ETV Bharat / bharat

ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରେ ନେଇଥିଲେ ଶପଥ, ଆଜି ରିପୋର୍ଟ ଆସିଲା ପଜିଟିଭ

ପୁଡୁଚେରୀରର ନୂଆ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀଙ୍କୁ କୋରୋନା । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରେ ନେଇଥିଲେ ଶପଥ, ଆଜି ରିପୋର୍ଟ ଆସିଲା ପଜିଟିଭ
ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରେ ନେଇଥିଲେ ଶପଥ, ଆଜି ରିପୋର୍ଟ ଆସିଲା ପଜିଟିଭ
author img

By

Published : May 9, 2021, 11:00 PM IST

ପୁଡୁଚେରୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରର ନୂଆ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀଙ୍କୁ କୋରୋନା । ଏନେଇ ସ୍ବାସ୍ଥ୍ୟ ବିଭାଗର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ପୁଡୁଚେରୀର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ ରଙ୍ଗାସ୍ବାମୀ ।

ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ମୁଖ୍ୟମନ୍ତ୍ରୀ ରଙ୍ଗାସ୍ବାମୀ । ତେବେ ରବିବାର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି ।

ରାଜଭାବନରେ ଏନ. ରଙ୍ଗାସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରଙ୍ଗାସ୍ବାମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.