ETV Bharat / bharat

Rahul Gandhi defamation case: ରାହୁଲଙ୍କ ରହିତାଦେଶ ଆବେଦନ, 20କୁ ସଂରକ୍ଷିତ ରହିଲା ରାୟ

author img

By

Published : Apr 13, 2023, 9:25 PM IST

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ସ୍ଥଗିତାଦେଶ ଆବେଦନ ମାମଲାର ରାୟ ସଂରକ୍ଷିତ । 20ରେ ଘୋଷଣା କରିବେ ସୁରଟ ଶେସନ କୋର୍ଟ । ଅଧିକ ପଢନ୍ତୁ

Rahul Gandhi defamation case: 20 କୁ ରାୟ ସଂରକ୍ଷିତ ରଖିଲେ ସୁରଟ କୋର୍ଟ

ଗାନ୍ଧୀନଗର: ମାନହାନୀ ମକଦ୍ଦମାରେ ଦଣ୍ଡିତ ହୋଇ ସାଂସଦ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରହିତାଦେଶ ଆବେଦନ ମାମଲାର ଆଜି ସୁରଟ କୋର୍ଟରେ ଶୁଣାଣି ସରିଛି । କୋର୍ଟ ଆଜି ଶୁଣାଣି ଶେଷ କରିଥିବା ବେଳେ 20 ତାରିଖକୁ ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇସାରିଥିବା ରାହୁଲଙ୍କ ପକ୍ଷରୁ ଆଜି ଶୁଣାଣି ହୋଇଥିବା ମାମଲା ଦାଏର ହୋଇଥିଲା । ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ପାଇସାରିଛନ୍ତି । ଉକ୍ତ ରାୟ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ ସୁରଟ ସତ୍ର ନ୍ୟାୟାଳୟରେ ଏହି ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । 20 ତାରିଖ ଉପରେ ସମସ୍ତଙ୍କ ନଜର ରହିଛି ।

ଆଜି ଶୁଣାଣିରେ ରାହୁଲଙ୍କ ଓକିଲ ତଳ କୋର୍ଟଙ୍କ ରାୟ ଓ ‘ମୋଦି ସାଙ୍ଗିଆ’ ମାମଲାରେ ତାଙ୍କ ବିରୋଧରେ ଦଣ୍ଡାଦେଶକୁ ଯଥାର୍ଥ ନୁହେଁ ବୋଲି ଦର୍ଶାଇ ଏଥିରେ ତୁରନ୍ତ ରହିତାଦେଶ ଜାରି କରିବାକୁ ନିବେଦନ କରିଥିଲେ । ଏହି ମାମଲାରେ ରାହୁଲଙ୍କୁ ମାତ୍ରାଧିକ ଦଣ୍ଡାଦେଶ ପ୍ରଦାନ କରାଯାଇଛି, ଯାହାର ଆବଶ୍ୟକତା ନଥିଲା ବୋଲି ତାଙ୍କ ଓକିଲ ଯୁକ୍ତି ବାଢିଥିଲେ । ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ମାର୍ଚ୍ଚ 23 ତାରିଖରେ ଏହି ମାମଲାରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଅବଶ୍ୟ ତାଙ୍କୁ ପରେ ବେଲ୍‌ ମିଳିଯିବାରୁ ସେ ଜେଲ୍‌ ଯିବାରୁ ବର୍ତ୍ତିଯାଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଅନ୍ତରୀଣ ଜାମିନ ଓ ପରେ ନିୟମିତ ଜାମିନ ପାଇବାରେ ରାହୁଲ ସଫଳ ହୋଇଥିଲେ । ହେଲେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁଁ ତାଙ୍କୁ ତୁରନ୍ତ ସାଂସଦ ପଦରୁ ବରଖାସ୍ତ କରାଯାଇଥିଲା । ଏହି ତ୍ବରିତ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ରାଜନୈତିକ ଆକ୍ରୋଶ ବୋଲି କହିଥିଲେ ।

ଏବେ ରାହୁଲ ପୁଣି ନିଜ ଦଣ୍ଡାଦେଶ ରାୟକୁ ସୁରଟ ଶେସନ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଆଜି ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖାଯାଇଛି । 20ରେ ଘୋଷଣା ହେବାକୁ ଥିବା ରାୟ ରାହୁଲଙ୍କ ରାଜନୈତିକ କ୍ୟାରିଅର ଉପରେ କ’ଣ ପ୍ରଭାବ ପକାଉଛି ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଏହି ନ୍ୟାୟିକ ଲଢେଇ ମଧ୍ୟରେ କୌଣସି ପରିସ୍ଥିତିରେ ରାହୁଲଙ୍କ ସଂସଦୀୟ ଆସନ ଓ୍ବାୟନାଡରେ ଉପନିର୍ବାଚନ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବାର ଆଶଙ୍କା କରୁଛି କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.