ETV Bharat / bharat

ଚୀନ ଶିବିରରେ ଭୟ ଖେଳାଇଛି ରାଫେଲ: ବାୟୁସେନା ମୁଖ୍ୟ

author img

By

Published : Feb 4, 2021, 4:06 PM IST

ଚୀନ ଶିବିରରେ ଭୟ ଖେଳାଇଛି ରାଫେଲ ଯୁଦ୍ଧ ବିମାନ । ପଢନ୍ତୁ ଅଧିକ....

ଚୀନ ଶିବିରରେ ଭୟ ଖେଳାଇଛି ରାଫେଲ: ବାୟୁସେନା ମୁଖ୍ୟ
ଚୀନ ଶିବିରରେ ଭୟ ଖେଳାଇଛି ରାଫେଲ: ବାୟୁସେନା ମୁଖ୍ୟ

ବେଙ୍ଗାଲୁରୁ: ଭାରତ-ଚୀନ ମଧ୍ୟରେ ଦେଖାଦେଇଥିବା ତିକକ୍ତା ମଧ୍ୟରେ ଏଲଏସିରେ ନିଜ ସୁରକ୍ଷା ଓ ଶକ୍ତି ବଢାଇଛି ଭାରତ । ଭାରତୀୟ ସେନା ପକ୍ଷରୁ ସୀମାରେ ଶକ୍ତି ବୃଦ୍ଧି କରାଯାଇଛି । ଗତ ମାସରେ ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିବା ରାଫେଲ ଯୁଦ୍ଧ ବିମାନ ମଧ୍ୟ ସେହି ତାଲିକାରେ ରହିଛି । ବେଜିଂର କୌଣସି ପ୍ରକାର ଷଡଯନ୍ତ୍ରକୁ ପଣ୍ଡ କରିବା ପାଇଁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ରାଫେଲ ଯୁଦ୍ଧ ବିମାନ ମଧ୍ୟ ମୁତୟନ କରାଯାଇଛି । ଯାହା ଡ୍ରାଗନ ସେନା ଶିବିରରେ ଭୟର ବାତାବରଣ ସୃଷ୍ଟି ହେବାର କାରଣ ବୋଲି କହିଛନ୍ତି ବାୟୁ ସେନାମୁଖ୍ୟ ଆର କେ ଏସ ଭଦୋରିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନ ସ୍ଥିତି ସାମାନ୍ୟ ସ୍ବାଭାବିକ ରହିଛି । ଉଭୟ ଦେଶ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଦିଗରେ ଆଗ୍ରହ ଦେଖାଇଛନ୍ତି ଓ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । କିନ୍ତୁ କୌଣସି ପ୍ରକାର ଅପ୍ରିତିକର ସ୍ଥିତି ସୃଷ୍ଟି ହେଲେ ଭାରତ ତାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏୟାର ଚିଫ ଭଦୋରିଆ ।

ଅନୁରୂପ ଭାବେ ଚୀନ ମଧ୍ୟ ପୂର୍ବ ଲଦାଖ ସୀମାନ୍ତ ଅଞ୍ଚଳରେ ଲଢୁଆ ବିମାନ ଜେ- 20କୁ ମୁତୟନ କରିଛି । ତେଣୁ ସେମାନଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଜରୁରୀ ପଦକ୍ଷପ ନିଆଯାଉଥିବା କହିଛନ୍ତି ଭଦୋରିଆ । ସେହିପରି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ କମ୍ବାକ୍ଟ ଲଢୁଆ ବିମାନ ‘ତେଜସ’ ମଧ୍ୟ ନିକଟ ଭବିଷ୍ୟତରେ ଅପରେସନରେ ସାମିଲ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି । ଏହା ସେଠାରେ ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି ସୀମାରେ ସୁରକ୍ଷାକୁ ଆହୁରି ଦୃଢ କରିପାରିବ ବୋଲି ସେ କହିଛନ୍ତି ବାୟୁ ସେନାମୁଖ୍ୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.