ETV Bharat / bharat

ଚଳିତ ମାସରେ ବିଦେଶ ଯାତ୍ରା କରିପାରନ୍ତି ରାହୁଲ-ପ୍ରିୟଙ୍କା

author img

By

Published : Apr 10, 2022, 8:50 AM IST

ଚଳିତ ମାସରେ ବିଦେଶ ଯାତ୍ରା କରିପାରନ୍ତି ରାହୁଲ ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବା ନେଇ ସୂଚନା ।

ଚଳିତ ମାସରେ ବିଦେଶ ଯାତ୍ରା କରିପାରନ୍ତି ରାହୁଲ

ନୂଆଦିଲ୍ଲୀ: ଚଳିତ ମାସରେ ବିଦେଶ ଯାତ୍ରା କରିପାରନ୍ତି ରାହୁଲ ଗାନ୍ଧୀ(Rahul Gandhi likely to visit abroad this month) । ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଏହି ମାସରେ ବିଦେଶ ଗସ୍ତ କରିବେ । କିନ୍ତୁ ଦୁଇ ଜଣ ଭିନ୍ନ ଭିନ୍ନ ତାରିଖରେ ଏବଂ ଭିନ୍ନ ସ୍ଥାନକୁ ଯାତ୍ରା କରିବେ । ଗୋଟିଏ ପଟେ ଦେଶରେ କଂଗ୍ରେସ ଦଳ ଅସ୍ଥିତ୍ବ ହରାଉଥିବା ବେଳେ ଏହାରି ଭିତରେ ଭାଇ-ଭଉଣୀଙ୍କ ବିଦେଶ ଯାତ୍ରା ଖବର ଏବେ ସମାଲୋଚନାର ଶିକାର ହୋଇଛି ।

ନିକଟରେ ସରିଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ ପରାଜୟ ହୋଇଛି । ଏପରିକି କଂଗ୍ରେସ ଶାସିତ ପଞ୍ଜାବ ମଧ୍ୟ ଆପ୍ ହାତକୁ ଚାଲିଯାଇଛି । ସେହିପରି ଚଳିତ ବର୍ଷ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୫ ରାଜ୍ୟରେ କଂଗ୍ରେସ ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିବାବେଳେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ଦଳ ପାଇଁ କଡା ଚ୍ୟାଲେଞ୍ଜ ହେବାକୁ ଯାଉଛି ।

ସେପଟେ ଦୁଇ ରାଜ୍ୟ ପାଇଁ ଅନ୍ୟ ରାଜନୈତିକ ଦଳଗୁଡିକ ଏବେଠୁ ସଜବାଜରେ ଲାଗି ପଡିଛନ୍ତି । ହେଲେ ଏହି ସମୟରେ କଂଗ୍ରେସ ନେତା କିନ୍ତୁ ବିଦେଶ ଯାତ୍ରା କରୁଛନ୍ତି । କହିରଖୁଛି କି, ଗତ ୫ ମାସ ଭିତରେ ଏହା ହେଉଛି ରାହୁଲଙ୍କ ଦ୍ବିତୀୟ ବିଦେଶ ଗସ୍ତ । ସେ ଗତବର୍ଷ ଡିସେମ୍ବରରେ ଗୋଟିଏ ମାସ ପାଇଁ ବିଦେଶ ଯାତ୍ରା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.