ETV Bharat / bharat

ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ସମ୍ମାନରେ ସମ୍ମାନିତ କରିବେ ସରକାର

author img

By

Published : Nov 16, 2021, 6:40 PM IST

ଦିବଙ୍ଗତ କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ସମ୍ନାନ କର୍ଣ୍ଣାଟକ ରତ୍ନରେ କରାଯିବା ସମ୍ମାନିତ । ମରୋଣତ୍ତର ଭାବେ ସମ୍ମାନିତ କରାଯିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ବୋମାଇ । ଅଧିକ ପଢନ୍ତୁ

କର୍ଣ୍ଣାଟକ ରତ୍ନରେ ମରୋଣତ୍ତର ଭାବେ ସମ୍ମାନିତ ହେବେ ଦିବଙ୍ଗତ ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ: ନିକଟରେ ପରଲୋକ ଘଟିଥିବା କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ସମ୍ମାନ 'କର୍ଣ୍ଣାଟକ ରତ୍ନ'ରେ ସମ୍ମାନିତ କରିବେ ରାଜ୍ୟ ସରକାର । ସ୍ବର୍ଗତ ଅଭିନେତା ପୁନିତ ରାଜକୁମାରଙ୍କୁ ମରୋଣତ୍ତର ଭାବେ ଏହି ସର୍ବୋଚ୍ଚ ପ୍ରାଦେଶିକ ସମ୍ମାନରେ ସମ୍ମାନିତ କରାଯିବା ନେଇ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ ।

  • "State Government has decided to honour late Sri Puneet Rajkumar with Karnataka Ratna award posthumously": Chief Minister @BSBommai.

    — CM of Karnataka (@CMofKarnataka) November 16, 2021 " class="align-text-top noRightClick twitterSection" data=" ">

ଆଜି(ମଙ୍ଗଳବାର) ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ବିଧାୟକଙ୍କ ସମେତ କନ୍ନଡ ଚଳଚ୍ଚିତ୍ର ଜଗତର ଜଣାଶୁଣା ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ ।

ଗତମାସ(ଅକ୍ଟୋବର) 29 ତାରିଖରେ କନ୍ନଡ ପାଓ୍ବାରଷ୍ଟାର ଭାବେ ଜଣାଶୁଣା 46 ବର୍ଷୀୟ ପୁନିତ ରାଜକୁମାରଙ୍କ ହୃତଘାତରେ ଅକାଳ ବିୟୋଗ ହୋଇଥିଲ । ପୁନିତ କିମ୍ବଦନ୍ତୀ କନ୍ନଡ ଅଭିନେତା ଡ.ରାଜକୁମାରଙ୍କ ସାନପୁଅ ଥିଲେ।

ଅକ୍ଟୋବର ୩୧ ରେ ରାଜଧାନୀ ବେଙ୍ଗାଲୁରୁର କାଣ୍ଟେରାଭା ଷ୍ଟାଡିୟମରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ରାଜ୍ୟ ସମ୍ମାନ ସହ ପୁନିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ପୁନିତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ, ସହ କଳାକାରଙ୍କ ବହୁ ବିଶେଷ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.