ETV Bharat / bharat

Bharat Jodo Yatra: ପ୍ରବଳ ବର୍ଷା ସତ୍ତ୍ବେ ଓଦା ହୋଇ ଜନସଭାକୁ ସମ୍ବୋଧିତ କଲେ ରାହୁଲ - ପ୍ରବଳ ବର୍ଷାରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧୀ

କର୍ଣ୍ଣାଟକରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ମହୀଶୂରରେ ପ୍ରବଳ ବର୍ଷା ସତ୍ତ୍ବେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧୀ । କହିଲେ ଭାରତକୁ ନଯୋଡି କୌଣସି ସ୍ଥିତିରେ ଅଟକିବ ନାହିଁ ଯାତ୍ରା (Rahul Gandhi addresses rally in Mysuru)। ଅଧିକ ପଢନ୍ତୁ

Etv BharatBharat Jodo Yatra: ପ୍ରବଳ ବର୍ଷାରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧୀ
Etv BhBharat Jodo Yatra: ପ୍ରବଳ ବର୍ଷାରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧୀarat
author img

By

Published : Oct 3, 2022, 7:43 AM IST

ବେଙ୍ଗାଲୁରୁ: କଂଗ୍ରେସ ପକ୍ଷରୁ ଜାରି ରହିଥିବା ‘ଭାରତ ଯୋଡୋ ଯାତ୍ରା’ର ନେତୃତ୍ବ ନେଉଥିବା ଦଳୀୟ ସାଂସଦ ରାହୁଲ ଗାନ୍ଧୀ ମହୀଶୂରରେ ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି (Rahul Gandhi addresses rally in Mysuru)। ଗତକାଲି ଗାନ୍ଧୀ ଜୟନ୍ତୀ ଅବସରରେ ରାହୁଲଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ଥିବାବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସତ୍ତ୍ବେ କାର୍ଯ୍ୟକ୍ରମ ଜାରି ରହିବା ସହ ରାହୁଲ ମଧ୍ୟ ବର୍ଷାରେ ଛିଡାହୋଇ ସମ୍ବୋଧିତ କରିଥିଲେ ।

Bharat Jodo Yatra: ପ୍ରବଳ ବର୍ଷାରେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧୀ

ନିଜ ସମ୍ବୋଧନରେ ରାହୁଲ କହିଥିଲେ, ‘‘ଭାରତ ଯୋଡୋ ଯାତ୍ରା ଏକ ନଦୀ ପରି, କନ୍ୟାକୁମାରୀରୁ ପ୍ରବାହିତ ହୋଇ କାଶ୍ମୀର ପହଞ୍ଚିବ । ତେଣୁ ଏହି ଯାତ୍ରା କେବେ ହେଲେ ବନ୍ଦ ରହିବ ନାହିଁ । ଝଡ ବର୍ଷା କିମ୍ବା ବାତ୍ୟା ଏହି ଯାତ୍ରାକୁ ପ୍ରଭାବିତ କରିପାରିବନାହିଁ । ଦେଶବାସୀ ଏହି ଯାତ୍ରାରେ କୌଣସି ଘୃଣା କିମ୍ବା ହିଂସାର ଝଲକ ଦେଖିବେ ନାହିଁ । ଏହି ନଦୀ ଦେଶବାସୀଙ୍କ ମଧ୍ୟରେ କେବଳ ପ୍ରେମ ଓ ଭାଇଚାରା ବାଣ୍ଟିବ । ଭାରତକୁ ଯୋଡିବାରେ ଆମକୁ କେହି ବାଧା ଦେଇପାରିବେ ନାହିଁ । ଦେଶର ପ୍ରକୃତ ସ୍ବରକୁ ଉତ୍ତୋଳନ କରିବାରେ ଆମକୁ କେହି ରୋକି ପାରିବେ ନାହିଁ ।’’

ଗତକାଲି ୨୫ତମ ଦିବସରେ ପହଞ୍ଚିଥିବା ଏହି ଯାତ୍ରାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 153 ଜନ୍ମତିଥିରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାହୁଲ କର୍ଣ୍ଣାଟକର ବାଦନାବାଲୁରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ (Rahul Gandhi in Mysuru)। ପରେ ସେ ଖଦି ଗ୍ରାମ ଉଦ୍ୟୋଗର ମହିଳା ବୁଣାକାରଙ୍କ ସହ ଆଲୋଚନା ମଧ୍ୟ କରିବା ସହ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘ଭାରତ ଯୋଡୋ ଯାତ୍ରା’ର (Bharat Jodo Yatra) ନେତୃତ୍ବ ସାଂସଦ ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେଉଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବର୍ତ୍ତମାନ ତାମିଲନାଡୁ, କେରଳ ପରିକ୍ରମା ଶେଷ କରି ତୃତୀୟ ରାଜ୍ୟ ଭାବେ କର୍ଣ୍ଣାଟକରେ ପହଞ୍ଚିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ୧୫୦ ଦିନ ମଧ୍ୟରେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ଶେଷ ହେବ । ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ଦଳ । ରାହୁଲଙ୍କ ସହ ବହୁ ବରିଷ୍ଠ କେନ୍ଦ୍ରୀୟ ନେତା ତଥା ପ୍ରଦେଶ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.