତରରେ ଲାଲୁ କହୁଛନ୍ତି ବିନା ମିକ୍ସରେ ରାଜନୀତି ହୋଇପାରିବ ନାହିଁ । ଏହାପରେ ରାହୁଲ ଗାନ୍ଧୀ ଓ ଲାଲୁଙ୍କ ମଧ୍ୟରେ ରାଜନୀତିକୁ ନେଇ କିଛି ସମୟ ଆଲୋଚନା ହୋଇଥିଲା । ରାହୁଲଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ରଖିଥିଲେ ଲାଲୁ।

ଗତ ଜୁଲାଇ ମାସରେ ରାହୁଲ ଗାନ୍ଧୀ କ୍ଷେତରେ ତଳି ରହୁଥିବାର ଖବର ସାମ୍ନାକୁ ଆସିଥିଲା । ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିବା ବେଳେ ହଠାତ ହରିୟାଣାର ମଦିନା ଓ ବରୋଦା ଗ୍ରାମର ଏକ ଚାଷ ଜମିରେ ପହଞ୍ଚିଥିଲେ । ସେଠାରେ ଚାଷୀଙ୍କ ସହ କଥା ହେବା ପରେ ନିଜେ ଚାଷ କାର୍ଯ୍ୟ କରିଥିଲେ । ରାହୁଲ ଗାନ୍ଧୀଙ୍କୁ କ୍ଷେତରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଚାଷ କରୁଥିବା ଉଭୟ ମହିଳା ଓ ପୁରୁଷ ଚାଷୀ । ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁରେ ସେ ଟ୍ରକରେ ବସିଥିବା ଦେଖିବାକୁ ମିଳିଥିଲା । ରାତ୍ରି ସମୟରେ ଟ୍ରକରେ ଡ୍ରାଇଭରଙ୍କ ସିଟ୍ ପାଖରେ ବସି ବଲୁଥିଲେ ରାହୁଲ । ହରିୟାଣାର ଅମ୍ବାଲା ଜିଲ୍ଲାରୁ ଏହି ଭିଡିଓଟି ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.