ETV Bharat / bharat

ବ୍ୟାଗରେ ବୋମା ଥିବା ଦାବିକଲେ ଯାତ୍ରୀ, ମୁମ୍ବାଇରେ ଜରୁରୀ ଅବତରଣ କଲା ଆକାଶ ଏୟାର ବିମାନ - ବିମାନରେ ବ୍ୟାଗରେ ବୋମା ଥିବା ଦାବିକଲେ ଯାତ୍ରୀ

ପୁନେ ଦିଲ୍ଲୀ ବିମାନରେ ବ୍ୟାଗ୍‌ରେ ବୋମା ଥିବା ଦାବିକଲେ ଯାତ୍ରୀ । ଜରୁରୀ ଅବତରଣ କଲା ବିମାନ । ଅଧିକ ପଢ଼ନ୍ତୁ

Pune Delhi flight
Pune Delhi flight
author img

By ETV Bharat Odisha Team

Published : Oct 21, 2023, 12:51 PM IST

ମୁମ୍ବାଇ: ମୁମ୍ବାଇରେ ଜରୁରୀ ଅବତରଣ କଲା ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନ । ପୁନେ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ 40 ମନିଟରେ ଜୁରୁରୀ ଅବତରଣ କରିଛି ଆକାଶଏୟାର । ଜଣେ ଯାତ୍ରୀ ବ୍ୟାଗରେ ବୋମା ରଖିଥିବା କହିବା ପରେ ବିମାନଟି ଜରୁରୀ ଅବତରଣ କରିଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନୁସନ୍ଧାନ ପରେ ଯାତ୍ରୀଙ୍କ ବ୍ୟାଗ୍‌ରୁ ବୋମା ନମିଳିବାରୁ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସକାଳ 6ଟାରେ ଅବତରଣ କରିଥିଲା ଆକାଶ ଏୟାର ବିମାନ ।

ଏହା ମଧ୍ୟ ପଢନ୍ତୁ-କତାର ଏୟାରଓ୍ବେଜ୍‌ ବିମାନରେ ବୋମା ଆତଙ୍କ, ଯାତ୍ରୀ ଭୟଭୀତ

ଗତକାଲି ବିଳମ୍ବିତ ରାତି 2ଟା 30 ମିନିଟ୍‌ ସମୟରେ ଜଣେ ସିଏସ୍ଏଫ୍ ଅଧିକାରୀ ମୁମ୍ବାଇ ପୋଲିସକୁ ଏନେଇ ସୂଚନା ଦେଇଥିଲେ, ଏହାପରେ ବମ୍ ଡିଟେକ୍ସନ୍ ଆଣ୍ଡ ଡିସପୋଜେବଲ୍ ସ୍କ୍ବାର୍ଡ ଟିମ୍ ଏବଂ ପୋଲିସ୍ କର୍ମଚାରୀଙ୍କ ଉପସ୍ଥିତିରେ ବିମାନରେ ଯାତ୍ରୀଙ୍କ ବ୍ୟାଗରୁ ବମ୍‌ ଖୋଜା ଖୋଜି କରାଯାଇଥିଲା । କିଛି ବ୍ୟାଗକୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ତେବେ ବ୍ୟାଗରେ ବୋମା ଥିବା ଯେଉଁ ଯାତ୍ରୀ ଜଣଙ୍କ ଦାବି କରୁଥିଲେ, ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ବିମାନଟି ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା।

ଏହା ମଧ୍ୟ ପଢନ୍ତୁ-Bomb Threat: ଭିସ୍ତାରା ବିମାନରେ ବୋମା, ଉଡାଣ ପୂର୍ବରୁ ମିଳିଲା ଧମକ

ଶୁକ୍ରବାର ବିଳମ୍ବିର ରାତି 12ଟା 7 ମିନିଟ ସମୟରେ ଆକାଶ ଏୟାର ଫ୍ଲାଇଟ୍‌ ପୁନେରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏଥିରେ 6ଜଣ କ୍ରୁ ମେମ୍ବରଙ୍କୁ ମିଶାଇ 185 ଜଣ ଯାତ୍ରୀ ଥିଲେ। ଉଡ଼ାଣର କିଛି ସମୟପରେ ହଠାତ ଜଣେ ଯାତ୍ରୀ ତାଙ୍କ ବ୍ୟାଗରେ ବୋମା ଥିବା ଦାବି କରିଥିଲେ । ଏହାପରେ ବିମାନକୁ ମୁମ୍ବାଇରେ ଜୁରୁରୀ ଅବତରଣ ପାଇଁ ଯାତ୍ରୀଙ୍କୁ ସୂଚନା ଦିଆୟାଇଥିଲା। ଉଡ଼ାଣର 40 ମିନିଟ୍‌ ପରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକାଶ ଏୟାର ବିମାନ ଜରୁରୀ ଅବତରଣ କରିଥିଲା।

ଗତ ଅଗଷ୍ଟ ମାସରେ ଦିଲ୍ଲୀ-ପୁନେ ଭିସ୍ତାରା ବିମାନରେ ବୋମା ଥିବା ସୂଚନା ମିଳିଥିଲା । ଏହାପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଭୟର ସମସ୍ତେ ବିମାନରୁ ଓହ୍ଲାଇ ପଡ଼ିବା ପରେ ବିମାନରେ ସର୍ଚ୍ଚ ଅପରେସନ କରାଯାଇଥିଲା । କିନ୍ତୁ ବିମାନ ମଧ୍ୟରୁ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ସିଆଇଏସଏଫ ଓ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ଦିଲ୍ଲୀ ବିମାନ ବନ୍ଦରର ଡିଏମଆର କଲ ସେଣ୍ଟରକୁ ବିମାନରେ ବୋମା ଥିବା ଧମକପୂର୍ଣ୍ଣ କଲ ଆସିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.