ETV Bharat / bharat

Punjab Result: ପଞ୍ଜାବ ପଲିଟିକ୍ସରେ କଂଗ୍ରେସ ଫ୍ଲପ୍ ! କ୍ୟାପଟେନଙ୍କ ଉପରେ ଦୋଷ ଲଦିଲା ଦଳ - ପଞ୍ଜାବ ଫଳାଫଳ ଅପଡେଟ

ଆରମ୍ଭ ହେଲେ କଂଗ୍ରେସ ପରାଜୟର ମାନସ ମନ୍ଥନ । ସୋନିଆଙ୍କ ନେତୃତ୍ବରେ ବସିବ ଉଚ୍ଚସ୍ତରୀୟ ବୈଠକ । କଂଗ୍ରେସ କହିଲା ପଞ୍ଜାବରେ କ୍ୟାପଟେନଙ୍କ କୁଶାସନର ପ୍ରତିଫଳନ । ଅଧିକ ପଢନ୍ତୁ

କ୍ୟାପଟେନଙ୍କ ଉପରେ ଦୋଷ ଲଦିଲା ଦଳ
କ୍ୟାପଟେନଙ୍କ ଉପରେ ଦୋଷ ଲଦିଲା ଦଳ
author img

By

Published : Mar 10, 2022, 7:17 PM IST

ନୂଆଦିଲ୍ଲୀ: ଚଳିତ ୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କୌଣସି ପ୍ରଦେଶରେ ସରକାର ଗଠନ ତ ଦୂରର କଥା କ୍ଷମତାରେ ଥିବା ପଞ୍ଜାବକୁ ମଧ୍ୟ ହାତଛଡା କରିବାକୁ ବାଧ୍ୟ ହୋଇଛି ଦଳ । ଏପରି ଶୋଚନୀୟ ପରାଜୟ ପରେ ଏବେ ଆତ୍ମସମୀକ୍ଷା ପର୍ବ ଆରମ୍ଭ ହୋଇଛି । ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନେତତୃତ୍ବରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହେବାକୁ ଯାଉଛି । ଏଥିରେ ଦଳର ପରାଜୟର ସମ୍ଭାବ୍ୟ କାରଣ ସମ୍ପର୍କରେ ମାନସମନ୍ଥନ ହେବ ।

ସେହିପରି ଦଳ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି । ଦଳୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେଓ୍ବାଲା ପ୍ରେସମିଟ କରି ପଞ୍ଜାବରେ ଦଳୀୟ ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସଂଙ୍କୁ ଦାୟୀ କରିବାକୁ ପଛାଇ ନାହାନ୍ତି । କ୍ୟାପଟେନଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଜନ ବିରୋଧୀ ନୀତି ଯୋଗୁ ଦଳ ସତ୍ତା ବିରୋଧୀ ଲହରର ସାମ୍ନା କରିଛି । କ୍ୟାପଟେନଙ୍କ ଶାସନରେ ପଞ୍ଜାବବାସୀ ଦଳ ଉପରୁ ଆସ୍ଥା ହରାଇଛନ୍ତି । ତାର ପରିଣାମ ସ୍ବରୂପ କ୍ଯାପଟେନ ଦଳରୁ ଅଲଗା ହେବା ପରେ ମଧ୍ଯ ତାର ପ୍ରଭାବ ଦଳ ଉପରେ ପଡିଲା ଓ ବିକଳ୍ପ ଭାବେ ଲୋକେ ଆପକୁ ବାଧ୍ୟ ହୋଇ ବାଛିଲେ ବୋଲି କହିଛନ୍ତି ସୂର୍ଯ୍ୟେଓ୍ବାଲା ।

  • Humbly accept the people’s verdict. Best wishes to those who have won the mandate.

    My gratitude to all Congress workers and volunteers for their hard work and dedication.

    We will learn from this and keep working for the interests of the people of India.

    — Rahul Gandhi (@RahulGandhi) March 10, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦଳର ଶୋଚନୀୟ ପରାଜୟ ନେଇ ମୁହଁ ଖୋଲିଛନ୍ତି । ଜନମତ ଗ୍ରହଣ କରିବା ସହ ଏହି ଜନାଦେଶରୁ ଦଳ କିଛି ଶିଖିବ ବୋଲି କହିଛନ୍ତି । ଜନତାଙ୍କ ଆଦେଶକୁ ମାନିବାକୁ ପଡିବ ଓ ସମସ୍ତ ମତଦାତାଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ରାହୁଲ । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ବେଚ୍ଛାସେବୀ ଦଳ ପାଇଁ ଖୁବ ପରିଶ୍ରମ କରିଥିବା ଦର୍ଶାଇ ସେମାନଙ୍କୁ ରାହୁଲ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

ଦଳ ସମସ୍ତ ୫ ରାଜ୍ୟରେ ଅତି ନିମ୍ନମାନର ପ୍ରଦର୍ଶନ କରିଥିବାବେଳେ ନିଜ ଅଧୀନରେ ଥବା ପଞ୍ଜାବକୁ ମଧ୍ୟ ହରାଇଛି । ଏପରି ସ୍ଥଳେ କଂଗ୍ରେସ ଦଳ ଏକ ଗୁରୁତ୍ବହୀନ ଓ ଜାତୀୟ ପରିବର୍ତ୍ତନ ଆଞ୍ଚଳିକ ଦଳରେ ପରିଣତ ହେବାକୁ ବସିଲାଣି ବୋଲି ଦଳରୁ ଇସ୍ତାଫା ଦେଇଥିବା ବରିଷ୍ଠ ନେତା ମଧ୍ୟ ମନ୍ତବ୍ୟ ରଖୁଛନ୍ତି । ତେବେ କଂଗ୍ରେସ ଚଳିତ ପରାଜୟରୁ କଣ ଶିକ୍ଷା ଲାଭ କରୁଛି ଓ କପରି ତ୍ରୁଟି ସଂଶୋଧନ କରୁଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.