ETV Bharat / bharat

‘ଧାରଣାରତ ଚାଷୀ ଚିକେନ ବିରିୟାନୀ ଖାଇବାରୁ ବ୍ୟାପିଛି ବାର୍ଡ ଫ୍ଲୁ’ - ବିରିୟାନୀ ଖାଇବାରୁ ବ୍ୟାପିଛି ବାର୍ଡ ଫ୍ଲୁ

ଚାଷୀ ଆନ୍ଦୋଳନକୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ । ଏଥିଯୋଗୁଁ ବ୍ୟାପିଛି ବାର୍ଡ ଫ୍ଲୁ । ଅଧିକ ପଢନ୍ତୁ...

ଧାରଣରତ କୃଷକ ଚିକେନ ବିରିୟାନୀ ଖାଇବାରୁ ବ୍ୟାପିଛି ବାର୍ଡ ଫ୍ଲୁ

author img

By

Published : Jan 10, 2021, 11:48 AM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ । କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ଧରି ଚାଷୀ ସଙ୍ଗଠନ ଆନ୍ଦୋଳନରତ ରହିଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ସେପଟେ ଦେଶରେ ଆତଙ୍କ ଖେଳାଇଛି ବାର୍ଡ ପ୍ଲୁ । ଅଧିକାଂଶ ରାଜ୍ୟରେ ଏବେ ବାର୍ଡ ଫ୍ଲୁକୁ ନେଇ ଆଲର୍ଟ ଜାରି ହୋଇଛି । ରାଜସ୍ଥାନର ବିଜେପି ବିଧାୟକ ବାର୍ଡ ଫ୍ଲୁ ପାଇଁ ଧାରଣାରତ କୃଷକଙ୍କୁ ଦୋଷାରୋପ କରିଛନ୍ତି । ଧାରଣାସ୍ଥଳରେ ଆନ୍ଦୋଳନ କରୁଥିବା ଚାଷୀ ଚିକେନ ବିରିୟାନୀ ଖାଉଥିବାରୁ ଦେଶରେ ବାର୍ଡ ଫ୍ଲୁ ଦେଖାଦେଇଛି ବୋଲି ବିଧାୟକ ମଦନ ଦିଲୱାର କହିଛନ୍ତି ।

ଚାଷୀମାନେ ଧାରଣାସ୍ଥଳରେ ମଜାମସ୍ତି କରିବା ସହ ଭୋଜିଭାତ କରି ଖାଉଛନ୍ତି । ଦେଶପ୍ରତି ସେମାନେ କେବେ ମଧ୍ୟ ଚିନ୍ତା କରୁନାହାଁନ୍ତି । ତଥାକଥିକ ଚାଷୀମାନେ ଆନ୍ଦୋଳନ ନାଁରେ ଚିକେନ ବିରିୟାନୀ ଓ ଡ୍ରାଏ ଫ୍ରୁଟ ଖାଉଛନ୍ତି । ଏହି ଚିକେନ ବିରିୟାନୀ ଯୋଗୁଁ ଏବେ ଦେଶରେ ବାର୍ଡ ଫ୍ଲୁ ବ୍ୟାପୁଛି । ସେମାନେ ହୁଏତ ଆତଙ୍କବାଦୀ, ଚୋର କିମ୍ବା ଡକାୟତ ହୋଇଥିବେ । ନଚେତ ସେମାନେ ଚାଷୀମାନଙ୍କ ଶତ୍ରୁ ବୋଲି ବିଧାୟକ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର 3 କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ଧାରଣା ଦେଇଛନ୍ତି । ନଭେମ୍ବର 26 ତାରିଖରୁ ଆଜି ଯାଏଁ ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରୁନାହାଁନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.