ETV Bharat / bharat

ପଞ୍ଜାବ ବିଧାନସଭା ନିର୍ବାଚନ-2022: ସମସ୍ତ 117 ଆସନରେ ଲଢିବ ବିଜେପି

author img

By

Published : Nov 17, 2020, 11:05 AM IST

Updated : Nov 17, 2020, 11:15 AM IST

ପଞ୍ଜାବ ବିଧାନସଭାର ସମସ୍ତ ଆସନରେ ଏକାକୀ ଲଢିବ ବିଜେପି । ସମସ୍ତ 117 ଆସନରେ ପ୍ରାର୍ଥୀ ଦେବ ଦଳ । ଅଧିକ ପଢନ୍ତୁ...

ପଞ୍ଜାବ ବିଧାନସଭା ନିର୍ବାଚନ-2022
ପଞ୍ଜାବ ବିଧାନସଭା ନିର୍ବାଚନ-2022

ଅମୃତସର: କୃଷି ଆଇନକୁ ବିରୋଧ କରି ଏନଡିଏ ଛାଡିଥିବା ଶିରୋମଣୀ ଅକାଳୀ ଦଳକୁ ଆଉ ଏକ ଝଟକା । ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ଏକାକୀ ଲଢିବ ବିଜେପି । ସମସ୍ତ 117 ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ଦଳର ସାଧାରଣ ସମ୍ପାଦକ ତରୁଣ ଚୁଘ ।

ଦଳ ସମସ୍ତ ବିଧାନସଭା କ୍ଷେତ୍ରରେ ନିଜର ସଙ୍ଗଠନ ରଖିଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି ସେ କହିଛନ୍ତି । ଏହାସହ ବିଜେପିର 10ଟି ଜିଲ୍ଲା କାର୍ଯ୍ୟାଳୟକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନଭେମ୍ବର 19 ତାରିଖରେ ଉଦଘାଟନ କରିବେ ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଥାଉକି, ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ସମ୍ବନ୍ଧୀୟ ବିଲକୁ ଶିରୋମଣୀ ଅକାଳୀ ଦଳ ବିରୋଧ କରି ଏନଡିଏ ଛାଡିଥିଲା । କେନ୍ଦ୍ରରେ ମନ୍ତ୍ରୀ ଥିବା ହରସିମ୍ରତ କୌର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଏପରିକି ଦଳ ପଞ୍ଜାବରେ ଏହାକୁ ନେଇ ଆନ୍ଦୋଳକୁ ଓହ୍ଲାଇଥିଲା ।

1992 ମସିହାରୁ ପଞ୍ଜାବରେ ବିଜେପି ଓ ଶିରୋମଣୀ ଅକାଳୀ ଦଳ ମଧ୍ୟରେ ମେଣ୍ଟ ହୋଇଛି । ପ୍ରତି ବିଧାନସଭା ଓ ଲୋକସଭାରେ ଉଭୟ ଦଳ ସିଟ୍‌ ବୁଝାମଣା କରି ଲଢନ୍ତି । ପଞ୍ଜାବ ବିଧାନସଭା ପାଇଁ ଅକାଳୀ ଦଳ ପାଖାପାଖି 94ଟି ଆସନରେ ଲଢୁଥିବାବେଳେ ବିଜେପି 23 ଆସନରେ ପ୍ରାର୍ଥୀ ଦିଏ । ସେହିପରି ଲୋକସଭା ପାଇଁ 13 ଆସନରୁ ଶିରୋମଣୀ ଅକାଳୀ ଦଳ 10 ଆସନରେ ପ୍ରାର୍ଥୀ ଦେଉଥିବାବେଳେ ବିଜେପି 3ଟି ଆସନରେ ପ୍ରାର୍ଥୀ ଦିଏ ।

ତେବେ 2017 ବିଧାନସଭା ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ସରକାର ଗଢିଥିବାବେଳେ 2019 ଲୋକସଭାରେ ବିଜେପି-ଏସଏଡି ମେଣ୍ଟ ଦୁଇଟି ସିଟ୍‌ରେ ଜିତିପାରିଥିଲା ।

@ANI

Last Updated : Nov 17, 2020, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.