ETV Bharat / bharat

Qutub Minar Hearing: ରାୟ ସଂରକ୍ଷିତ, ଜୁନ 9ରେ ଘୋଷଣା ! - କୁତବ ମୀନାର କେସ

କୁତବ ମିନାର କମ୍ପ୍ଲେକ୍ସ ବିବାଦରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀର ସାକେତ କୋର୍ଟ । ଜୁନ 9 ରେ ଘୋଷଣା । ଅଧିକ ପଢନ୍ତୁ

Qutub Minar Hearing: ଜୁନ 9 ରେ ଆସିପାରେ ରାୟ

author img

By

Published : May 24, 2022, 4:30 PM IST

ନୂଆଦିଲ୍ଲୀ: କୁତବ ମିନାର କମ୍ପ୍ଲେକ୍ସରେ ହିନ୍ଦୁ ଏବଂ ଜୈନ ଦେବାଦେବୀଙ୍କ ମୂର୍ତ୍ତି ରହିଥିବା ଦାବି କରି ପୂଜାପାଠ ଅଧିକାର ପ୍ରଦାନ ନେଇ ହୋଇଥିବା ଏକ ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ କୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଜୋରଦାର ବିତର୍କ ହୋଇଛି । ତେବେ ଧ୍ବଂସ ପାଇଥିବା ହିନ୍ଦୁ ଓ ଜୈନ ମନ୍ଦିର ପୁଣି ଥରେ ଉକ୍ତ କମ୍ପେଲ୍ସ ପରିସରରେ ସ୍ଥାପନ କରିବା ପାଇଁ ହୋଇଥିବା ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ସାକେତ କୋର୍ଟ । ଆସନ୍ତା ମାସ 9 ତାରିଖରେ ଏହି ରାୟ ପ୍ରକାଶ କରିପାରନ୍ତି କୋର୍ଟ ।

ଆଜି ଶୁଣାଣି ସମୟରେ ଆବେଦନକାରୀ ଓକିଲ ହରି ଶଙ୍କର ଜୈନ ମନ୍ଦିରର ଧ୍ବଂସାବଶେଷ ପ୍ରମାଣ ଏବଂ ଉପାସନା କରିବାର ଅଧିକାର ବିଷୟରେ ତର୍କ ଉପସ୍ଥାପନ କରିଥିଲେ । ଆଇନଜୀବୀ ଜୈନ କହିଛନ୍ତି ଯେ କୁତବ-ଉଲ-ଇସଲାମ ମସଜିଦ ହିନ୍ଦୁ ଓ ଜୈନ ମନ୍ଦିର ଧ୍ୱଂସାବଶେଷ ଉପରେ ନିର୍ମିତ ହୋଇଛି । ଯାହାର ଏକାଧିକ ପ୍ରମାଣ ମଧ୍ୟ କମ୍ପେଲ୍ସରେ ଦେଖିବାକୁ ମିଳୁଛି ।

ଅନ୍ୟପଟେ ଭାରତୀୟ ପ୍ରତ୍ନତତ୍ବ ବିଭାଗ କିନ୍ତୁ ଭିନ୍ନ ଯୁକ୍ତି ଦର୍ଶାଇଛି । କୁତବ ମିନାର କୌଣସି ଧାର୍ମିକ ସ୍ଥଳୀ ନୁହେଁ ବରଂ ସଂରକ୍ଷିତ ସ୍ମାରକ । ତେଣୁ ଏଠାରେ ପୂଜାପାଠ କରିବାର ଅନୁମତି ପ୍ରଦାନ କରିବା ଉଚିତ ନୁହେଁ ବୋଲି ASI ନିଜ ପକ୍ଷ ରଖି କହିଛି । ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହିନ୍ଦୁ ଓ ଜୈନ ମୂର୍ତ୍ତି ସ୍ଥାପନ କରିବା ଓ ପୂଜା ପାଠ ଅନୁମତି ପ୍ରଦାନ କରିବା ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଆସନ୍ତା ମାସ 9 ତାରିଖରେ ରାୟ ଘୋଷଣା କରିପାରନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.