ETV Bharat / bharat

Azan played in School: ଘରୋଇ ବିଦ୍ୟାଳୟରେ ବାଜିଲା ଆଜାନ, ଶିକ୍ଷକ ନିଲମ୍ବିତ

author img

By

Published : Jun 16, 2023, 9:15 PM IST

ମହାରାଷ୍ଟ୍ରର ଏକ ହିନ୍ଦୁ ସ୍କୁଲରେ ବାଜିଲା ଆଜାନ । ଅଭିଭାବକ ଓ ବିଜେପିର ବିକ୍ଷୋଭ ପରେ ଶିକ୍ଷକ ନିଲମ୍ବିତ । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ଆଜାନକୁ ନେଇ ମହାରାଷ୍ଟ୍ରର ପଶ୍ଚିମାଞ୍ଚଳ କନ୍ଦିଭଲି ସ୍ଥିତ ଘରୋଇ ବିଦ୍ୟାଳୟରେ ଉତ୍ତେଜନା । ପ୍ରାତଃ ପ୍ରାର୍ଥନା ସମୟରେ ସ୍କୁଲରେ ଆଜାନ ବାଜିବାରୁ ବିଜେପି ସମେତ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ଶେଷରେ ନିଲମ୍ବିତ ହୋଇଛନ୍ତି ଶିକ୍ଷକ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମାମଲା ରୁଜୁ ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ଅଜୟ କୁମାର ବଂଶଲ ।

ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ ପରି ଶୁକ୍ରବାର ସକାଳ 7ଟାରେ ବିଦ୍ୟାଳୟରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ । ସବୁଦିନ ପ୍ରାର୍ଥନୀ ସଙ୍ଗୀତ ପ୍ଲେ କରିବା ଲାଗି ନିୟୋଜିତ ଥିବା ଶିକ୍ଷକ ଜଣକ ଆଜାନ (ମୁସଲିମ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ଗୀତ) ବଜାଇଥିଲେ । ତେବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ପ୍ଲେ କରାୟାଇଥିବା କହିଛନ୍ତି ଅଭିଭାବକ । ସ୍କୁଲ ପରିସରରେ ଅଭିଭାବକମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ବିଜେପି ସ୍ଥାନୀୟ ବିଧାୟକ ଯୋଗେଶ ସାଗର । ଏହା ଜାଣିଶୁଣି କରାଯାଇଥିଲା କୌଣସି ଭୁଲବଶତଃ ହୋଇନଥିଲା ବୋଲି ସେ ଅଭିୟୋଗ କରିଥିଲେ । ଏପରି କରିଥିବା ଶିକ୍ଷକଙ୍କୁ ବଞ୍ଚାଇବା ଲାଗି ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ (ଶିକ୍ଷକ) ସମର୍ଥନ କରୁଥିବା ଯୋଗେଶ ଅଭିଯୋଗ ଆଣିଥିଲେ ।

ଏହା ବି ପଢନ୍ତୁ- Cyclone Biparjoy: ବାତ୍ୟା ମୁକାବିଲାରେ ସଫଳ ଗୁଜୁରାଟ, ଯାଇନି ଜଣଙ୍କ ବି ଜୀବନ

ମାଇକ ସାହାଯ୍ୟରେ ଆଜାନ ବଜାଇବାକୁ ନେଇ ପୂର୍ବରୁ ମହାରାଷ୍ଟ୍ରର ରାଜନୈତିକ ବିବାଦ ଉପୁଜିଛି । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଗତ ବର୍ଷ ସ୍ପିକରରେ ଆଜାନ ବଜାଇବା ବିରୋଧରେ ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ। ଯଦି ଆଜାନ ସ୍ପିକର ଦ୍ବାରା ବଜାଇବା ବନ୍ଦ କରାନଯିବ ତେବେ ସେ ମସଜିଦ ନିକଟରେ ହନୁମାନ ଚାଳିଶା ସ୍ପିକର ସାହାଯ୍ୟରେ ବଜାଇବେ ବୋଲି କହିଥିଲେ । ତେବେ ଆଜି ଘଟିଥିବା ଘଟଣା ପରେ ଆଜାନ ବଜାଇଥିବା ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ବୋଲି ସ୍କୁଲ ପ୍ରିନ୍ସିପାଲ ଡଃ ରେଶମା ହେଗଡେ ସୂଚନା ଦେଇଛନ୍ତି ।

ଏ ନେଇ ପ୍ରନ୍ସିପାଲ ରେଶମା କହିଛନ୍ତି, "ଏହା ଏକ ହିନ୍ଦୁ ସ୍କୁଲ । ତେବେ ଆଗକୁ ଯେପରି ଏପରି ଘଟଣା ନ ଘଟିବ ତାହା ଉପରେ ଦୃଷ୍ଟି ଦିଆଯିବ ।" କପୋଲ ବିଦ୍ୟାନିଧି ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କାରଣ ଆଜାନ ବାଜିବା ପରେ ଏହାକୁ ଉଚ୍ଚାରଣ କରିଥିଲେ ବିଦ୍ୟାଳୟର କୁନି କୁନି ପିଲା । ଯାହାକୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଭିଭାବକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.