ଡେରାଡୁନ୍: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରଷିକେଶର ଚନ୍ଦ୍ରଶେଖର ମହାଦେବ ମନ୍ଦିରର 'ଶିବଲିଙ୍ଗ' ତ୍ରିରଙ୍ଗା ରଙ୍ଗରେ ସଜାଯାଇଛି। ଚାଉଳ, ଗୋଲାପ ଫୁଲ, ପତ୍ର ଏବଂ କୁସୁମ ଫୁଲରେ ଶିବଲିଙ୍ଗଙ୍କୁ ସଜାଯାଇଥିଲା । ବୈଦିକ ମନ୍ତ୍ର ଜପ ମଧ୍ୟରେ ପୁରୋହିତମାନେ ଆନୁଷ୍ଠାନିକ ସକାଳ 'ଆରତୀ' କରିଥିଲେ।
ଏହାସହ ଆଜି ଦିଲ୍ଲୀ ରାଜପଥରେ 72 ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ଆଜି ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ସହିତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଭାରତ ଆଜି 72 ତମ ଗଣତନ୍ତ୍ର ଦିବସ ପାଳନ କରୁଛି। 1950 ଆଜିର ଦିନରେ ଭାରତର ସମ୍ବିଧାନ ପ୍ରଣୟନ ହୋଇଥିଲା।