ETV Bharat / bharat

ମୁନ୍ଦ୍ରା ପୋର୍ଟରୁ 75 କେଜି ହେରୋଇନ ଜବତ, ଦୁବାଇରୁ ଆସିଥିଲା କଣ୍ଟେନର - ମୁନ୍ଦ୍ରା ପୋର୍ଟରେ ନିଶା କାରବାର

ଗୁଜୁରାଟର ମୁନ୍ଦ୍ରା ପୋର୍ଟରୁ 75 କେ.ଜି ହେରୋଇନ ଜବତ କଲା ପଞ୍ଜାବ ପୋଲିସ ଓ ଗୁଜୁରାଟ ଏଟିଏସର ମିଳିତ ଟିମ । ଦୁବାଇରୁ ହୋଇଥିଲା ଆମଦାନୀ । ମୂଲ୍ୟ ପ୍ରାୟ 3 ଶହ କୋଟି ଟଙ୍କା ନେଇ ଆକଳନ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ମୁନ୍ଦ୍ରା ପୋର୍ଟରୁ 75 କେଜି ହେରୋଇନ ଜବତ କଲା ପଞ୍ଜାବ ପୋଲିସ, ଦୁବାଇରୁ ଆସିଥିଲା କଣ୍ଟେନର

author img

By

Published : Jul 13, 2022, 11:03 AM IST

ଅହମ୍ମଦାବାଦ: ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ବିପୁଳ ପରିମାଣର ହେରୋଇନ ଜବତ କରିଛି ପଞ୍ଜାବ ପୋଲିସ । ବନ୍ଦରରେ ଏକ କଣ୍ଟେନରରୁ ଏହି ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି ପଞ୍ଜାବ ପୋଲିସ ଓ ଗୁଜୁରାଟ ATS ଓ କେନ୍ଦ୍ରୀୟ ଏଜେନ୍ସି ମିଳିତ ଟିମ । ଜବତ ହେରୋଇନର ପରମାଣ 75 କେ.ଜି ଓ ଆନୁମାନିକ ମୂଲ୍ୟ ପ୍ରାୟ 3ଶହ କୋଟି ଟଙ୍କା ହେବା ନେଇ ପ୍ରାଥମିକ ଆକଳନ କରାଯାଇଛି ।

ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ନିଶାଦ୍ରବ୍ୟକୁ ବିଭିନ୍ନ ଉପାୟରେ ପ୍ୟାକିଂ କରାଯିବା ସହ କଣ୍ଟେନରରେ ଲୁଚାଯାଇ ଅଣାଯାଇଥଲା । ଏହି କଣ୍ଟେନର ସଂଯୁକ୍ତ ଆରବ ଏମିରେଟରୁ ମୁନ୍ଦ୍ରା ପୋର୍ଟ ଅଭିମୁଖେ ଆସିଥିବା ଏକ ଜାହାଜରେ ଲୋଡ କରାଯାଇଥିଲା । ପଞ୍ଜାବରେ ଜଣେ ନିଶା ମାଫିଆ ଏହାକୁ ଅର୍ଡର କରିଥିବା ନେଇ ମଧ୍ୟ ସୂଚନା ମିଳିଥିବା ସେ ଡିଜିପି କହିଛନ୍ତି ।

କୌଣସି ସୂତ୍ରରୁ ବିପୁଳ ନିଶାଦ୍ରବ୍ୟ ଆମଦାନୀ ନେଇ ସୂଚନା ପାଇ, ଗୁଜୁରାଟ ATS ଓ କେନ୍ଦ୍ରୀୟ ଏଜେନ୍ସି ସହଯୋଗରେ ପଞ୍ଜାବ ପୋଲିସର ଏକ ଟିମ ମୁନ୍ଦ୍ରା ପୋର୍ଟରେ ଚଢାଉ କରି ଏହି ବିପୁଳ ପରମାଣର ନିଶାଦ୍ରବ୍ୟକୁ ଜବତ କରିବାରେ ସଫଳ ହୋଇଛି । ପଞ୍ଜାବରେ ଏହା ନିଶା ବିରୋଧୀ ଅଭିଯାନରେ ଏକ ବଡ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ।

ପୋଲିସ ଟିମ ସେଠାରେ ପହଞ୍ଚି କଣ୍ଟେନର ନିଶାଦ୍ରବ୍ୟ ଥିବା ସ୍ପଷ୍ଟ ହେବା ପରେ ନାର୍କୋଟିକ୍ସ ଡ୍ରଗ୍ସ ଅଧିନିୟମ (NDPS -1985) ଅନୁସାରେ, ପୋର୍ଟ ଇମିଗ୍ରେସନ ଅଧିକାରୀ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ କଣ୍ଟେନର ଖୋଲାଯିବା ସହ ନିଶାଦ୍ରବ୍ୟକୁ ଜବତ କରାଯାଇଛି । ଏହି ଘଟଣାରେ କେହି ଗିରଫ ହୋଇନଥିବା ବେଳେ NDPS ଧାରା 8-C, 21-C, 23-C ଓ 29 ରେ ଅହମ୍ମଦାବାଦରେ ମାମଲା ରୁଜୁ କରିଛି ATS । ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.