ETV Bharat / bharat

ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କଲେ ଆନ୍ଦୋଳନକାରୀ ଚାଷୀ - ରାଜସ୍ଥାନରେ ରାସ୍ତା ଜାମ କଲେ ଚାଷୀ

ହରିୟାଣା ସୀମାରେ ଥିବା ସାରଜାହାଁପୁର ନିକଟରେ ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ଅବରୋଧ କଲେ ଆନ୍ଦୋଳନରତ ଚାଷୀ । ପଢନ୍ତୁ ଅଧିକ........

ଦିଲ୍ଲୀ -ଜୟପୁର ରାଜପଥ ଅବରୋଧ କଲେ ଆନ୍ଦୋଳନକାରୀ ଚାଷୀ

author img

By

Published : Dec 20, 2020, 9:01 PM IST

Updated : Dec 20, 2020, 9:43 PM IST

ଜୟପୁର: ହରିୟାଣା ସୀମାରେ ଥିବା ସାରଜାହାଁପୁର ନିକଟରେ ଦିଲ୍ଲୀ- ଜୟପୁର ଜାତୀୟ ରାଜପଥ ଅବରୋଧ କଲେ ଆନ୍ଦୋଳନରତ ଚାଷୀ । ଫଳରେ ହାଇଓ୍ବେରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ବହୁ ସଂଖ୍ୟକ ଗାଡି ଅଟକି ରହିଛନ୍ତି । ଗତ 8 ଦିନରୁ ଧାରଣାରେ ବସିଥିବା ଚାଷୀ ଆଜି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗାଡି ଚଳାଚଳ ସ୍ବାଭାବିକ ହୋଇନଥିବା ଜଣାପଡିଛି ।

ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କଲେ ଆନ୍ଦୋଳନକାରୀ ଚାଷୀ

ଫସି ରହିଥିବା ଗାଡି ଗୁଡିକୁ ଅନ୍ୟ ରାସ୍ତା ଦେଇ ଡାଇଭର୍ଟ କରିବାକୁ ଚେଷ୍ଟା କରୁଛି ପୋଲିସ । ଜାଟ ମହାସଭାର ଅଧ୍ୟକ୍ଷ ରାଜାରାମ ମିଲଙ୍କ ନେତୃତ୍ବରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ହଠାତ କୃଷକମାନେ ରାଜରାସ୍ତା ଅବରୋଧ କରିଛନ୍ତି ।

ତେବେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନଥିବା ଯୋଗୁ ଗାଡି ଚଳାଚଳ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନଥିବାବେଳେ କୃଷକ ମାନଙ୍କ ସହ ଆଲୋଚନା ଜାରି ରଖିଛି ରାଜସ୍ଥାନ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 20, 2020, 9:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.