ETV Bharat / bharat

Parliament Winter Session: ମୃତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାହୁଲଙ୍କ ଦାବି - ରାହୁଲ ଗାନ୍ଧୀ ଖବର

ଆଜି ସଂସଦ ଶୀତ ଅଧିବେଶନରେ (Parliament Winter Session ) ଅନ୍ନଦାତାଙ୍କ ପାଇଁ କହିଛନ୍ତି ରାହୁଲ ଗାନ୍ଧୀ । ଚାଷୀ ଆନ୍ଦୋଳନରେ ପ୍ରାଣ ହାରିଥିବା ସମସ୍ତଙ୍କୁ ଚାକିରୀ ଓ କ୍ଷତିପୂରଣ ଦେବାକୁ ଲୋକସଭାରେ ଦାବି କରିଛନ୍ତି ରାହୁଲ । ଅଧିକ ପଢନ୍ତୁ

ମୃତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାହୁଲଙ୍କ ଦାବି

author img

By

Published : Dec 7, 2021, 3:15 PM IST

ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନରେ (Parliament Winter Session day ) ଅନ୍ନଦାତାଙ୍କ ପାଇଁ କହିଛନ୍ତି ରାହୁଲ ଗାନ୍ଧୀ । ଚାଷୀ ଆନ୍ଦୋଳନରେ ପ୍ରାଣ ହାରିଥିବା ସମସ୍ତଙ୍କୁ ଚାକିରୀ, ସେମାନଙ୍କ ଅଧିକାର ଓ କ୍ଷତିପୂରଣ ଦେବାକୁ ଲୋକସଭାରେ ଦାବି କରିଛନ୍ତି ରାହୁଲ ।

ସେ ଆହୁରି କହିଛନ୍ତି ପଞ୍ଜାବ ସରକାର ପାଖାପାଖି ୪୦୦ ଚାଷୀଙ୍କୁ ୫ ଲକ୍ଷର କ୍ଷତିପୂରଣ ଦେବା ସହିତ ୧୫୨ଜଣଙ୍କୁ ଚାକିରୀ ପ୍ରଦାନ କରିଛନ୍ତି । ମୋ ପାଖରେ ସେ ତାଲିକା ଅଛି । ଆମେ ହରିୟାଣାର 70 କୃଷକଙ୍କ ଆଉ ଏକ ତାଲିକା ପ୍ରସ୍ତୁତ କରିଛୁ । ହେଲେ ସରକାର କହୁଛନ୍ତି ତାଙ୍କ ପାଖରେ ମୃତ ଚାଷୀଙ୍କ ତାଲିକା ନାହିଁ ବୋଲି କହିଛନ୍ତି ରାହୁଲ । ସିଙ୍ଘୁ ସୀମାରେ ହୋଇଥିବା ଚାଷୀ ଆନ୍ଦୋଳନରେ ପ୍ରାୟ ୭୦୦ ଚାଷୀ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଏ ନେଇ କ୍ଷମା ମାଗିଛନ୍ତି ସେ ଜାଣିଛନ୍ତି ସେ ଭୁଲ କରିଛନ୍ତି । ହେଲେ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି ତାର ହିସାବ ରଖିନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ।

ପ୍ରକାଶ ଥାଉ କି, ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନରେ କୃଷକଙ୍କୁ ନେଇ ସରକାର ବଡ ବୟାନ ଦେଇଥିଲେ । ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ବାରମ୍ବାର କହି ଆସୁଛି । ବିରୋଧୀ ମଧ୍ୟ ସମାନ ଅଭିଯୋଗ କରୁଛନ୍ତି । ହେଲେ ଏହାକୁ ଖଣ୍ଡନ କରିଥିଲେ ଖୋଦ କୃଷିମନ୍ତ୍ରୀ । ଆନ୍ଦୋଳନ ବେଳେ କୌଣସି ଚାଷୀ ପ୍ରାଣ ହରାଇ ନାହାନ୍ତି। କୃଷି ମନ୍ତ୍ରଣାଳୟ କୌଣସି ପ୍ରକାରର ରେକର୍ଡ ରଖିନି। ତେଣୁ କ୍ଷତିପୂରଣ ସଂକ୍ରାନ୍ତରେ ପ୍ରଶ୍ନ ଉଠୁନାହିଁ ବୋଲି ଲୋକସଭାକୁ ଅବଗତ କରାଇଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar)।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.