ETV Bharat / bharat

କେଦାରନାଥଙ୍କୁ ଏକାଠି ଦର୍ଶନ କଲେ ଚନ୍ନୀ ଓ ସିଦ୍ଧୁ, ସାଙ୍ଗରେ ଥିଲେ ହରିଶ ରାଓ୍ବତ - ନବଜ୍ୟୋତ ସିଂ ସିଦ୍ଧୁ

କେଦାରନାଥ ଧାମ ଯାତ୍ରା କରି ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ । ସାଙ୍ଗରେ ଥିଲେ ଦଳୀୟ ରାଜ୍ୟ ପ୍ରଭାରୀ ହରିଶ ରାଓ୍ବତ । ଅଧିକ ପଢନ୍ତୁ..

କେଦାରନାଥରେ ଦର୍ଶନ କଲେ ଚନ୍ନୀ ଓ ସିଦ୍ଧୁ, ସାଙ୍ଗରେ ଥିଲେ ପ୍ରଭାରୀ ହରିଶ ରାଓ୍ବତ

author img

By

Published : Nov 2, 2021, 6:36 PM IST

Updated : Nov 2, 2021, 7:52 PM IST

ଡେରାଡୁନ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିନ୍ଧୁ କେଦାରନାଥ ଧାମ ଗସ୍ତ କରି ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ଏହି ଯାତ୍ରାରେ ଚନ୍ନୀ ଓ ସିଦ୍ଧୁଙ୍କ ସହ ଦଳର ରାଜ୍ୟ ପ୍ରଭାରୀ ହରିଶ ରାଓ୍ବତ ଓ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ । ତେବେ କେଦାରନାଥରେ ଚଳିତବର୍ଷର ତୁଷାରପାତ ଆରମ୍ଭ ହୋଇ ସାରିଥିବାବେଳେ ଏହି ନେତାମାନେ କେଦାରନାଥ ଦର୍ଶନ କରିବା ସହ ଏହାର ମଜା ମଧ୍ୟ ଉଠାଇଛନ୍ତି । ତେବେ ଏହି ଯାତ୍ରା ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ କିଛି ପର୍ଯ୍ଯଟକଙ୍କ ସହ ମଧ୍ୟ କଥାବାର୍ତ୍ତା ହେଉଥିବା ମଧ୍ୟ ନଜର ଆସିଥିଲେ ।

ତେବେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଚନ୍ନି, ସିଦ୍ଧୁ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଡେରାଡୁନରେ ପହଞ୍ଚିଥିଲେ । କେଦାରନାଥ ଧାମ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ଦଳର ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ପରେ ହରିଶ ରାଓ୍ବତ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ସିଦ୍ଧୁ କହିଛନ୍ତି, ଧର୍ମପଥ ଠାରୁ ବଡ କର୍ତ୍ତବ୍ୟ କିଛି ନାହିଁ । ଭୋକିଲାକୁ ଖାଦ୍ୟ ଦେବା, କାନ୍ଦୁଥିବା ଲୋକକୁ ହସାଇବା ହିଁ ସବୁଠୁ ବଡ ଖୁସି । ସେହିପରି ପଞ୍ଜାବ ପ୍ରଦେଶର କଲ୍ୟାଣ ପାଇଁ ସେମାନେ ବାବାଙ୍କୁ ପ୍ରାର୍ଥନା କରିଥିବା ମଧ୍ୟ କହିଛନ୍ତି ।

ସେହିପରି ଦଳୀୟ ପ୍ରଭାରୀ ହରିଶ ରାୱତ କହିଛନ୍ତି, ବର୍ତ୍ତମାନ ପଞ୍ଜାବରେ ସବୁକିଛି ସ୍ବାଭାବିକ ଅଛି। ପଞ୍ଜାବ ସରକାର ସମସ୍ତ ଆହ୍ମାନକୁ ଅତିକ୍ରମ କରି ତାର କାମ ଜାରି ରଖିଛି । ଏହି ମିଶନ ଆଗକୁ ମଧ୍ୟ ଜାରି ରହିବ । ତେବେ ଚନ୍ନୀଙ୍କ ନେତୃତ୍ବରେ କଂଗ୍ରେସ ସରକାର ପଞ୍ଜାବରେ ତାର ଭିଜନ ପୂରଣ କରିବାରେ ସଫଳ ହେବ ବୋଲି କହିଛନ୍ତି ହରିଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2021, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.