ETV Bharat / bharat

ସାରା ବିଶ୍ବରେ ବିଧାନ ପରିଷଦ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ

author img

By

Published : Jan 9, 2021, 8:45 PM IST

ସାରା ବିଶ୍ବରେ ବିଭିନ୍ନ କାରଣ ପାଇଁ ବିକ୍ଷୋଭକାରୀମାନେ ସଂସଦ ଭବନ ଉପରେ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ସାରା ବିଶ୍ବରେ ବିଧାନ ପରିଷଦ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ
ସାରା ବିଶ୍ବରେ ବିଧାନ ପରିଷଦ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ

ହାଇଦ୍ରାବାଦ: ସରକାରଙ୍କ ଆଇନକୁ ବିରୋଧ କରି ଆନ୍ଦୋଳନକାରୀମାନେ କେତେବେଳେ ଜାତୀୟ ରାଜପଥକୁ ଅବରୋଧ କରନ୍ତି କେତେବେଳେ ଶୋଭାଯାତ୍ରା କରିଥାନ୍ତି । ଏହାସହିତ ସରକାରୀ କାର୍ଯ୍ୟାଳୟ ଘେରାଉ କରୁଥିବାର ମଧ୍ୟ ଦେଖାଯାଇଛି । ମାତ୍ର ସରକାରଙ୍କ କୌଣସି ନୀତିକୁ ବିରୋଧ କରି ଆନ୍ଦୋଳନକାରୀମାନେ ବିଧାନ ପରିଷଦ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାଁନ୍ତି । ତେବେ ସାରା ବିଶ୍ବରେ ଏହି ବିଧାନ ପରିଷଦଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।

- ଗୁଆଟେମାଲା(21.11.2020):- ଆମେରିକାର ମଧ୍ୟଭାଗରେ ଥିବା ଗୁଆଟେମାଲାରେ କଂଗ୍ରେସରେ ଶହ ଶହ ବିକ୍ଷୋଭକାରୀ କଂଗ୍ରେସ ଭବନକୁ ଧସେଇ ପଶି ଏହାର କିଛି ଭାଗକୁ ପୋଡ଼ିଦେଇଥିଲେ । ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଜିଆମାଟେଇ ଏବଂ ବିଧାନସଭାରେ ଏକ ବଜେଟ୍‌କୁ ଅନୁମୋଦନ ମିଳିଥିଲା । ତେବେ ଏହା ଶିକ୍ଷାନୁଷ୍ଠାନ ଏବଂ ସ୍ବାସ୍ଥ୍ୟ ଖର୍ଚ୍ଚ ହ୍ରାସ କରୁଥିବା ଅଭିଯୋଗ କରି ଆନ୍ଦୋଳନକାରୀମାନେ ଏହି ଆନ୍ଦୋଳନ କରିଥିଲେ ।

- ଆର୍ମେନିଆ(10.11.2020):- ନଭେମ୍ବର 10 ତାରିଖ ଦିନ ୟେରେଭାନରେ ଆର୍ମେନିଆ ସଂସଦ ଭବନରେ ବିକ୍ଷୋଭକାରୀମାନେ ମୁଖ୍ୟ ହଲରେ ଭାଷଣ ଦେଇ କିଛି ସାଂସଦଙ୍କ ଉପକରଣ ନଷ୍ଟ କରିଦେଇଥିଲେ। ପରେ ପୋଲିସ ଆନ୍ଦୋଳନକାରୀଙ୍କୁ ସଂସଦରୁ ବାହାର କରି ଦେଇଥିଲା।

- କିର୍ଜିସ୍ତାନ(06. 10.2020):- କିର୍ଜିସ୍ତାନରେ ବିଧାନସଭା ନିର୍ବାଚନର ଫଳାଫଳକୁ ବିରୋଧ କରି ଆନ୍ଦୋଳନକାରୀମାନେ ସଂସଦୀୟ କମ୍ପ୍ଲେକ୍ସ ଏବଂ ସୁରକ୍ଷା ମୁଖ୍ୟାଳୟକୁ ଭାଙ୍ଗି ଦେଇଥିଲେ । ଏହାପରେ କାର୍ଯ୍ୟାଳୟର କାଗଜପତ୍ରକୁ ରାସ୍ତା କଡ଼ରେ ଫିଙ୍ଗିବା ସହିତ ସଂସଦର କିଛି ଅଂଶରେ ନିଆଁ ଲଗାଇଥିବା ଦେଖିବାକୁ ମିଳିଥିଲା ।

- ଜର୍ମାନୀ(29.08.2020):- କୋଭିଡ-19 ମହାମାରୀ ପାଇଁ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରି ଆନ୍ଦୋଳନକାରୀମାନେ ରିଚଷ୍ଟାଗ୍ (ଜର୍ମାନୀର ସଂସଦ ଭବନ) ଉପରେ ଆକ୍ରମଣ କରିଥିଲେ ।

- ସର୍ବିଆ(08.07.2020):- କୋରୋନା ମହାମାରୀ ପାଇଁ ଲକଡାଉନ୍ ପ୍ରତିବନ୍ଧକକୁ ବିରୋଧ କରି ସର୍ବିଆରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହଜାର ହଜାର ବିକ୍ଷୋଭକାରୀ ପୋଲିସ୍ ସହ ଯୁଦ୍ଧ ଚଳାଇ ସର୍ବିଆର ସଂସଦ କମ୍ପ୍ଲେକ୍ସ (ବେଲଗ୍ରେଡରେ ଥିବା ନ୍ୟାସନାଲ ଆସେମ୍ବଲି ବିଲଡିଂ) ଉପରେ ଆକ୍ରମଣ କରିଥିଲେ ।

- ହଙ୍ଗକଙ୍ଗ(01.07.2019):- ଏବିକ୍ଷୋଭକାରୀମାନେ ହଂକଂ ସଂସଦକୁ ଏକ ଘଣ୍ଟା ଧରି ଘେରିବା ପରେ କେନ୍ଦ୍ରୀୟ ଚାମ୍ବରକୁ ପଶି ବିଧାନ ପରିଷଦର ଗ୍ଲାସକୁ ଭାଙ୍ଗିଥିଲେ।

- ଜର୍ଜିଆ(21.06.2019):- ଜୁନ୍ 2019ରେ ହଜାର ହଜାର ବିକ୍ଷୋଭକାରୀ ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଜର୍ଜିଆର ସଂସଦରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାବେଳେ ପ୍ରାୟ 240 ଲୋକ ପୋଲିସ ଦ୍ବାରା ଆହତ ହୋଇଥିଲେ।

- ମ୍ୟାକେଡୋନିଆ(27.04.2017):- ଏକ ଅନୁସୂଚିତ ଜାତି ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ବିକ୍ଷୋଭକାରୀମାନେ ସଂସଦରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

- ମୋଲଡୋଭା(07.04.2009):- ରବିବାରର ନିର୍ବାଚନକୁ ବିରୋଧ କରି ଶାସକ କମ୍ୟୁନିଷ୍ଟମାନେ କ୍ଷମତାକୁ ଫେରିବା ପରେ ମୋଲଡୋଭାରେ ବିକ୍ଷୋଭକାରୀମାନେ ଦେଶର ସଂସଦରେ ଆକ୍ରମଣ କରି ଝରକା, ଟେବୁଲ ଏବଂ ଚେୟାର ଫିଙ୍ଗିଥିଲେ। ଅତିକମରେ 10 ହଜାର ବିକ୍ଷୋଭକାରୀ ସଂସଦ ଭବନ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.