ETV Bharat / bharat

Digvijaya Singh Surgical Strikes Statement: ରାହୁଲ କହିଲେ ସେନାଠୁ ପ୍ରମାଣ ମାଗେନି କଂଗ୍ରେସ

author img

By

Published : Jan 24, 2023, 5:04 PM IST

Updated : Jan 24, 2023, 6:26 PM IST

ଦିଗବିଜୟ ସିଂଙ୍କ ସର୍ଜିକାଲ ଷ୍ଟ୍ରାଇକ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ ଗାନ୍ଧୀ । ସିଧାସଳଖ ନିନ୍ଦା ନକରି କହିଲେ ଏହା ତାଙ୍କର ବ୍ୟକ୍ତିଗତ ମତ । କଂଗ୍ରେସ ଦଳ କେବେ ସେନା ଠାରୁ ପ୍ରମାଣ ମାଗିବାରେ ବିଶ୍ବାସ କରେନି । ଅଧିକ ପଢନ୍ତୁ

ଏକମତ ନୁହନ୍ତି ରାହୁଲ
ଏକମତ ନୁହନ୍ତି ରାହୁଲ

ହାଇଦ୍ରାବାଦ: ସର୍ଜିକାଲ ଷ୍ଟ୍ରାଇକର ସତ୍ୟତା ସମ୍ପର୍କରେ ପ୍ରଶ୍ନ ଉଠାଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଦେଇଥିବା ମନ୍ତବ୍ୟକୁ ଗ୍ରହଣ କରିନାହାନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ରାହୁଲ ଗାନ୍ଧୀ । ତେବେ ସେ ଦିଗବିଜୟଙ୍କ ମନ୍ତବ୍ୟକୁ ସିଧାସଳଖ ନିନ୍ଦା କରିନଥିବା ବେଳେ ସହମତି ମଧ୍ୟ ପ୍ରକାଶ କରିନାହାନ୍ତି । ରାହୁଲ କହିଛନ୍ତି, ଦିଗବିଜୟ ସିଂ ଦେଇଥିବା ମନ୍ତବ୍ୟକୁ ସେ ଗ୍ରହଣ କରୁନାହାନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ହୋଇଥିବ । କଂଗ୍ରେସ ଦଳର ମନ୍ତବ୍ୟ ନୁହେଁ । ଗତକାଲି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଦିଗବଜିୟଙ୍କ ମନ୍ତବ୍ୟରେ ଅସହମତି ପ୍ରକାଶ କରିଥିଲେ ।ଏପଟେ ବିବିସି ଡକ୍ୟୁମେଣ୍ଟାରୀ ପ୍ରସଙ୍ଗରେ ରାହୁଲ କହିଛନ୍ତି, ସତକୁ ସବୁଦିନ ପାଇଁ ଲୁଚା ଯାଇପାରିବ ନାହିଁ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ସମ୍ପର୍କିତ ପ୍ରଶ୍ନରେ ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି, ‘‘ଦିଗବିଜୟ ଦେଇଥିବା ମନ୍ତବ୍ୟକୁ ମୁଁ ଗ୍ରହଣ କରୁନାହିଁ । ଏହି ମନ୍ତବ୍ୟରେ ମୁଁ ଏକମତ ନୁହେଁ ଏହା ସ୍ପଷ୍ଟ । କୌଣସି ପ୍ରସଙ୍ଗରେ ଭାରତୀୟ ସୁରକ୍ଷା ବଳ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ ବୋଲି କଂଗ୍ରେସ ଦଳ ବିଶ୍ବାସ କରେ ।’’ ଏହା ପୂର୍ବରୁ ଦଳର ଅନ୍ୟ ଜଣେ ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ଦିଗବିଜୟଙ୍କ ମନ୍ତବ୍ୟରେ ଅସହମତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଦିଗବିଜୟଙ୍କ ମନ୍ତବ୍ୟ ଆସିବା ପରେ ଜୟରାମ ରମେଶ ଟ୍ବିଟ କରି ଏହାକୁ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ ଓ ଏହା କଂଗ୍ରେସର ଦଳୀୟ ଆଭିମୁଖ୍ୟ ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ସେହିପରି ଆହୁରି ମଧ୍ୟ ଜୟରାମ ରମେଶ କହିଥିଲେ,‘‘2014 ପୂର୍ବରୁ ମଧ୍ୟ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ କେନ୍ଦ୍ରରେ ଶାସନରେ ଥିବା ସମୟରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ଦେଶର ଜାତୀୟ ସ୍ବାର୍ଥରେ କରାଯାଉଥିବା କୌଣସି ସାମରିକ ଅପରେସନକୁ କଂଗ୍ରେସ ସର୍ବଦା ସମର୍ଥନ କରିଆସିଛି ଓ ଆଗକୁ ମଧ୍ୟ ସମର୍ଥନ ଜାରି ରଖିବ ।’’

ଗତକାଲି ଭାରତ ଯୋଡୋ ଯାତ୍ରା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରସଙ୍ଗ ଉଠାଇ ଭାରତୀୟ ଜନତା ପାର୍ଟି ସରକାରକୁ ଘେରିଥିଲେ । ସର୍ଜିକାଲ ଷ୍ଟ୍ରାଇକର ସତ୍ୟତା ନେଇ ସେ ପ୍ରଶ୍ନ ଉଠାଇବା ସହ 2019 ରେ ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ପାଇଁ ସରକାରଙ୍କ ଅବହେଳାକୁ ଦାୟୀ କରିଥିଲେ । କେନ୍ଦ୍ର ଏପର୍ଯ୍ୟନ୍ତ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରସଙ୍ଗରେ ପ୍ରକୃତ ତଥ୍ୟ ଦେଇନାହିଁ ବୋଲି ଦିଗବିଜୟ ଅଭିଯୋଗ କରିଥିଲେ ।

କଂଗ୍ରେସର ଏହି ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ, "କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଆତଙ୍କୀଙ୍କୁ ନିପାତ କରିଥିବା କଥା କହୁଛନ୍ତି, ହେଲେ ସେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ସେହିପରି 2019ରେ ପୁଲଓ୍ବାମାରେ କେନ୍ଦ୍ରୀୟ ଫୋର୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ରୋକାଯାଇ ପାରିଥାନ୍ତା, ଯଦି CRPF ଉପରେ ଆକ୍ରମଣ କରିଥିବା ଗାଡିକୁ ସଠିକ୍ ଯାଞ୍ଚ କରାଯାଇଥାନ୍ତା ।’’

ଦିଗବିଜୟ ଆହୁରି ମଧ୍ୟ କହିଥିଲେ, ସୁରକ୍ଷା ସମ୍ପର୍କିତ ବିପଦ ଥିବା କାରଣରୁ ଯବାନଙ୍କୁ କାଶ୍ମୀରରୁ ଦିଲ୍ଲୀ ଏୟାରଲିଫ୍ଟ କରିବା ପାଇଁ ତତ୍କାଳୀନ ସିଆରପିଏଫ ମହାନିର୍ଦ୍ଦେଶକ କେନ୍ଦ୍ରକୁ ଅନୁରୋଧ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ଏହାକୁ ଅଣଦେଖା କରିଥିଲେ । ପୁଲଓ୍ବାମା ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବା କାରଣରୁ ସମସ୍ତ ଗାଡି ମୋଟର ଚେକିଂ କରାଯାଇଥାଏ । ହେଲେ ଉକ୍ତ ଦିନ ଆତଙ୍କବାଦୀଙ୍କ ବିସ୍ଫୋରକ ଭର୍ତ୍ତି ଗାଡିକୁ କାହିଁକି ଚେକ୍‌ କରାଯାଇନଥିଲା ବୋଲି ଦିଗବିଜୟ ପ୍ରଶ୍ନ କରିଥିଲେ ।

ସେହିପରି ଏହି ଘଟଣାରେ 40 ସିଆରପିଏଫ ଯବାନ ଶହୀଦ ହେବା ଘଟଣାରେ ସରକାର ଥରେ ବି ସଂସଦରେ ଏହି ପ୍ରସଙ୍ଗରେ ତଥ୍ୟ ରଖିନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏପରି ମନ୍ତବ୍ୟ ଆସିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଧ୍ୟ କଂଗ୍ରେସକୁ କଡା ସମାଲୋଚନା କରାଯାଇଥିଲା । ଗତକାଲି ଜୟରାମ ରମେଶ ଖଣ୍ଡନ କରିବା ସହ ଏହା କଂଗ୍ରେସର ଦଳୀୟ ଆଭିମୁଖ୍ୟ ନୁହେଁ ବୋଲି କହିସାରିଥିବା ବେଳେ ଆଜି ରାହୁଲ ଗାନ୍ଧୀ ମଧ୍ୟ ଏହି ମନ୍ତବ୍ୟରେ ଅସହମତି ପ୍ରକାଶ କରିଛନ୍ତି । ଏହା ଦିଗବିଜୟଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହିବା ଦଳକୁ ଏଥିରୁ ବାଦ ରଖିଛନ୍ତି ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2023, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.