ETV Bharat / bharat

ୟୁକ୍ରେନର ଆଣବିକ କେନ୍ଦ୍ରକୁ ଦଖଲ ସହ ବିସ୍ଫୋରଣ ଖବରକୁ ଋଷର ଖଣ୍ଡନ

author img

By

Published : Mar 6, 2022, 10:56 PM IST

ଋଷ କବ୍ଜାରେ ୟୁକ୍ରେନର ଦୁଇ ଆଣବିକ ଗବେଷଣା କେନ୍ଦ୍ର । ଋଷର ବିସ୍ଫୋରଣ ଅଭିଯୋଗକୁ ଖଣ୍ଡନ କଲେ ପୁଟିନ । ଅଧିକ ପଢନ୍ତୁ

ୟୁକ୍ରେନର ଆଣବିକ କେନ୍ଦ୍ରକୁ ଦଖଲ କରିବା ସହ ବିସ୍ଫୋରଣକୁ ଖଣ୍ଡନ କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ଦୁଇ ଆଣବିକ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି ଋଷ ସେନା । ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେବା ସମୟରେ ଏନେଇ ସୂଚନା ଦେଇଛନ୍ତି । ତେବେ ଆଣବିକ କେନ୍ଦ୍ରରେ ଋଷ ସେନାର ବିସ୍ଫୋରଣ ଓ ତେଜସ୍କ୍ରିୟ ପଦାର୍ଥ ନିର୍ଗତ ହୋଇ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ସୃଷ୍ଟି କରିବା ଖବରକୁ ଖଣ୍ଡନ କରିଛନ୍ତି ପୁଟିନ ।

ପୁଟିନ କହିଛନ୍ତି ଋଷ ସେନା ଦ୍ବାରା ଚେର୍ନୋବାଇଲ ଓ ଜାପୋରୋଜାଇରେ ଥିବା ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯାଇଛି । ଋଷ ସେନା ପକ୍ଷରୁ ଆଣବିକ ଶକ୍ତି କେନ୍ଦ୍ରକୁୁ କୌଣସି ଆକ୍ରମଣ କରାଯାଇନାହିଁ । ୟକ୍ରେନ ଏପରି କିଛି କରିବା ପାଇଁ ପ୍ରୟାସ କରିବା ସହ ଋଷ ସେନାକୁ ଦାୟୀ କରିବାକୁ ଚେଷ୍ଟା କରିଛି । ତେବେ ସେଠାରେ ସେପରି କିଛି ଘଟିନାହିଁ । ପ୍ଲାଣ୍ଟର ସମସ୍ତ ପାରାମିଟର ସ୍ବାଭାବିକ ରହିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସେହିପରି ଋଷର ଜଣେ ବିଶେଷଜ୍ଞ ଦାବି କରିଛନ୍ତି ଯେ, ୟୁକ୍ରେନ ସେଠାରେ DARTY BOMB ପ୍ରସ୍ତୁତ କରିବାରେ ଲାଗିଥିଲା । ଋଷ ସୈନ୍ୟଙ୍କ ଆକ୍ରମଣ ପୂର୍ବରୁ ୟୁକ୍ରେନୀୟମାନେ ସେଠାରେ ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋନାହାନ୍ତି । ଋଷର ସଶସ୍ତ୍ର ବଳ ଦୁଇ ଆଣବିକ ସଂସ୍ଥାନ ଉପରେ ନିୟନ୍ତ୍ରଣ ହାସଲ କରିଛନ୍ତି । କୌଣସି ପ୍ରକାର ବିକିରଣ ସମସ୍ୟା ମଧ୍ୟ ସେଠାରେ ଦେଖିବାକୁ ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.