ETV Bharat / bharat

ଦିଲ୍ଲୀ ହିଂସାରେ ପଞ୍ଜାବର ୧୪ ଚାଷୀ ନିଖୋଜ: ମୁଖ୍ୟମନ୍ତ୍ରୀ - ଚାଷୀଙ୍କ ଟ୍ରାକ୍ଟର ରାଲି

ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ପର ଠାରୁ ପଞ୍ଜାବର ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ 70 ଜଣ ଦିଲ୍ଲୀ ଜେଲରେ ଥିବାବେଳେ ଅବଶିଷ୍ଟ 14 ଜଣ ନିଖୋଜ ଅଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି। ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା ପରଠୁ ପଞ୍ଜାବର ୧୪ ଚାଷୀ ନିଖୋଜ: ପଞ୍ଜାବ ସିଏମ୍

author img

By

Published : Feb 3, 2021, 11:48 AM IST

ଚଣ୍ଡିଗଡ଼: ଗତ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ସରକାରଙ୍କ ନୂଆ କୃଷି ଆଇନକୁ ନେଇ ହିଂସା ଘଟିଥିଲା । ଉତ୍ତ୍ୟକ୍ତ ଚାଷୀମାନେ ପୋଲିସକୁ ଆକ୍ରମଣ କରିବା ସହିତ ବସ ପୋଡ଼ାଜଳା କରିଥିଲେ, ଯେଉଁଥିରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଏହି ହିଂସା ପରଠାରୁ ପଞ୍ଜାବର ନିଖୋଜ ଥିବା ବ୍ୟକ୍ତିଙ୍କ ମଧ୍ୟରୁ 70 ଜଣ ଦିଲ୍ଲୀ ଜେଲରେ ଥିବାବେଳେ ଅବଶିଷ୍ଟ 19 ଜଣଙ୍କ ମଧ୍ୟରୁ 14 ଜଣ ନିଖୋଜ ଅଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି।

ନାଗରିକମାନେ ଏ ବାବଦରେ ଅଭିଯୋଗ କରିବା ପାଇଁ ସୋମବାର ହେଲ୍ପଲାଇନ ନମ୍ବର ‘112’ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକକୁ କହିଛନ୍ତି । ଏହା ସହ ସେମାନଙ୍କୁ ଖୋଜିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ତେବେ ବୈଠକ ପରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଥିବା ପଞ୍ଜାବର ଚାଷୀମାନଙ୍କ ପାଇଁ ମାମଲା ପରିଚାଳନା ଲାଗି ଡେପୁଟି ଆଡଭୋକେଟ୍ ଜେନେରାଲ୍ ଅତୁଲ ନନ୍ଦାଙ୍କ 70 ସଦସ୍ୟ ବିଶିଷ୍ଟ ଓକିଲ ଟିମ ଗଠନ କରାଯାଇଛି ବୋଲି ଅମରିନ୍ଦର ସିଂହ କହିଛନ୍ତି ।

ପଞ୍ଜାବରେ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା 170 ଟି ମାମଲା ତାଙ୍କ ସରକାର ପ୍ରତ୍ୟାହାର କରି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.