ETV Bharat / bharat

Moosewala Murder Case: ବନ୍ଧା ହେଲା ସୁଟର୍‌ କେଶବ - ବନ୍ଧା ହେଲା ସୁଟର୍‌ କେଶବ

ପଞ୍ଜାବୀ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା । ସିଦ୍ଧୁଙ୍କୁ ଗୁଳି କରିଥିବା ସୁଟର୍‌ କେଶବକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

Moosewala Murder Case: ବନ୍ଧା ହେଲା ସୁଟର୍‌ କେଶବ

author img

By

Published : Jun 9, 2022, 7:39 PM IST

ଚଣ୍ଡିଗଡ଼: ପଞ୍ଜାବୀ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ (Moosewala Murder Case) ଆକ୍ସନ ମୋଡ଼ରେ ରହିଛି ପଞ୍ଜାବ ପୋଲିସ । ଏହି ମାମଲାରେ ଜଡ଼ିତ ଅପରାଧୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ସୁଟର କେଶବକୁ ଗିରଫ କରିଛି । କେଶବ ନିକଟରେ ଗିରଫ ହୋଇଥିବା ସନ୍ଦୀପ ଓରଫ କେକଡାର ସହଯୋଗୀ ବୋଲି କୁହାଯାଇଛି । କେଶବ ସିଦ୍ଧୁଙ୍କ ଉପରେ ଗୁଳି ଚାଳନା କରିଥିବା ବେଳେ ଏହି ୨ ଜଣ ହତ୍ୟା ପୂର୍ବରୁ ସିଦ୍ଧୁଙ୍କ ଗତିବିଧି ଉପରେ ନଜର ରଖିଥିଲେ ବୋଲି ପୋଲିସ କହିଛି ।

ଅନ୍ୟପଟେ କେଶବ ଗିରଫ ହେବା ପରେ ପରିବାରର ପ୍ରତିକ୍ରିୟା ଆସିଛି । ପରିବାର ଅଭିଯୋଗ କରିଛି ଯେ ପୋଲିସ ତାଙ୍କୁ ବାରମ୍ବାର ହଇରାଣ କରୁଛି । ଯଦି କେଶବ ହତ୍ୟାକାରୀ ତେବେ ପୋଲିସ ତାଙ୍କୁ ଦଣ୍ଡିତ କରନ୍ତୁ ବୋଲି ସେମାନେ କହିଛନ୍ତି । କେଶବ ସହିତ ସେମାନଙ୍କର କୌଣସି ଯୋଗାଯୋଗ ନାହିଁ, କାରଣ ଗତ ୨ ମାସ ପୂର୍ବରୁ ସେମାନେ କେଶବକୁ ଘରୁ ବିତାଡ଼ିତ କରିଥିଲେ । କେଶବ ଯଦି ପ୍ରକୃତରେ ଦୋଷୀ ତେବେ ତାକୁ ଗୁଳି କରି ଦିଅନ୍ତୁ ସରକାର । ସେମାନଙ୍କୁ ହଇରାଣ ନ କରନ୍ତୁ ବୋଲି ସେମାନେ କହିଛନ୍ତି ।

ସୂଚନା ଥାଉ କି ଗତ ୨୯ ତାରିଖ ଦିନ ଅପରାହ୍ନରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସିଦ୍ଧୁ ତାଙ୍କ କାରରେ ଯାଉଥିବା ବେଳେ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କ ଉପରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ଚଳାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଅଧିକ ରକ୍ତସ୍ରାବ ସହିତ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଏକାଧିକ କ୍ଷତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.