ETV Bharat / bharat

ଅକ୍ସିଜେନ ସଙ୍କଟ: ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ଅମରିନ୍ଦର

author img

By

Published : May 4, 2021, 7:59 PM IST

ଦେଶରେ ଅକ୍ସିଜେନ ଅଭାବ ଜଟିଳ ରୂପ ନେଇଛି । ପଞ୍ଜାବରେ ପୁଣି ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଛି । ଏପରି ସ୍ଥିତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିରନ୍ତର ଅକ୍ସିଜେନ ଯୋଗାଇବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବକୁ ତୁରନ୍ତ ଅକ୍ସିଜେନ ପଠାଇବାକୁ ପିଏମ ଓ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଅମରିନ୍ଦର

ଚଣ୍ଡିଗଡ଼: ଦେଶରେ ଅକ୍ସିଜେନ ଅଭାବ ଜଟିଳ ରୂପ ନେଇଛି । ପଞ୍ଜାବରେ ପୁଣି ଘୋର ଅକ୍ସିଜେନର ସଙ୍କଟ ଦେଖାଦେଇଛି । ଏପରି ସ୍ଥିତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିରନ୍ତର ଅକ୍ସିଜେନ ଯୋଗାଇବାକୁ କେନ୍ଦ୍ରକୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ 50 ଏମଟି ଅମ୍ଳଜାନ ଏବଂ 20 ଟି ଅତିରିକ୍ତ ଟ୍ୟାଙ୍କର୍ ସହିତ ଅତିରିକ୍ତ ମେଡିକାଲ୍ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ କରିବାକୁ ପିଏମ ଓ ଗୃହମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦୁଇଟି ଚିଠି ଲେଖିଛନ୍ତି ।

ରାଜ୍ୟରେ ଅମ୍ଳଜାନ ସପୋର୍ଟରେ ଥିବା କୋଭିଡ ରୋଗୀ ସଂଖ୍ୟା ଏବେ ୧୦, ୦୦୦କୁ ବୃଦ୍ଧି ପାଇଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ସାରା ରାଜ୍ୟରେ ଅମ୍ଳଜାନ ଅଭାବ ହେତୁ ଅନେକ ରୋଗୀଙ୍କ ଜୀବନ ଯାଉଥିବାବେଳେ କ୍ୟାସଲୋଡ ସହିତ ଅମ୍ଳଜାନ ଉପଲବ୍ଧତା ହେଉନଥିବାରୁ ଲେଭେଲ 2 ଓ 3 ବେଡ ବୃଦ୍ଧି କରିବାରେ ଅସମର୍ଥ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.