ETV Bharat / bharat

Gujarat Assembly Poll: ପ୍ରଚାର କରୁଥିଲେ ଓୱେସୀ, ଶୁଭିଲା ମୋଦି ମୋଦି ନାରା

author img

By

Published : Nov 14, 2022, 5:38 PM IST

Updated : Nov 14, 2022, 6:01 PM IST

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଚାର । ଅସାଦୁଦ୍ଦିନ ଓୱେସୀ ମଧ୍ୟ ରବିବାର ସନ୍ଧ୍ୟାରେ ସୁରଟରେ ପ୍ରଚାର କରିବାକୁ ପହଞ୍ଚିଥିଲେ । ବିଜେପି ସମର୍ଥକ 'ମୋଦି ମୋଦି' ନାରା ଦେଇ କଳା ପତାକା ଦେଖାଇଲେ । ଅଧିକ ପଢ଼ନ୍ତୁ

public meeting addressed Asaduddin Owaisi in Surat Modi slogans raised by some youth ahead Gujarat Assembly Poll
Gujarat Assembly Poll: ପ୍ରଚାର କରୁଥିଲେ ଅସାଦୁଦ୍ଦିନ ଓୱେସୀ, ମୋଦିମୋଦି ନାରା ଦେଲେ ବିଜେପି ସମର୍ଥକ

ଗାନ୍ଧୀନଗର: ସୁରଟରେ ଅସାଦୁଦ୍ଦିନ ଓୱେସୀଙ୍କ ପ୍ରଚାର । ଗୁଜରାଟ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ପ୍ରଚାର । ପ୍ରତିଦିନ ତୁଙ୍ଗ ନେତା ପ୍ରଚାର ମଇଦାନକୁ ଓହ୍ଲାଇ ନିଜ ଦଳ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ମଧ୍ୟ ରବିବାର ସନ୍ଧ୍ୟାରେ ସୁରଟରେ ପ୍ରଚାର କରିବାକୁ ପହଞ୍ଚିଥିଲେ । ତେବେ ପ୍ରଚାର କରିବା ବେଳେ ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଛି । ପ୍ରଚାର ସମୟରେ ଉପସ୍ଥିତ ଜନତା 'ମୋଦି ମୋଦି' ନାରା ଦେଇଥିଲେ । ଏହା ସହିତ କଳା ପତାକା ମଧ୍ୟ ଦେଖାଇଛନ୍ତି ।

ଗୁଜରାଟରେ ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି AIMIM । କେତେକ ଆସନରେ ଦଳ ପ୍ରାର୍ଥୀ ଦେଇଛି । ଏହି ସବୁ ଆସନରେ ମତଦାତାଙ୍କୁ ଭୋଟ ମାଗିବାକୁ ପହଞ୍ଚିଛନ୍ତି ଅସାଦୁଦ୍ଦିନ ଓୱେସୀ । ସେ ସୁରଟରେ ଭାଷଣ ଦେଉଥିବା ସମୟରେ ବିଜେପିର କିଛି ସମର୍ଥକ ଅଚାନକ ନାରାବାଜୀ କରିବା ସହ କଲା ପତାକା ଦେଖାଇବା ଆରମ୍ଭ କରିଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: Gujarat Assembly Poll: ନାମାଙ୍କନ ଭରିଲେ ରିଭାବା, ପତ୍ନୀଙ୍କ ପାଇଁ ଭୋଟ ମାଗିଲେ ଜାଡେଜା

ଭିଡିଓରେ ଯୁବଗୋଷ୍ଠୀ ହାତରେ କଳା ପତାକା ଧରି ମୋଦି ମୋଦି ନାରା ଦେଉଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନଜର ଅନ୍ଦାଜ କରି ଓୱେସୀ AIMIM ଦଳକୁ ସମର୍ଥନ କରି ଭୋଟ୍‌ ଦେବାକୁ ଅପିଲ୍‌ କରିଥିଲେ । ସୁରଟରେ ପ୍ରଚାର କରି ଓୱେସୀ କହିଛନ୍ତି, "ବିଜେପି କହୁଛି ୟୁନିଫର୍ମ ସିଭିଲ୍‌ କୋଡ୍‌ ଆଇନ ଆଣିବ । କାରଣ, ସେମାନେ ସଂଖ୍ୟାଲଘୁଙ୍କ ସଂସ୍କୃତିକୁ ହଟାଇବାକୁ ଚାହୁଁଛନ୍ତି । ଏହାକୁ ନେଇ ବିଜେପି ସ୍ପଷ୍ଟ କରୁ । ଯେଉଁସବୁ ସ୍ଥାନରେ ଅଶାନ୍ତି ଲାଗି ରହିଛି ସେହି ସବୁ ସ୍ଥାନ ଚିନ୍ତା କରୁନି ବିଜେପି । କେନ୍ଦ୍ର ସରକାର କେବେ ବି ସଂଖ୍ୟାଲଘୁଙ୍କ ଉନ୍ନତି ଚାହୁଁ ନାହାନ୍ତି । ଆପଣମାନେ ଆମକୁ ସୁଯୋଗ ଦେଇ ଦେଖନ୍ତୁ ।"

ଗୁଜରାଟର ୧୮୨ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଅଛି । ଡିସେମ୍ବର ୧ ତାରିଖ ଓ ୫ ତାରିଖରେ ମତ ସାବ୍ୟସ୍ତ କରିବେ ଭୋଟର । ଏହାପରେ ଡିସେମ୍ବର ୮ ତାରିଖରେ ମତଗଣନା କରାଯିବା ସହ ଫଳାଫଳ ଘୋଷଣା କରାଯିବ । ୨୭ ବର୍ଷ ହେଲା ଗୁଜରାଟରେ ବିଜେପି ଶାସନ କରି ଆସୁଛି ।

Last Updated : Nov 14, 2022, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.