ETV Bharat / bharat

Rahul Gandhi Conviction: ରାଜନାଥ କହିଲେ ଶବ୍ଦ ଅସ୍ତ୍ରଠାରୁ ମଧ୍ୟ ମାରାତ୍ମକ

author img

By

Published : Mar 23, 2023, 5:33 PM IST

ରାହୁଲଙ୍କୁ ବିଜେପିର ବିଭିନ୍ନ ନେତାଙ୍କ ସମାଲୋଚନା । ରାଜନାଥ କହିଲେ ଶବ୍ଦ ଅସ୍ତ୍ରଠାରୁ ମଧ୍ୟ ମାରାତ୍ମକ, ରାହୁଲଙ୍କ ମନ୍ତବ୍ୟ ଦେଶ ଉପରେ ସର୍ବଦା କୁପ୍ରଭାବ ପକାଏ କହିଲେ ରିଜଜୁ । ପ୍ରିୟଙ୍କା କହିଲେ ମୋ ଭାଇ ସତ କହେ, ଆଗକୁ ମଧ୍ୟ କହିବ । ଅଧିକ ପଢନ୍ତୁ

ରାଜନାଥ କହିଲେ ଶବ୍ଦ ଅସ୍ତ୍ର ଠାରୁ ମଧ୍ୟ ମାରାତ୍ମକ

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ବ୍ୟବହାର କରି ନିଜ ସମାଲୋଚନାମୂଳକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରଟ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ଜାତୀୟ ରାଜନୀତି ପୁଣି ଥରେ ଉଷ୍ମ ହୋଇଛି । ରାହୁଲଙ୍କ ପାଇଁ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ସମର୍ଥନରେ ବାହାରି ଥିବା ବେଳେ ଭାରତୀୟ ଜନତା ପାର୍ଟିର ଏକାଧିକ ବରିଷ୍ଠ ନେତା ଏହି ପ୍ରସଙ୍ଗରେ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି, ରାହୁଲଙ୍କ ଏହି ରାୟରୁ ଶିକ୍ଷାଲାଭ କରିବା ଉଚିତ ଯେ, ଶବ୍ଦ ଅସ୍ତ୍ରଠାରୁ ମଧ୍ୟ ଅଧିକ ମାରାତ୍ମକ । ଶବ୍ଦ ଦ୍ବାରା ହେଉଥିବା ଆଘାତ ଖଣ୍ଡାର ଆଘାତଠାରୁ ମଧ୍ୟ ଆହୁରି ମଧିକ ଗଭୀର ବୋଲି ରାହୁଲ ତାହା ଅନୁଭବ କରନ୍ତୁ । ସେହିପରି ଏହି ରାୟରୁ ଆମେ ସମସ୍ତେ ଶିକ୍ଷାଲାଭ କରିବା ଉଚିତ ଯେ, ଆମେ ସର୍ବସାଧାରଣରେ ସ୍ଥାନରେ ମତ ରଖିବା ବେଳେ, ସୀମାରେଖା ଅତିକ୍ରମ କରିବା ଉଚିତ ନୁହେଁ ବୋଲି ରାଜନାଥ କହିଛନ୍ତି ।

ଅନ୍ୟତମ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜିନ ଖଡଗେଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ସୁରଟ କୋର୍ଟଙ୍କ ଏହି ରାୟକୁ ସମାଲୋଚନା କରିବା ସହ ଏହା ବିରୋଧରେ ଆଇନଗତ ଲଢେଇ ଲଢିବା ନେଇ କହିଥିଲେ ଖଡଗେ । ରବିଶଙ୍କର କହିଛନ୍ତି, ଦଳ ଆଇନକୁ ପକେଟରେ ରଖିବାକୁ ଚାହୁଁଛି । ସେହିପରି ଅନ୍ୟତମ ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ଆଇନ ମନ୍ତ୍ରୀ କିରଣ ରିଜଜୁ ମଧ୍ଯ ଏହି ପ୍ରସଙ୍ଗରେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ରିଜଜୁ କହିଛନ୍ତି, ରାହୁଲ ଯେତେବେଳେ ମନ୍ତବ୍ୟ ରଖନ୍ତି ତାହା ତାଙ୍କ ଦଳ କଂଗ୍ରେସ ଓ ସମଗ୍ର ଦେଶ ଉପରେ ଖରାପ ପ୍ରଭାବ ପକାଏ ।

ରାୟ ପ୍ରକାଶ ପାଇବା ପରେ ରାହୁଲ ନିଜେ ମଧ୍ଯ ଟ୍ବିଟ୍‌ କରିଛନ୍ତି । କହିଛନ୍ତି, ''ମୋ ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋ ଭଗବାନ । ଅହିଂସା ତାହାକୁ ହାସଲ କରିବାର ସାଧନା ।'' ଶେଷରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ ଲେଖିଛନ୍ତି ରାହୁଲ । ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି,‘‘ ଆରମ୍ଭରୁ ଏହା ଜଣାଥିଲା ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଜଣେ ପରେ ଜଣେ ବିଚାରପତିଙ୍କୁ ପରିବର୍ତ୍ତନ କରାଯାଇଥିଲା । ଆମର ନ୍ୟାୟ ଉପରେ ଭରସା ଅଛି । ଆମେ ଏ ନେଇ ଲଢିବୁ ।'' ସେହିପରି ଉଭଣୀ ତଥା ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭାଇକୁ ସମର୍ଥନ ଦେଇଛନ୍ତି । କହିଛନ୍ତି, ‘‘ମୋ ଭାଇ ସତ ପଥରେ ରହିଛନ୍ତି ଓ ସତ କୁହନ୍ତି ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ମୋର ଭାଇଙ୍କ ସ୍ବରକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି । ମୋ ଭାଇ କେବେ ଡରିବେ ନାହିଁ ।’’

କ‘ଣ ଏହି ବିବାଦୀୟ ମୋଦି ମନ୍ତବ୍ୟ : 2019 ସାଧାରଣ ନିର୍ବାଚନରେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ରାହୁଲ ଏହି ସମାଲୋଚନାମୂଳକ ମନ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷ ସମାଲୋଚନା କରି ରାହୁଲ କହିଥିଲେ ସବୁ ଚୋରଙ୍କ ସାଙ୍ଗିଆ ମୋଦି କେମିତି ହୋଇପାରେ । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ସହ ମାମଲା କୋର୍ଟରେ ପହଞ୍ଚିଥିଲା । ଏହାକୁ ଏକ ଅପରାଧିକ ମାନହାନୀ ମୋକଦ୍ଦମା ଭାବେ କୋର୍ଟ ଗ୍ରହଣ କରିଥିଲେ । ଘଟଣାର 4 ବର୍ଷ ପରେ ଆଜି ରାହୁଲଙ୍କୁ ଦୁଇଟି ଦଫାରେ ସୁରଟ ଜିଲ୍ଲା କୋର୍ଟ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅବଶ୍ୟ ଦଣ୍ଡାଦେଶ ପରେ ତାଙ୍କୁ ତୁରନ୍ତ ବେଲ୍‌ ମଧ୍ୟ ମିଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.