ETV Bharat / bharat

Rahul Gandhi US visit: ଅନୁରାଗ ଠାକୁର କହିଲେ ଦେଶକୁ ଅପମାନିତ କରୁଛନ୍ତି ରାହୁଲ - ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ

ଆମେରିକାରେ ରାହୁଲ ଗାନ୍ଧୀ । କହିଲେ ଏବେ ଦେଶରେ ମୁସଲମାନଙ୍କ ଅବସ୍ଥା 80 ଦଶକର ଦଳିତଙ୍କ ପରି । ଅନୁରାଗ ଠାକୁର କଲେ ପାଲଟା ଆକ୍ରମଣ । କହିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରୟତାକୁ ସହ୍ୟ ନକରି ପାରି ଦେଶକୁ ଅପମାନିତ କରୁଛନ୍ତି ରାହୁଲ । ଅଧିକ ପଢନ୍ତୁ

Rahul Gandhi foreign visit: ପ୍ରଗତି ସମ୍ପର୍କରେ ପ୍ରଶ୍ନ ଉଠାଇ ଦେଶକୁ ଅପମାନିତ କରୁଛନ୍ତି ରାହୁଲ, କହିଲେ ଅନୁରାଗ ଠାକୁର

author img

By

Published : May 31, 2023, 5:55 PM IST

ନୂଆଦିଲ୍ଲୀ: ଲଣ୍ଡନ ଗସ୍ତ ପରି ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ଆରମ୍ଭରୁ ବିବାଦୀୟ ଓ ସମାଲୋଚିତ ହେବାରେ ଲାଗିଲାଣି । ଆଜି ଆମେରିକାର ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି । ରାହୁଲ ସର୍ବଦା ବିଦେଶ ଗସ୍ତରେ ଭାରତକୁ ଅପମାନିତ କରିବାରେ ଲାଗିଥିବା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଥିବା ସମ୍ମାନ ଓ ପ୍ରଂଶସାକୁ ରାହୁଲ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ସେ ଦେଶର ପ୍ରଗତି ସମ୍ପର୍କରେ ଏପରି ମନ୍ତବ୍ୟ ରଖି ଦେଶକୁ ଅପମାନିତ କରିବାରେ ଲାଗିଛନ୍ତି ।

  • #WATCH | During his foreign visits, Rahul Gandhi insults India. PM Modi met almost 24 PMs and Presidents of the world & held over 50 meetings during his foreign visit recently and when the Australian PM said that 'PM Modi is the Boss', Rahul Gandhi could not digest this: Union… pic.twitter.com/8A1jm4DiAd

    — ANI (@ANI) May 31, 2023 " class="align-text-top noRightClick twitterSection" data=" ">

ଅନୁରାଗ କହିଛନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ବିଦେଶ ଗସ୍ତରେ 24 ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ବିଦେଶୀ ରାଷ୍ଟ୍ରମୁଖ୍ୟମାନଙ୍କ ସହ 50 ରୁ ଅଧିକ ବୈଠକ ମଧ୍ୟ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ୍‌’ ବୋଲି ସମ୍ବୋଧନ କଲେ । ଇଟାଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ବର ଲୋକପ୍ରିୟ ନେତା ଭାବେ ଅବିହିତ କଲେ । ସେହିପରି ଜଣେ ପ୍ରଧାନମନ୍ତ୍ରୀ ସ୍ବାଗତ ସମୟରେ ମୋଦିଙ୍କ ପାଦ ଛୁଇଁ ପ୍ରଣାମ ମଧ୍ୟ କଲେ । ଏହାକୁ କଂଗ୍ରେସ ସହଜରେ ହଜନ କରିପାରୁନି । ଏବେ ଭାରତର ନେତୃତ୍ବରେ ବିଶ୍ବ ଏକ ସମ୍ଭାବନା ଦେଖୁଛି । ଯାହା ଗତ 75 ବର୍ଷ ମଧ୍ୟରେ ହୋଇନଥିଲା । 140 କୋଟି ନାଗରିକଙ୍କର ସେମାନଙ୍କ ନେତା ପ୍ରତି ଥିବା ସମ୍ମାନ କାରଣରୁ ଏହା ସମ୍ଭବ ହୋଇପାରିଛି । ତେଣୁ ରାହୁଲ ଗାନ୍ଧୀ ସେ ଦେଶର ପ୍ରଗତି ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଅପମାନିତ କରିବାରେ ଲାଗିଛନ୍ତି ବୋଲି ଠାକୁର କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ରାହୁଲ ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟ କରିସାରିଛନ୍ତି । ସେ ଭାରତକୁ ଏକ ଦେଶ ବୋଲି ବିଚାର କରନ୍ତି ନାହିଁ । ଏପରି ପ୍ରାୟୋଜିତ ବିଦେଶ ଗସ୍ତ କରି ରାହୁଲ କ’ଣ ହାସଲ କରିବାକୁ ଚାହୁଁଛନ୍ତି । କେବଳ ଏପରି ବିଦେଶରେ ଦେଶର ଛବିକୁ କାଦୁଅ ଫିଙ୍ଗୁଛନ୍ତି । ରାହୁଲଙ୍କ 1980 ମସିହାରେ ଦଳିତଙ୍କ ସହ ଯାହା ହୋଇଥିଲା, ତାହା ଏବେ ମୁସଲମାନଙ୍କ ସହ ହେଉଥିବା ମନ୍ତବ୍ୟକୁ ମଧ୍ୟ ଅନୁରାଗ ଠାକୁର କଡା ଭାଷାରେ ସାମାଲୋଚନା କରିଛନ୍ତି । 80 ଦଶକରେ ଅଧିକାଂଶ ସମୟ କଂଗ୍ରେସ ହିଁ ଉଭୟ କେନ୍ଦ୍ର ଓ ଉତ୍ତର ପ୍ରଦେଶରେ ଶାସନ ରହିଥିଲା ବୋଲି ଅନୁରାଗ କହିଥିଲେ ।

ଗତକାଲିଠାରୁ ଆମେରିକା ଗସ୍ତ କରିଥିବା ରାହୁଲ ଗାନ୍ଧୀ ଆଜି ସାନ ଫ୍ରାନ୍ସିସ୍କୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ସିଧା ସଳଖ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ନିଜକୁ ସର୍ବଜ୍ଞ ମନେ କରନ୍ତି । ସେ ବ୍ରହ୍ମାଣ୍ଡ କେମିତି ଚାଲେ, ତାହା ମଧ୍ୟ ଇଶ୍ବରଙ୍କୁ ଶିଖାଇ ଦେଇପାରିବେ ବୋଲି ନିଜକୁ ଭାବନ୍ତି । ସେହିପରି ତାଙ୍କ ଭାରତ ଯୋଡୋ ଯାତ୍ରାକୁ ମଧ୍ୟ ରୋକିବା ପାଇଁ ପ୍ରୟାସ କରାଯାଇଥିଲା । ହେଲେ ସେଥିରେ ସଫଳତା ମିଳିଲା ନାହିଁ ବୋଲି ରାହୁଲ କହିଥିଲେ । ଦେଶରେ ନୂଆ ସଂସଦ ଭବନର କୌଣସି ଆବଶ୍ୟକତା ନଥିବା ମଧ୍ୟ କହିବା ସହ ଦେଶରେ 1980 ରେ ଦଳିତଙ୍କ ଅବସ୍ଥା ଯାହା ଥିଲା, ଏବେ ମୁସଲମାନଙ୍କ ଅବସ୍ଥା ଠିକ ସେହିପରି ହୋଇଯାଇଛି ବୋଲି ରାହୁଲ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.