ETV Bharat / bharat

କୋରୋନା ସମୟରେ କେମିତି କରିବେ ଯାତ୍ରା: କ'ଣ ଖାଇବେ, କ'ଣ ପିନ୍ଧିବେ...

author img

By

Published : May 30, 2021, 7:01 AM IST

ମହାମାରୀ କୋରୋନା ସମୟରେ ଦେଶ କିମ୍ବା ବିଦେଶ ବାହାରକୁ ଯାତ୍ରା କେତେ ଉଚିତ୍, କଣ ଖାଇବେ, କଣ ପିନ୍ଧିବେ। ଯେପରି କୋରୋନା ପାଖ ମାଡିବ ନାହିଁ । ଏ ନେଇ ଯାତ୍ରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଏହି ସମୟରେ ଯାତ୍ରା ଉଚିତ୍ ହୋଇ ନଥିଲେ ମଧ୍ୟ କିଛି ଜରୁରୀ କାମ ପାଇଁ ଯିବାକୁ ପଡିଥାଏ । ତେବେ ସେ ନେଇ କଣ ନିୟମ ମାନିବେ, କିପରି ନିଜ ଯାତ୍ରାକୁ ସଫଳ ଯାତ୍ରା ବନାଇବେ, ପଢନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

କୋରୋନା ସମୟରେ କେମିତି କରିବେ ଯାତ୍ରା: କଣ ଖାଇବେ, କଣ ପିନ୍ଧିବେ...

ହାଇଦ୍ରାବାଦ: କୋରୋନା ପଞ୍ଝାରେ ସାରା ବିଶ୍ବ । ତା କୋପରୁ କେହି ବର୍ତ୍ତି ପାରୁ ନାହାଁନ୍ତି । ଶେଷ ନିଶ୍ବାସ ପର୍ଯ୍ୟନ୍ତ ମଣିଷ ନିଜ ଜୀବନକୁ ବଞ୍ଚାଇବା ପାଇଁ ଅହରହ ସଂଗ୍ରାମରେ ଲାଗି ପଡିଛି । ଦ୍ବିତୀୟ ପର୍ଯ୍ୟାୟ କୋରୋନା ଏକପ୍ରକାର ଭୟଙ୍କର ହୋଇପଡିଛି । ଏହା ପ୍ରଭାବରେ ଜୀବନଯାତ୍ରା, ଦିନଚର୍ଯ୍ୟା ଏକ ପ୍ରକାର ଠପ୍ ହୋଇପଡିଛି । ଘରୁ ବାହାରିବା ପୂର୍ବରୁ ଶହେ ଥର ଭାବିବାକୁ ପଡୁଛି । ମୃତ୍ୟୁ ଏକପ୍ରକାର ପାଖେ ପାଖେ ରହୁଛି । ଯଦିଓ ଏହି ସମୟରେ ଯାତ୍ରା କରିବା ଉଚିତ୍ ନୁହେଁ । କିନ୍ତୁ କିଛି ଜରୁରୀ କାମ ଯୋଗୁଁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିଥାଏ । ତେଣୁ କିଛି ଜରୁରୀ ଟିପ୍ସ ଆପଣେଇ ଯାତ୍ରା କରନ୍ତୁ । ଏହାସହ ନିଜେ ସୁସ୍ଥ ରହିବା ସହ ଆପଣଙ୍କ ସହ ଯିଏ ଯାତ୍ରା କରୁଥିବେ, ସେ ମଧ୍ୟ କୋରୋନା ସଂକ୍ରମଣରୁ ବର୍ତ୍ତି ପାରିବେ । ତେବେ ଚାଲନ୍ତୁନା ଜାଣିବା, ସେ ସମ୍ପର୍କରେ ଅଳ୍ପାଂଶେ...

1) ଯାତ୍ରା କରିବା ସମୟରେ ଅଥବା ଯାତ୍ରା କରିବା ପୂର୍ବରୁ ମାଂସ ବା ମିଟ୍ ଖାଇବାରୁ ନିବୃତ୍ତ ରୁହନ୍ତୁ । ମୁଖ୍ୟତଃ କଞ୍ଚା ବା ଅଧା ତିଆରି ହୋଇଥିବା ମାଂସ ଖାଆନ୍ତୁ ନାହିଁ ।

2) ଯାତ୍ରା କରିବା ସମୟରେ ରୋଗୀ ଯାତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ନାହିଁ । ଯଥାସମ୍ଭବ ଯେଉଁମାନଙ୍କୁ ଥଣ୍ଡା, କାଶ, ଛିଙ୍କ ଅବା ଶ୍ବାସକ୍ରିୟାରେ ଅସୁବିଧା ହେଉଥିବ, ସେମାନଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ।

3) ଥଣ୍ଡା କିମ୍ବା ଜ୍ବର ହୋଇଥିଲେ, ଯାତ୍ରାକୁ ଏଡାନ୍ତୁ । ଯଥାସମ୍ଭବ ଘରେ ରହିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆପଣଙ୍କ ଯୋଗୁଁ ଅନ୍ୟମାନଙ୍କୁ ମଧ୍ୟ ଏହି ସଂକ୍ରମଣ ବ୍ୟାପିଯିବ ।

4) ମୁହଁରେ ମାସ୍କ, ହାତରେ ଗ୍ଲୋଭସ୍, ସମ୍ପୂର୍ଣ୍ଣ ଶରୀରରେ ପିପିଇ କିଟ୍ ପିନ୍ଧି ଯାତ୍ରା କରନ୍ତୁ । ପାଖରେ ସାନିଟାଇଜର୍ ରଖିବାକୁ ଭୁଲନ୍ତୁ ନାହିଁ ।

5) ଯେଉଁମାନେ ଚୀନକୁ ଯାତ୍ରା କରୁଛନ୍ତି, ସେମାନେ କୌଣସି ଦ୍ରବ୍ୟକୁ ଛୁଇଁବା ପୂର୍ବରୁ ଅଥବା ବ୍ୟବହାର କରିବା ପୂର୍ବରୁ ହାତକୁ ସାବୁନରେ ଧୋଇବା ନିହାତି ଆବଶ୍ୟକ । ଏହାସହ ସହଯାତ୍ରୀଙ୍କ ଖାଦ୍ୟ-ପାନୀୟ ସେୟାର କରନ୍ତୁ ନାହିଁ । କାଶ-ଛିଙ୍କ ସମୟରେ ମୁହଁରେ ରୁମାଲ ରଖନ୍ତୁ । ବାରମ୍ବାର ହ୍ୟାଣ୍ଡ ସାନିଟାଇଜର୍ ବ୍ୟବହାର କରନ୍ତୁ ।

6) ଯେଉଁମାନେ ବାହାର ଦେଶ ବିଶେଷ କରି ଚୀନରୁ ଯାତ୍ରା କରି ଫେରୁଛନ୍ତି, ତାଙ୍କ ସ୍ବାସ୍ଥ୍ୟର ଯାଞ୍ଚ ପାଇଁ ସମସ୍ତ ପ୍ରମୁଖ ବିମାନବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯଦି ଆପଣ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, କୋଚି ବିମାନବନ୍ଦରରେ ଚୀନରୁ ଯାତ୍ରା କରି ଫେରୁଛନ୍ତି, ତେବେ ସେମାନଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ । ଏହି ସମୟରେ ଯାତ୍ରୀମାନେ ଟେଷ୍ଟିଂ କର୍ମଚାରୀଙ୍କ ସହ ପୂର୍ଣ୍ଣ ସହଯୋଗ କରିବା ଉଚିତ୍ ।

7) ବିଦେଶ ଯାତ୍ରା କରିବା ପୂର୍ବରୁ ସେଠାକାର କୋରୋନା ଟେଷ୍ଟିଂ ପ୍ରକ୍ରିୟା ସମ୍ପର୍କରେ ଜାଣି ରଖନ୍ତୁ । ବିଦେଶର ବିଭିନ୍ନ ବିମାନବନ୍ଦର ଭଳି କି ଭଳି ନିୟମ କରିଛନ୍ତି । ତେଣୁ ଦେଶ ବାହାରକୁ ଯାତ୍ରା କରିବା ପୂର୍ବରୁ କିଛି ବିଶେଷ ତଥ୍ୟ ଜାଣିବା ନିହାତି ଆବଶ୍ୟକ ।

8) ମାଂସ ଓ ସି-ଫୁଡ ଥିବା ପ୍ୟାକେଟ ଫୁଡ୍ ଓ ଡବା ବନ୍ଦ ଥିବା ଫୁଡ୍ ଖାଆନ୍ତୁ ନାହିଁ । ଏହି ଖାଦ୍ୟ ଖାଇବାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ । ଯାତ୍ରା ସମୟରେ କିଛି ଡ୍ରାଏ ଫୁଡ୍, ବିସ୍କୁଟ, ଖାଖରା, ନିମିକି, ମିଠା ଗଜା, ମିକ୍ସଚର ସେଓ, କୁକିଜ ଭଳି ଶୁଖିଲା ଖାଇବା ପଦାର୍ଥ ନିଜ ସାଥିରେ ନିଅନ୍ତୁ । ଏହା ସ୍ବାସ୍ଥ୍ୟକର ହେବା ସହ ସଂକ୍ରମଣ ହେବାର ଭୟ ମଧ୍ୟ ନ ଥାଏ ।

9) ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ନିଦ୍ରା ପୂରଣ କରନ୍ତୁ । ଯଥା ସମ୍ଭବ ଶୋଇବା ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ହାଲକା ହେଲେ ମଧ୍ୟ କିଛି ଖାଇକି ଘରୁ ବାହାରନ୍ତୁ । ଖାଲି ପେଟରେ ଯାତ୍ରା କରନ୍ତୁ ନାହିଁ । ଯାତ୍ରା ସମୟରେ ଯଦି ଥଣ୍ଡା, କାଶ, ନାକରୁ ବୋହିବା, ତଣ୍ଟିରେ ବ୍ୟଥା ଅନୁଭବ ହେଲେ ତୁରନ୍ତ କ୍ରୁ ମେମ୍ବର୍ସଙ୍କ ସହ ଯୋଗଯୋଗ କରନ୍ତୁ ।

10) ବିମାନବନ୍ଦରରେ ଉପସ୍ଥିତ ଥିବା ଲୋକଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ପୁନଶ୍ଚ ଟେଷ୍ଟ ପରେ ରିପୋର୍ଟ ପଜେଟିଭ ଆସିଥାଏ । ତେଣୁ ଯଥା ସମ୍ଭବ ଭିଡ ଜାଗାରୁ ଦୂରେଇ ରହିବା ସହ ପ୍ରତ୍ୟେକ ଲୋକଙ୍କ ବେଶୀ ନିକଟତର ହୁଅନ୍ତୁ ନାହିଁ । କି କାହାକୁ ନିଜ ନିକଟତର ହେବାକୁ ଦିଅନ୍ତୁ ନାହିଁ ।

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ସୁରକ୍ଷିତ ଯାତ୍ରା । କେଉଁଆଡେ ଯାତ୍ରା କରିବା ପୂର୍ବରୁ ସମସ୍ତେ ଚାହାଁନ୍ତି କେମିତି ଭଲରେ ଯାଇ ଭଲରେ ଫେରିବା । ମହାମାରୀ ସମୟରେ ଯାତ୍ରାକୁ ନେଇ ସମସ୍ତଙ୍କ ମନରେ ଟିକେ ଭୟ ରହିଥାଏ । ଘରେ ସୁସ୍ଥ ରହିଲେ ମଧ୍ୟ ଯାତ୍ରା କଲାବେଳେ କୋରୋନାକୁ ନେଇ ମନରେ ସଙ୍କୋଚ ରହିଥାଏ । କାରଣ ଯାତ୍ରା ସମୟରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ପଡିଥାଏ । ନିଜ ପ୍ରତି ଟିକେ ଧ୍ୟାନ ରଖି ଉପରୋକ୍ତ ନିୟମାବଳୀକୁ ମାନିଲେ ଶରୀର ସୁସ୍ଥ ରହିବା ସହ ଯାତ୍ରା ସୁଖପ୍ରଦ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.