ଚଣ୍ଡିଗଡ: ପଞ୍ଜାବରେ ଆରମ୍ଭ ହୋଇଛି ଆପ ରାଜ । ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ। ଗତକାଲି ଶପଥ ଗ୍ରହଣର ଗୋଟିଏ ଦିନ ପରେ ଆଜି ବଡ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ । ପଞ୍ଜାବର ଜାରି ହେବ ଦୁର୍ନୀତି ନିରୋଧୀ ହେଲ୍ପଲାଇନ Anti-corruption helpline ନମ୍ବର । 23 ମାର୍ଚ୍ଚରେ ଶହୀଦ ଦିବସ ଅବସରରେ ଏହି ହେଲ୍ପଲାଇନ ଘୋଷଣା ହେବା ନେଇ ଆଜି ନୂତନ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି ।
-
Punjab's new CM Bhagwant Mann announces that an anti-corruption helpline will be launched on 23rd March, Shaheed Diwas. People of the state will be able to lodge complaints on corruption via WhatsApp. pic.twitter.com/RD6qo19PPs
— ANI (@ANI) March 17, 2022 " class="align-text-top noRightClick twitterSection" data="
">Punjab's new CM Bhagwant Mann announces that an anti-corruption helpline will be launched on 23rd March, Shaheed Diwas. People of the state will be able to lodge complaints on corruption via WhatsApp. pic.twitter.com/RD6qo19PPs
— ANI (@ANI) March 17, 2022Punjab's new CM Bhagwant Mann announces that an anti-corruption helpline will be launched on 23rd March, Shaheed Diwas. People of the state will be able to lodge complaints on corruption via WhatsApp. pic.twitter.com/RD6qo19PPs
— ANI (@ANI) March 17, 2022
ଏହି ନମ୍ବରରେ କୌଣସିି ସମୟରେ ଦୂର୍ନୀତି ହେଉଥିବା ନେଇ ସୂଚନା ମିଳିଲେ ପଞ୍ଜାବବାସୀ ସିଧାସଳଖ ଅଭିଯୋଗ ମଧ୍ୟ କରିପାରିବେ । ଏହି ନମ୍ବରରେ ହ୍ବାଟ୍ସଆପ ମଧ୍ୟ ଉପଲବ୍ଧ ହେବ । ତେଣୁ ଅଭିଯୋଗ କରିବାର ପ୍ରକ୍ରିୟା ମଧ୍ୟ ସହଜ ହେବା ନେଇ ସୂଚନା ମିଳିଛି ।
ଗତକାଲି ଭଗବତ ସିଂହ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଆଜି ଦଳର ବିଧାୟକ ମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପଞ୍ଜାବ ବିଧାନସଭାରେ ପହଞ୍ଚିଛନ୍ତି ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ । ସେହିପରି ବିଧାନସଭାରେ କାମଚଳା ବାଚସ୍ପତି ଭାବେ ଇନ୍ଦରବୀର ସିଂ ନିଜେଜରଙ୍କୁ ନିଯୁକ୍ତ କରାଯାଇଛି ।
ସୂଚନାଥାଉକି, ନିର୍ବାଚନୀ ପ୍ରଚାର ସମୟରେ ଆପ ଶାସନ ଗାଦିକୁ ଆସିଲେ ରାଜ୍ୟରେ ବୟସ୍କା ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ଓ ପ୍ରତ୍ୟେକ ଘରକୁ ମାସକୁ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବା ନେଇ ଦଳ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନରେ ଆପ ୯୨ଟିରେ ବିଜୟ ଲାଭ କରିଛି । ଧୁରି ବିଧାନସଭା ଆସନ୍ରୁ ଲଢ଼ିଥିବା ଭଗୱନ୍ତ ପ୍ରତିପକ୍ଷ କଂଗ୍ରେସ ପ୍ରତିଦ୍ବନ୍ଦୀ ଦଲଭିର୍ ସିଂଙ୍କୁ ୫୮,୨୦୬ ଭୋଟ୍ରେ ପରାସ୍ତ କରିଛନ୍ତି
@ANI