ETV Bharat / bharat

ଯୁଦ୍ଧ ବନ୍ଦ ପାଇଁ ଫିଟୁଛି ରାସ୍ତା, ସାମ୍ନାସାମ୍ନି କଥା ହେବେ ପୁଟିନ-ଜେଲେନସ୍କି ! - ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ଓ ଋଷ ପ୍ରତିନିଧି ମଣ୍ଡଳୀ ବୈଠକରେ ସକରାତ୍ମକ ଫଳାଫଳ । ଉଜ୍ଜଳ ହେଲା ଯୁଦ୍ଧ ବନ୍ଦ ସମ୍ଭାବନା । ଖୁବ ଶୀଘ୍ର ପ୍ରତ୍ୟେକ୍ଷ ଆଲୋଚନା କରିପାରନ୍ତି ଦୁଇ ଦେଶର ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଯୁଦ୍ଧ ବନ୍ଦ ପାଇଁ ଫିଟୁଛି ରାସ୍ତା, ସିଧାସଳଖ କଥା ହେବେ ପୁଟିନ-ଜେଲେନସ୍କି !

author img

By

Published : Mar 29, 2022, 8:21 PM IST

କିଭ: ଆଜି ୟୁକ୍ରେନ ଓ ଋଷ ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଜାରି ରହିଥିବା କଥାବାର୍ତ୍ତାରେ ବଡ ସକରାତ୍ମକ ଫଳାଫଳ ସାମ୍ନାକୁ ଆସିଛି । ଫଳରେ ଯୁଦ୍ଧ ବନ୍ଦ ହେବା ସମ୍ଭାବନା ଉଜ୍ବଳ ହେବା ନେଇ ଅନୁମାନ କରାଯାଉଛି । ୟୁକ୍ରେନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବ ପର୍ଯ୍ୟାୟ ଅପେକ୍ଷା ଚଳିତ ପର୍ଯ୍ୟାୟ ଆଲୋଚନା ବେଶ୍ ଫଳପ୍ରଦ ରହିଛି ।

ତେବେ ଆଜିର କଥାବାର୍ତ୍ତା ପରେ ଖୁବ ଶୀଘ୍ର ଦୁଇ ଦେଶର ରାଷ୍ଟ୍ରପତି ପ୍ରତ୍ୟେକ୍ଷ କଥା ହୋଇପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି । ଏନେଇ ଋଷ ମଧ୍ୟ ଆଗ୍ରହ ପ୍ରକାଶ କରିଛି । ଆଜି କଥାବାର୍ତ୍ତା ଶେଷ ହେବା ପରେ ଜେଲେନସ୍କି ଓ ପୁଟିନ ପ୍ରତ୍ୟେକ୍ଷ ଆଲୋଚନା କରିପାରନ୍ତି ବୋଲି ସମ୍ଭାବନା କ୍ରମଶଃ ସ୍ପଷ୍ଟ ହେଉଛି । ହେଉଥିବା ଚର୍ଚ୍ଚା ଯଦି ସତ୍ୟରେ ପରିଣତ ହୁଏ ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଓ ଋଷ ରାଷ୍ଟ୍ରପତି ପୁଟିନ ଖୁବଶୀଘ୍ର କଥା ହେବା ସହ ବିଧିବଦ୍ଧ ଭାବେ ଯୁଦ୍ଧ ବନ୍ଦ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି ।

ତୁର୍କୀର ରାଷ୍ଟ୍ରପତି ଏର୍ଦୋଗାନ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଟେଲିଫୋନରେ କଥା ହେବା ସହ ଶାନ୍ତି ଆଲୋଚନା ଜାରି ରଖିବାକୁ ପରାମର୍ଶ ଦେବା ପରେ ଆଜି (ମଙ୍ଗଳବାର) ତୁର୍କୀର ଇସ୍ତାନବୁଲରେ ଏହି ଆଲୋଚନା ହୋଇଥିଲା । ଯାହା ଏକ ସକରାତ୍ମକ ନିର୍ଣ୍ଣୟରେ ପହଞ୍ଚିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.