ETV Bharat / bharat

ହରିୟାଣା ଯାଇ ବଜରଙ୍ଗ ପୁନିଆଙ୍କୁ ଭେଟିଲେ ରାହୁଲ; ମୂଳା ଦେଇ ସ୍ବାଗତ କଲେ କୁସ୍ତିଯୋଦ୍ଧା

author img

By ETV Bharat Odisha Team

Published : Dec 27, 2023, 10:28 AM IST

Updated : Dec 27, 2023, 10:54 AM IST

Rahul Gandhi Meets Wrestlers: ସକାଳୁ ସକାଳୁ ହରିୟାଣା ଯାଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ
ରାହୁଲ ଗାନ୍ଧୀଙ୍କ ହରିୟାଣା ଗସ୍ତ

ଚଣ୍ଡିଗଡ଼: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କୁ ନେଇ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ କମୁନି ଅସନ୍ତୋଷ । ବ୍ରିଜଭୂଷଣଙ୍କ ଗିରଫ ଦାବିରେ ଅଡ଼ି ବସିଛନ୍ତି କୁସ୍ତିଯୋଦ୍ଧା । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି(ବୁଧବାର) ସକାଳୁ ସକାଳୁ ହରିୟାଣା ଇଜ୍ଜର ଜିଲ୍ଲାର ଛାରା ଗାଁ ଗସ୍ତ କରିଛନ୍ତି । ସେଠାରେ ବୀରେନ୍ଦ୍ର ଆର୍ଯ୍ୟ ଆଖଡ଼ାରେ ପହଞ୍ଚି ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟିଛନ୍ତି । ରାହୁଲ ଆଖଡ଼ାରେ ପହଞ୍ଚିବା ପରେ ତାଙ୍କୁ ଫୁଲତୋଡା ବଦଳରେ ତଟ୍‌କା ମୂଳା ଦେଇ କୁସ୍ତିଯୋଦ୍ଧାମାନେ ସ୍ବାଗତ କରିଥିଲେ । କଂଗ୍ରେସ ନେତା କୁସ୍ତିଯୋଦ୍ଧାଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ଏମିତିକ ପୁନିଆଙ୍କ ସହ ସେ କୁସ୍ତି ଅଭ୍ୟାସ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ରାହୁଲ ଗାନ୍ଧୀ କୁସ୍ତିଯୋଦ୍ଧାଙ୍କୁ ଭେଟି ତାଙ୍କର ଦିନଚର୍ଯ୍ୟା ପଚାରି ବୁଝିଥିଲେ । କହିରଖୁଛୁ କି, ଛାରା ଗାଁରେ କୁସ୍ତିଯୋଦ୍ଧା ଦୀପକ ପୁନିଆଙ୍କ ଘର । ଉଭୟ ଦୀପକ ଓ ବଜରଙ୍ଗ ପୁନିଆ ବୀରେନ୍ଦ୍ର ଆଖଡ଼ାରେ କୁସ୍ତି ଆରମ୍ଭ କରିଥିଲେ । ତେବେ ରାହୁଲଙ୍କ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀଠାରେ କୁସ୍ତିଯୋଦ୍ଧାମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରିୟଙ୍କା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ସହ କଥାବର୍ତ୍ତା ହୋଇ ସେମାନଙ୍କ ସମସ୍ୟା ବୁଝିଥିଲେ ଏବଂ କୁସ୍ତିଯୋଦ୍ଧାଙ୍କ ଲଢେଇରେ ସବୁପ୍ରକାର ସମର୍ଥନ ଦେବାକୁ ଆଶ୍ବାସନା ଦେଇଥିଲେ ।

  • #WATCH | Haryana: On Congress MP Rahul Gandhi visits Virender Arya Akhara in Chhara village of Jhajjar district, Wrestler Bajrang Poonia says, "He came to see our wrestling routine...He did wrestling...He came to see the day-to-day activities of a wrestler." pic.twitter.com/vh0aP921I3

    — ANI (@ANI) December 27, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Wrestlers vs Brij Bhushan: 'ଆମ ଲଢେଇ WFI ମୁଖ୍ୟଙ୍କ ବିରୋଧରେ, ସରକାରଙ୍କ ସହ ନୁହେଁ'

କୁସ୍ତିଯୋଦ୍ଧାମାନେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ତାଙ୍କର ଗିରଫଦାରୀ ଦାବି କରୁଛନ୍ତି । ସେମାନଙ୍କ କହିବା କଥା, ଯୌନ ଶୋଷଣ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ବିବାଦ ମଧ୍ୟରେ ଯେତେବେଳେ ବ୍ରିଜଭୂଷଣର ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ନିର୍ବାଚିତ ହେଲେ, ଏହାକୁ ବିରୋଧ କରି ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବଜରଙ୍ଗ ପୁନିଆ ନିଜର ପଦ୍ମଶ୍ରୀ ପୁରସ୍କାର କର୍ତ୍ତବ୍ୟପଥର ଫୁଟଫାଥ୍‌ରେ ଛାଡି ଆସିଥିଲେ ।

  • #WATCH | Haryana: On Congress MP Rahul Gandhi visits Virender Arya Akhara in Chhara village of Jhajjar district, Wrestling Coach Virendra Arya says, "Nobody told us that he's coming. We were practicing here and he came all of a sudden...He reached here around 6:15 am...He did… pic.twitter.com/j0eLrEz1zX

ପୁନିଆଙ୍କ ପରେ କୁସ୍ତିଯୋଦ୍ଧା ବିନେଶ ଫୋଗଟ ନିଜର ଅର୍ଜୁନ ଏବଂ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ପୁରସ୍କାର ଫେରାଇବାକୁ ଘୋଷଣା କଲେ । ଏସବୁ ଭିତରେ କୁସ୍ତିଯୋଦ୍ଧାଙ୍କ ସହ କଂଗ୍ରେସ ନେତାମାନଙ୍କ ଭେଟଘାଟ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଥମେ ଦୀପେନ୍ଦ୍ର ହୁଡ୍ଡା ଏବଂ ଭୂପେନ୍ଦ୍ର ହୁଡ୍ଡା କୁସ୍ତିଯୋଦ୍ଧାଙ୍କୁ ଭେଟିଥିଲେ । ଏହାପରେ ପ୍ରିୟଙ୍କା ଗାନ୍ଧୀ ଏବଂ ଏବେ ରାହୁଲ ମଧ୍ୟ ସେମାନଙ୍କୁ ଭେଟି ଆଲୋଚନା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2023, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.