ETV Bharat / bharat

Rahul Convicted: ଚାଲିଯିବ କି ରାହୁଲଙ୍କ ସଦସ୍ୟତା ? କଣ ରହିଛି ନିୟମ ଜାଣନ୍ତୁ - ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ

୪ବର୍ଷ ପୁରୁଣା ମାନହାନି ମକଦ୍ଦମାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ତାଙ୍କ ସଦସ୍ୟତାକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କ ସଦସ୍ୟତା ସମାପ୍ତ ହେବ ନା ରହିବ ? ସେ ନେଇ କଣ ନିୟମ ରହିଛି ଜାଣନ୍ତୁ । ଅଧିକ ପଢ଼ନ୍ତୁ

Rahul Convicted
Rahul Convicted
author img

By

Published : Mar 23, 2023, 6:32 PM IST

ନୂଆଦିଲ୍ଲୀ: ଗତ ୪ବର୍ଷ ତଳେ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ନେଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସୁରଟ ସେସନ କୋର୍ଟ ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରହିବ ନା ରଦ୍ଦ ହେବ ସେ ନେଇ ପ୍ରଶ୍ନ ଉଠିଛି । ନିୟମ ରହିଛି ଯଦି କୌଣସି ସାଂସଦଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥାଏ । ତେବେ ରାହୁଲଙ୍କ କ୍ଷେତ୍ରରେ କଣ ପଦକ୍ଷେପ ନିଆଯିବ ଆସନ୍ତୁ ଜାଣିବା ।

ସାମ୍ବିଧାନିକ ବିଧି ବ୍ୟବସ୍ଥା ତଥା ଜନପ୍ରତିନିଧି ଆଇନ ୧୯୫୧ର ଧାରା ୮(୩) ଅନୁସାରେ ଯଦି କୌଣସି ସାଂସଦଙ୍କୁ ୨ବର୍ଷରୁ ଅଧିକ ଜେଲ ସଜ୍ଜା ମିଳେ, ତେବେ ତାଙ୍କ ସଦସ୍ୟତା ସମାପ୍ତ ହୋଇଯିବ । ଏହି ମାମଲାରେ ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଯଦି ରାହୁଲଙ୍କୁ ୨ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ମିଳିଥାଆନ୍ତା, ତେବେ ତାଙ୍କର ସଂସଦର ସଦସ୍ୟତା ରଦ୍ଦ ହୋଇଥାନ୍ତା । ଅନ୍ୟପଟେ ସୁରଟ ସେସନ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ଉପରିସ୍ଥ କୋର୍ଟରେ ଅପିଲ କରିବେ । ଯଦି ଉପରିସ୍ଥ କୋର୍ଟରେ ତାଙ୍କୁ ଆଶ୍ବସ୍ତି ନ ମିଳେ, ତେବେ ତାଙ୍କ ସଦସ୍ୟତା ପୁଣି ସଙ୍କଟକୁ ଆସିବାର ସମ୍ଭାବନା ରହିଛି । ଉପରିସ୍ଥ କୋର୍ଟରୁ ରାହୁଲଙ୍କୁ ଆଶ୍ବସ୍ତି ନ ମିଳିଲେ, ଅର୍ଥାତ ସେଠାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସଦସ୍ୟତା ନେଇ ଲୋକସଭା ଅଧ୍ୟକ୍ଷ ନିଷ୍ପତ୍ତି ନେବେ ।

ଏହା ବି ପଢନ୍ତୁ- Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ତେବେ କେଉଁ କେଉଁ ପରିସ୍ଥିତିରେ ସାଂସଦ ତଥା ବିଧାୟକଙ୍କ ସଦସ୍ୟତା ସମାପ୍ତ ହେବ ସେନେଇ ୧୯୫୧ ଜନପ୍ରତିନିଧି ଆଇନରେ ଉଲ୍ଲେଖ ରହିଛି । ଯଦି କୌଣସି ବିଧାୟକ ତଥା ସାଂସଦ ଦୁଷ୍କର୍ମ, ସମ୍ବିଧାନର ଅପମାନ, ଶତ୍ରୁତା (ଭାଷା, ଧର୍ମ ତଥା ଅଞ୍ଚଳକୁ ନେଇ), ଆତଙ୍କୀ ଗତିବିଧରେ ସାମିଲ ରୁହନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । ଏପରି ସ୍ଥିତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାଂସଦ ତଥା ବିଧାୟକ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ଯଦି ରାହୁଲ ୨ବର୍ଷ ସଜ୍ଜା କାଟନ୍ତି, ତେବେ ସେ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।

ଏହି ଆଇନର ଧାରା ୮(ବି)ରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ସାଂସଦ ତଥା ବିଧାୟକ ଯୌତୁକ, କଳା ବଜାର ତଥା ବେଆଇନ ଲାଭ ଉଠାଇବା ଭଳି ଅପରାଧରେ ସାମିଲ ରୁହନ୍ତି ଏବଂ ତାଙ୍କୁ ୬ମାସରୁ ଅଧିକ ସଜ୍ଜା ଶୁଣାଯାଏ, ତେବେ ସେ ନିଜର ସଦସ୍ୟତା ହରାଇବେ । ଧାରା ୮ରେ ମଧ୍ୟ ଉଲ୍ଲେଖ ରହିଛି ଯେ ଅନ୍ୟ ଅପରାଧ ଲାଗି ଯଦି ସାଂସଦ ବା ବିଧାୟକଙ୍କୁ ୨ବର୍ଷରୁ ଅଧିକ ସଜ୍ଜା ମିଳେ, ତେବେ ତାଙ୍କ ସଦସ୍ୟତା ରଦ୍ଦ କରାଯିବ ସହ ସେ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ରାଜନୀତିକୁ ଅପରାଧୀକରଣରୁ ରୋକିବା ଲାଗି ଏହି ନିୟମ ଲାଗୁ କରାଯାଇଛି ।

ରାହୁଲଙ୍କୁ ଏହି ମାମଲାରେ ସୁରଟ ସେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ସଦସ୍ୟତା ସଙ୍କଟରେ ବୋଲି ଚର୍ଚ୍ଚା ଜୋର ଧରିଛି । ମାତ୍ର ଉପରିସ୍ଥ କୋର୍ଟରୁ ରାହୁଲଙ୍କୁ ଆଶ୍ବସ୍ତି ମିଳିଲେ ତାଙ୍କ ସଦସ୍ୟତା ବଳବତ୍ତର ରହିବ । ସୂଚନା ଥାଉ କି ୨୦୧୯ ନିର୍ବାଚନରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି 'ମୋଦି' ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ସମସ୍ତ ଚୋରଙ୍କ ସର୍‌ନେମ୍‌ ମୋଦି କାହିଁକି ? ଲଳିତ ମୋଦି, ନୀରବ ମୋଦିଙ୍କ ଉଦାହରଣ ଦେବା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଇସାରା କରିଥିଲେ । ଏହା ବିରୋଧରେ ଗୁଜୁରାଟ ବିଜେପି ବିଧାୟକ ପୂର୍ଣ୍ଣେଶ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ୪ବର୍ଷ ପୁରୁଣା ମାମଲାରେ ସୁରଟ ସେସନ କୋର୍ଟ ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.