ETV Bharat / bharat

ଧାରଣା ସ୍ଥଳରେ ପହଞ୍ଚିଲେ ପି.ଟି ଉଷା, କୁସ୍ତିଯୋଦ୍ଧାଙ୍କ ସହ କଲେ ଆଲୋଚନା - ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଧାରଣା

ଜନ୍ତର ମନ୍ତର ଧାରଣା ସ୍ଥଳରେ ପହଞ୍ଚିଲେ ଅଲମ୍ପିକ ଆସୋସିଏସନ ଅଧ୍ୟକ୍ଷା ପି.ଟି ଉଷା, କୁସ୍ତିଯୋଦ୍ଧାଙ୍କ ସହ କଲେ ଆଲୋଚନା । ବଜରଙ୍ଗ ପୁନିଆ କହିଲେ, ସେ ଆମ ସହ ଅଛନ୍ତି । ପୂର୍ବରୁ ଧାରଣାକୁ ସମାଲୋଚନା କରିଥିଲେ ଉଷା । ଅଧିକ ପଢନ୍ତୁ

ଜନ୍ତର ମନ୍ତର ଧାରଣା ସ୍ଥଳରେ ପିଟି ଉଷା, କୁସ୍ତିଯୋଦ୍ଧାଙ୍କ ସହ କଲେ ଆଲୋଚନା

author img

By

Published : May 3, 2023, 5:25 PM IST

ନୂଆଦିଲ୍ଲୀ: ନିକଟରେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ କଡା ସମାଲୋଚନା କରିଥିବା ପୂର୍ବତନ ବିଶିଷ୍ଟ କ୍ରୀଡାବିତ ତଥା ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷା ପି.ଟି ଉଷା ଆଜି କୁସ୍ତିଯୋଦ୍ଧାଙ୍କ ଧାରଣା ସ୍ଥଳରେ ପହଞ୍ଚିଛନ୍ତି । ସେ ସେଠାରେ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି । ନିକଟରେ ଉଷା ଏହି ଧାରଣାକୁ କଡା ସମାଲୋଚନା କରିଥିଲେ । କୁସ୍ତିଯୋଦ୍ଧାମାନଙ୍କ ଏପରି ଧାରଣା ଦେଶର ଛବି ଖରାପ କରୁଛି ଓ ତଦନ୍ତ ଜାରି ରହିଥିଲେ ସୁଦ୍ଧା ସେମାନେ ଅନୁଶାସନହୀନ ପରି କାର୍ଯ୍ୟ କରୁଛନ୍ତି ବୋଲି ଉଷା କହିଥିଲେ । ଯାହାକୁ ନେଇ ଆନ୍ଦୋଳନରତ ଆଥଲେଟ ଓ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ସମାଲୋଚନା କରିଥିଲେ ।

ଆଜିି ଉଷାଙ୍କ ଆଲୋଚନା ସମ୍ପର୍କରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି,‘‘ଉଷା ଆମମାନଙ୍କ ସହ ଆଲୋଚନା କଲେ । ପ୍ରଥମେ ସେ ଜଣେ କ୍ରୀଡାବିତ ଓ ପରେ ଜଣେ କ୍ରୀଡା ପ୍ରାଶାସିକା । ସେ ଆମକୁ ସମର୍ଥନ ଜଣାଇଲେ ଓ ସେ ଆମ ସହିତ ଅଛନ୍ତି । ସେ ଆମର ସମସ୍ୟା ସମାଧାନ କରିବା ଓ ନ୍ୟାୟ ମିଳିବା ଦିଗରେ ସହଯୋଗ ମଧ୍ୟ କରିବେ ।’’

ଗତମାସରେ ଏହି ଧାରଣାକୁ ପି.ଟି ଉଷା ଖୋଲା ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ସେମାନେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ ଜାରି ରହିଛି । ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ଦେଶର ଆଥଲେଟମାନେ ରାସ୍ତାରେ ଧାରଣା ପ୍ରଦର୍ଶନ କରିବା ଉଚିତ ନୁହେଁ । ସେମାନେ ରିପୋର୍ଟକୁ ଅପେକ୍ଷା ନକରି ଧାରଣା ଓ ଆନ୍ଦୋଳନ କରିବା କ୍ରୀଡା ଓ ଦେଶର ଛବି ଖରାପ କରୁଛି ବୋଲି ଉଷା କହିଥିଲେ । ଉଷାଙ୍କ ପ୍ରତିକ୍ରିୟାକୁ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ସମାଲୋଚନା କରିଥିଲେ ।

ଉଷାଙ୍କ ମନ୍ତବ୍ୟ ଆସିବା ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ୍‌ କହିଥିଲେ,‘‘ତାଙ୍କ ମନ୍ତବ୍ୟ ଆମକୁ ଆଘାତ ଦେଇଛି । ସେ ଜଣେ ମହିଳା କ୍ରୀଡାବିତ ହୋଇ ସୁଦ୍ଧା ଆମକୁ ସମର୍ଥନ କରୁନାହାନ୍ତି । ଆମେ କଣ ଅନୁଶାସନହୀନ କାର୍ଯ୍ୟ କରିଛୁ । ଆମେ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛୁ । ନ୍ୟାୟ ପାଇଁ ଦାବି କରୁଛୁ ।’’ ତେବେ ଆଜି ପିଟି ଉଷା ନିଜେ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଗଣମାଧ୍ୟମ ଉଷାଙ୍କ ପ୍ରତିକ୍ରିୟା ଚାହିଁଥିଲେ ସୁଦ୍ଧା ସେ ନୀରବ ରହି ଧାରଣାସ୍ଥଳ ଛାଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.