ETV Bharat / bharat

ହାତ ଛାଡି ଧରିଥିଲେ ଝାଡୁ, ବିରୋଧ ପରେ ରାତାରାତି କଂଗ୍ରେସ ନେତାଙ୍କ ଘର ବାହୁଡା - ରାତାରାତି ଦଳକୁ ଫେରିଲେ କଂଗ୍ରେସ ନେତା ଅଲି ମେହନ୍ଦି

ଏମସିଡି ନିର୍ବାଚନରେ ବିଜୟୀ ହେବା ପରେ ଆପରେ ସାମିଲ ହେଲେ ଦିଲ୍ଲୀ କଂଗ୍ରେସର ପୂର୍ବତନ ଉପାଧ୍ୟକ୍ଷ ଓ ୨ କାଉନସିଲର । ବିରୋଧ ପ୍ରଦର୍ଶନ ପରେ ରାତାରାତି ପୁଣି ଆପ ଛାଡି କଂଗ୍ରେସରେ ମିଶିଲେ କଂଗ୍ରେସ ନେତା ଅଲି ମେହନ୍ଦି ।

ଦଳକୁ ଫେରିଲେ କଂଗ୍ରେସ ନେତା ଅଲି ମେହନ୍ଦି
ଦଳକୁ ଫେରିଲେ କଂଗ୍ରେସ ନେତା ଅଲି ମେହନ୍ଦି
author img

By

Published : Dec 10, 2022, 11:55 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନରେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP)ବହୁମତ ହାସଲ କରିଛି । ମୋଟ ୨୫୦ ଆସନରୁ ଆମ ଆଦମୀ ପାର୍ଟି ୧୩୪ ଆସନରେ ବିଜୟୀ ହୋଇଛି । ତେବେ ଏହାରି ମଧ୍ୟରେ ରାଜନୈତିକ ଦଳର ନେତା ମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କଂଗ୍ରେସର ପୂର୍ବତନ ଉପାଧ୍ୟକ୍ଷ ଅଲି ମେହନ୍ଦି ଓ ଏମସିଡି ନିର୍ବାଚନରେ ​​ବିଜୟୀ ହୋଇଥିବା କଂଗ୍ରେସର ଦୁଇଜଣ କାଉନସିଲର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଯାହାକୁ ନେଇ ମୁସ୍ତାଫାବାଦରେ ତୀବ୍ର ହୋଇଥିଲା ଆନ୍ଦୋଳନ । ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇ କଂଗ୍ରେସ ଛାଡି ଆପରେ ସାମିଲ ହେଇଥିବା ନେତାଙ୍କ କୁଶପୁତ୍ତଳିକା ଦାହ କରିବା ସହ ଆନ୍ଦୋଳନକୁ ଜୋରଦାର କରିଥିଲେ । ଶେଷରେ ରାତାରାତି ଆପ ଛାଡି ପୁଣି କଂଗ୍ରେସକୁ ଫେରିଥିଲେ ଅଲି ମେହନ୍ଦି।

ଏମସିଡି ନିର୍ବାଚନରେ ଉତ୍ତର ପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ବିଧାନସଭା ଅଧୀନରେ ଥିବା ବ୍ରୁଜପୁରୀ ୱାର୍ଡରୁ କଂଗ୍ରେସ ଟିକେଟରେ ଜିତିଥିଲେ ନାଜିଆ, ମୁସ୍ତାଫାବାଦର ସାବିଲା ବେଗମ୍ । ତେବେ ନିର୍ବାଚନରେ ବିଜୟୀ ହେବା ପରେ ନାଜିଆ ଓ ସବିଲା ଆପରେ ଯୋଗ ଦେଇଥିଲେ । ଏଥି ସହ ପୂର୍ବତନ ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ଅଲି ମେହନ୍ଦୀ ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲିଟି ଦାୟିତ୍ୱରେ ଥିବା ଦୁର୍ଗେଶ ପାଠକଙ୍କ ଉପସ୍ଥିତିରେ କଂଗ୍ରେସ ଛାଡି ଆପରେ ଶୁକ୍ରବାର ସନ୍ଧ୍ୟାରେ ସାମିଲ ହୋଇଥିଲେ । ଯାହାକୁ ନେଇ ମୁସ୍ତାଫାବାଦରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

''ଆମେ କଂଗ୍ରେସ ଦଳକୁ ଭୋଟ ଦେଇଛୁ, କିନ୍ତୁ ସେମାନେ ବିଜୟୀ ହେବା ପରେ ଦଳ ବଦଳାଇବା ଆମକୁ ଦୁଃଖ ଦେଇଛି, ଏହା ଆମ ପ୍ରତି ପ୍ରତାରଣା ବୋଲି କହିଥିଲେ ସ୍ଥାନୀୟ ଲୋକେ''। ସାଧାରଣ ଲୋକଙ୍କ ବିରୋଧ ପ୍ରଦର୍ଶନ ପରେ ରାତାରାତି ପୁଣି କଂଗ୍ରେସକୁ ଫେରିଥିଲେ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଅଲି ମେହନ୍ଦୀ । ଏହା ପରେ ଏକ ଭିଡିଓ ଜାରି କରି ତାଙ୍କ ସହ AAPରେ ଯୋଗ ଦେଇଥିବା ଦୁଇ କାଉନସିଲର ଆପରେ ଯୋଗ ଦେଇ ଭୁଲ୍ କରିଛନ୍ତି, ସେମାନେ କଂଗ୍ରେସକୁ ଫେରିବା ଦରକାର ବୋଲି କହିଥିଲେ ଅଲି ମେହନ୍ଦୀ ।

କଂଗ୍ରେସ ନେତା ଆପରେ ସାମିଲ ହେବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ କଂଗ୍ରେସ ନେତା ଅଜୟ ମାକନ ଟ୍ବିଟ କରି କହିଥିଲେ ଯେ, ''ଅଲି ଭାଇ ଆପଣଙ୍କଠାରୁ ଏହା ଆଶା କରାଯାଉ ନାହିଁ । ଆପଣଙ୍କ କେଉଁ ରୂପକୁ ଆମେ ଅସଲି ମାନିବୁ, ରାଜନୀତିରେ ଏଭଳି ଉଥାନପତ୍ତନ ଚାଲିଥାଏ, ଆମେ ଏକ ପାର୍ଟିରେ ଥାଇ ଯାହା ଇଚ୍ଛା କରୁଛେ ତାହା ପୂରଣ ହୁଏ ନାହିଁ । କିନ୍ତୁ ଦଳର ଆଦର୍ଶ ସବୁଠାରୁ ଉଚ୍ଚରେ । ଆପଣ ଏପରି କାହିଁକି କଲେ ବୋଲି ସେ ପ୍ରଶ୍ନ କରିଛନ୍ତି'' ।

ଅନ୍ୟପକ୍ଷରେ ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର ଆମ୍ ଆଦମୀ ପାର୍ଟି ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ , ''ଦିଲ୍ଲୀର ଲୋକ ଆଜି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଯେଉଁମାନେ ଅପରେସନ୍ ଲୋଟସ୍ ଭୟ ଦେଖାଉଥିଲେ ସେମାନେ ନିଜେ କଂଗ୍ରେସରେ ଅପରେସନ୍ ଲୁଟ୍ ଚଳାଉଛନ୍ତି । ଯେଉଁମାନେ ଅପରେସନ୍ ଲୁଟ୍ ଚଳାଉଛନ୍ତି ସେମାନେ ନିଜେ ବିଜେପି ବିରୋଧରେ ମିଥ୍ୟା ଅଭିଯୋଗ କରିବା ଦୁର୍ଭାଗ୍ୟଜନକ''।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.