ETV Bharat / bharat

ପଦ ହରାଇବା ପରେ ରାହୁଲଙ୍କ ପ୍ରେସମିଟ, କହିଲେ ସତ କହିବା ମୋ ଜୀବନର ତପସ୍ୟା

ଲୋକସଭା ସଦସ୍ୟତା ପଦ ହରାଇବା ପରେ ପ୍ରଥମ ଥର ପାଇଁ ପ୍ରେସମିଟ କରିଛନ୍ତି ରାହୁଲ । ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ପ୍ରେସମିଟ
Rahul gandhi Pressmeet after disqualification as mp
author img

By

Published : Mar 25, 2023, 1:43 PM IST

ନୂଆଦିଲ୍ଲୀ: ସଦସ୍ୟତା ପଦ ହରାଇବା ପରେ ପ୍ରଥମ ପ୍ରେସମିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ସଂସଦରେ ମୋତେ କହିବାକୁ ଦିଆଗଲା ନାହିଁ । ଦେଶ ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ସଦସ୍ୟତା ଗଲେ ବି ମୁଁ ଚୁପ ରହିବି ନାହିଁ । ସତ ସମସ୍ତଙ୍କ ସମ୍ନାକୁ ନଆସିବା ନଯାଏ ମୁଁ ଚୁପ ରହିବିନି । ମୁଁ ପ୍ରଶ୍ନ କରିବା ବନ୍ଦ କରିବି ନାହିଁ । କେବଳ ଆଦାନୀ ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନ ପଚାରିଥିଲି । ମୋ ପ୍ରଶ୍ନ ପଚାରିବା ଜାରି ରହିବ । ଆଦାନୀ ଓ ମୋଦିଙ୍କ ସମ୍ପର୍କ ବହୁ ପୁରଣା । ଦେଶର ଗଣତନ୍ତ୍ର ପାଇଁ ମୋ ଲଢେଇ ଜାରି ରହିବ । ସତ କହିବା ମୋ ଜୀବନର ତପସ୍ୟା ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ପ୍ରେସମିଟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ,''ସଂସଦରେ ପ୍ରଶ୍ନ କରିଥିଲି, ମୋ ପ୍ରଶ୍ନ ବିବରଣୀରୁ ବାଦ ଦିଆଗଲା । ମୋ ସମ୍ପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଛନ୍ତି । ମୋତେ କହିବାକୁ ସୁଯୋଗ ଦିଆଗଲା ନାହିଁ । ମୁଁ ପ୍ରଶ୍ନ କରିବି ମେତେ କେହି ଡରାଇ ପାରିବେ ନାହିଁ । ଡରାଇ ଧମକାଇ ମୋ ମୁହଁ ବନ୍ଦ କରିପାରିବେ ନାହିଁ । ବାରମ୍ବାର କହିଛି ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ଏ ନେଇ ଆମକୁ ନୂଆ ନୂଆ ଉଦାହରଣ ଦେଖିବାକୁ ମିଳୁଛି । ଆଦାନୀ କମ୍ପାନୀରେ 20 ହଜାର କୋଟି ଦୁର୍ନୀତି ହୋଇଛି । ଆଦାନୀ ସହ ମୋଦିଙ୍କ ପୁରୁଣା ସମ୍ପର୍କ ରହିଛି । ମୋ ପରବର୍ତ୍ତୀ ଭାଷଣକୁ ଡରି ମୋ ପଦ ରଦ୍ଦ କରାଯାଇଛି । ଏ ଦେଶ ମୋତେ ବହୁତ କିଛି ଦେଇଛି, ଦେଶ ପାଇଁ ଲଢିବ । ଭାରତର ନ୍ୟାୟ ବ୍ୟବସ୍ଥାକୁ ମୁଁ ସମ୍ମାନ ଜଣାଉଛି ।''

ଏହା ବି ପଢନ୍ତୁ...Karnataka Assembly Polls: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ବରୁଣରୁ ଲଢିବେ ସିଦ୍ଧରମୈୟା

ଏହା ବି ପଢନ୍ତୁ...Membership of Parliament: ରାହୁଲଙ୍କ ପୂର୍ବରୁ ଏମାନେ ହରାଇଥିଲେ ସାଂସଦ ପଦ

ରାହୁଲ ଆହୁରି କହିଛନ୍ତି, ଆଦାନୀ ପ୍ରସଙ୍ଗରେ ପ୍ରଧାମନ୍ତ୍ରୀଙ୍କୁ ରକ୍ଷା କରିବାକୁ ଏ ଡ୍ରାମା ରଚା ହୋଇଛି । ମୁଁ ଏହାକୁ ଡରେ ନାହିଁ । ମୋର କୌଣସି ବିଷୟରେ ଜାଣିବାକୁ ଇଚ୍ଛା ନାହିଁ ହେଲେ ମୁଁ କେବଳ ସତ କହିଛି । ଏହା ମୋ କାମ । ମୋ ସଦସ୍ୟତା ଯାଉ କି ମୁଁ ଗିରଫ ହୁଏ ସତ କହିବା ଛାଡିବି ନାହିଁ । ମୋ ଆଖିରେ ଦେଖିଛି ଆଦାନୀ ପ୍ରସଙ୍ଗରେ ମୋ ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ଡରି ଯାଇଛନ୍ତି । ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ଦେଶ ପାଇଁ ମୋର ଏ ଲଢେଇ ଜାରି ରହିବ ।''

ପ୍ରକାଶଥାଉ କି, 2019ରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ନେଇ ତାଙ୍କ ନାମରେ ମାନହାନୀ ମାମଲା ରୁଜୁ ହୋଇଥିଲା । 4 ବର୍ଷ ପୁରୁଣା ମାମଲାର ଶୁଣାଣି କରି ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ 2ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଗତକାଲି (ଶୁକ୍ରବାର) ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.