ETV Bharat / bharat

ଆସନ୍ତାକାଲି ଦିଲ୍ଲୀ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ - ଦିଲ୍ଲୀ ଗସ୍ତ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମନ୍‌

ଆସନ୍ତାକାଲି(ସୋମବାର) ପଞ୍ଜାବ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ । ଏଠାରେ ସେ ସରକାରୀ ବିଦ୍ୟାଳୟଗୁଡିକ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଆସନ୍ତାକାଲି ଦିଲ୍ଲୀ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : Apr 17, 2022, 4:47 PM IST

ଚଣ୍ଡିଗଡ଼: ଆସନ୍ତାକାଲି(ସୋମବାର) ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ଦିଲ୍ଲୀ ଯିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ୍‌ । ରାଜଧାନୀରେ ସେ କିଛି ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବା ସହ ମୋହଲ୍ଲା କ୍ଲିନିକ(Mohalla clinics) ଯିବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟାଳୟରେ ଆପ୍‌ ସରକାରଙ୍କ ଦ୍ବାରା କଣ ସବୁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ପରଖିବା ପାଇଁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ଯିବେ ବୋଲି ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ଗୁରୁବାର ଘୋଷଣା କରିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମନ୍‌ଙ୍କ ଅନୁପସ୍ଥିତିରେ ଦଳର ପ୍ରମୁଖ ନେତାଙ୍କ ସହିତ ବୈଠକ କରିଥିଲେ । ଏହି ବୈଠକକୁ ନେଇ ବିରୋଧୀଙ୍କ ଭିନ୍ନ ମତ ପ୍ରକାଶ ପାଇଥିଲା । ତେବେ ପଞ୍ଜାବ ସରକାର କେଜ୍ରିୱାଲଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ । ଏଥିଲାଗି ବିଦ୍ୟାଳୟଗୁଡ଼ିକରେ ଆପ୍‌ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖିବା ପାଇଁ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ତେବେ ସୋମବାର ମୁଖ୍ୟମନ୍ତ୍ରୀ ମନ୍‌ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବେ ।

ତ୍ୟାଗରାଜ ଷ୍ଟାଡିୟମରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀ ସରକାରୀ ବିଦ୍ୟାଳୟର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି । ଏହି ଉଲ୍ଲେଖନୀୟ ପରିବର୍ତ୍ତନକୁ ଦେଖିବା ପାଇଁ ବିଶ୍ବରୁ ଲୋକେ ବିଦ୍ୟାଳୟ ପରିଦର୍ଶନ ପାଇଁ ଆସୁଥିବା ସେ କହିଥିଲେ । ଗତ ଏପ୍ରିଲ ୧ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମ. କେ ଷ୍ଟାଲିନ ସରକାରୀ ବିଦ୍ୟାଳୟଗୁଡ଼ିକ ବୁଲି ଦେଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.