ETV Bharat / bharat

Propose Day: ଗୋଲାପ ଦେଇ ମନ କିଣିଲେ, ଆଜି ନିଃସଙ୍କୋଚରେ କହିଦିଅନ୍ତୁ ହୃଦୟର କଥା - ପ୍ରପୋଜ ଡେ ୨୦୨୩

ଗତକାଲି ରୋଜ ଡେ ଯାଇଥିବା ଫେବୃଆରୀ 8 ହେଉଛି ପ୍ରପୋଜ ଡେ । ଜୀବନରେ ପ୍ରେମ କରିବା କିମ୍ବା ପ୍ରେମକୁ ପାଇବା ପାଇଁ ଚେଷ୍ଟା କରିବା କୌଣସି ଖରାପ କାମ ନୁହେଁ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଏହି ଦିନ ଆପଣଙ୍କ ମନକଥା ଜଣାଇବା ପାଇଁ ଏକ ବଡ ସୁଯୋଗ । ଯଦି ପ୍ରେମ ନିବେଦନ କରିବାକୁ ଡର ଲାଗୁଛି ତେବେ ଏଭଳି ପନ୍ଥା ଆପଣାନ୍ତୁ

Propose Day
Propose Day
author img

By

Published : Feb 8, 2023, 8:25 AM IST

ହାଇଦ୍ରାବାଦ: ବସନ୍ତର ଆଗମନ ସହ ଚାରିଆଡେ ବହୁଛି ପ୍ରେମର ମଳୟ ପବନ । ମଙ୍ଗଳବାର ଠାରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଇଥିବା ବେଳେ ଆଜି ହେଉଛି ଦ୍ବିତୀୟ ଦିନ । ପ୍ରଥମ ଦିନରେ ସରିଛି ଗୋଲାପ ଦିଆନିଆ ସହ ନିଜର ବୋଲି ଜତେଇବାର ପ୍ରକ୍ରିୟା । ଆଜି ହେଉଛି ପ୍ରପୋଜ ଡେ । ଆଜି ଶାଶ୍ବତ, ଚିରନ୍ତନ ପ୍ରେମର କଥା କହିବେ ପ୍ରେମୀ ଯୁଗଳ । ମନର ମଣିଷକୁ ଗୋଲାପ ଦେବା ପରେ ହୃଦୟରେ ସାଇତି ରଖିଥିବା ଅସୁମାରୀ ସ୍ବପ୍ନକୁ କଥାକୁ ଦୁହେଁ ଦୁହିଁଙ୍କ ଆଗରେ କହିବେ । କିଏ ଆଇ ଲଭ ୟୁ କହିବ ତ ଆଉ କିଏ ସାତ ଜନ୍ମର ସାଥି ହେବା ପାଇଁ ପ୍ରଶ୍ନ କରିବେ ।

ପ୍ରେମ କରିବା ସହଜ । କିନ୍ତୁ ପ୍ରେମ ନିବେଦନ କରିବା ବଡ କଷ୍ଟକର କାମ । ସମସ୍ତେ ନିଜ ନିଜ ଜୀବନରେ ପ୍ରେମକୁ ନେଇ ସ୍ବପ୍ନ ଦେଖିଥାନ୍ତି । କିନ୍ତୁ ସ୍ବପ୍ନ ଦେଖୁଥିବା ପ୍ରତ୍ୟେକ ମଣିଷ ପ୍ରେମକୁ ପାଇନଥାନ୍ତି । କାହାକୁ ଅତି ସହଜରେ ସିନା ମନ ଦିଆଯାଇଥାଏ କିନ୍ତୁ ପ୍ରେମ ନିବେଦନ କରିବା ମୁସ୍କିଲ ହୋଇପଡେ । ଅନେକ ଲୋକ ନିଜ ମନକଥା କହିନପାରି ନିଜର ଇପସିତ ପ୍ରେମିକ, ପ୍ରେମିକାକୁ ହରାଇ ବସନ୍ତି । କିନ୍ତୁ ନିଜର ସ୍ବପ୍ନର ରାଜକୁମାର କିମ୍ବା ରାଜକୁମାରୀକୁ ମନ କଥା କହିବା ଆଜି ଶ୍ରେଷ୍ଠ ଦିନ । ନିଜର ସ୍ବପ୍ନର ଜୀବନ ସାଥିକୁ ନିବେଦନ କରିବା ପାଇଁ ଆଜିର ଦିନ ପ୍ରପୋଜ ଡେ ପ୍ରଯୁଜ୍ୟ ।

ଏହା ମଧ୍ୟ ପଢନ୍ତୁ: Rose Day 2023 : ଆରମ୍ଭ ହେଲା ପ୍ରେମର ସପ୍ତାହ, ଗୋଲାପ ଦିବସରେ ପ୍ରେମ ନିବେଦନ

ଆପଣ ନିଶ୍ଚୟ ଦେଖିଥିବେ କିଛି ଲୋକ ପ୍ରେମ କରିବା ସହ ପ୍ରେମର ସ୍ବପ୍ନରେ ହଜିଯାଆନ୍ତି । ପ୍ରେମ ନିବେଦନ କରିବା ପାଇଁ ଅନେକ ଥର ପ୍ରସ୍ତୁତି କରିଥାନ୍ତି କିନ୍ତୁ ସାମ୍ନାକୁ ଗଲେ ସତେ ଯେମିତି ସବୁ ଶବ୍ଦ ବନ୍ଦ ହୋଇଯାଇଥାଏ । ମୁ,ତୁମକୁ, ସେ କହି ଚୁପ ହୋଇଯାଇଥାନ୍ତି । ହେଲେ କିଭଳି ମନ କଥା କହିବେ ଏହି ନିମ୍ନ ଲିଖିତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ

  1. ଆପଣ ଯଦି କାହାକୁ ଭଲ ପାଉଛନ୍ତି କିନ୍ତୁ ନିବେଦନ କରିପାରୁନାହାନ୍ତି ତେବେ ଘର ରାସ୍ତାକୁ ପ୍ରଥମେ ଫୁଲରେ ସଜାନ୍ତୁ ।ଗୋପନୀୟ ଭାବେ ଏହା କରି ସରପ୍ରାଇଜ ଦିଅନ୍ତୁ । ଏଥରେ ପ୍ରେମିକ କିମ୍ବା ପ୍ରେମିକାକୁ ପ୍ରେମରେ କିଛି ଆଭାଷ ମିଳିପାରିବ । ଯଦି ଆପଣଙ୍କ ପ୍ରେମିକ କିମ୍ବା କୌଣସି ଅଫିସରେ କାମ କରୁଛନ୍ତି, ତେବେ ତାଙ୍କର ଯିବା ଏବଂ ଆସିବା ପାଇଁ ଏକ ଡେକୋରେଟ ଗାଡିର ବ୍ୟବସ୍ଥା କରନ୍ତୁ ।
  2. ଯଦି ଆପଣ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି, ତେବେ ବିଜ୍ଞାପନ ହୋର୍ଡିଂରେ ଆପଣ ନିଜ ହୃଦୟର କଥା ଲେଖିପାରିବେ । ଏହାସହ ଆପଣ ଆଜି ନିଜର ମନର ମଣିଷକୁ ତାର ପ୍ରିୟ ସ୍ଥାନକୁ ନେଇ ମନକ କଥା କୁହନ୍ତୁ । ଆପଣଙ୍କୁ ଯଦି ସାମ୍ନାରେ କହିବା ପାଇଁ ଡର ଲାଗୁଛି, ତେବେ ଏକ ସୁନ୍ଦର ଭିଡିଓ ବାର୍ତ୍ତା କିମ୍ବା କବିତା ଆକାରରେ ପ୍ରେମ ନିବେଦନ କରନ୍ତୁ ।
  3. ଯଦି ଆପଣଙ୍କ ପ୍ରେମିକ କିମ୍ବା ପ୍ରେମିକାକୁ ରୋମାଣ୍ଟିକ ଜିନିଷ ଭଲ ଲାଗେ ତେବେ ମାଉଣ୍ଟେନ କିମ୍ବା ଓ୍ବାଟର ପାର୍କକୁ ନେଇ ପ୍ରେମ ନିବେଦନ କରନ୍ତୁ । ଯଦିଓ ଗ୍ରିଟିଂ କାର୍ଡର ଯୁଗ ପୁରୁଣା ହୋଇଯାଇଛି ତଥାପି ଆଜିର ଦିନରେ ଏହା ରାମବାଣ ଭଳି କାମ କରିବ । ଏକ ସୁନ୍ଦର ବାର୍ତ୍ତା ସହିତ ଏକ ଅଭିବାଦନ କାର୍ଡ ଆପଣଙ୍କ ପ୍ରେମୀଙ୍କ ହୃଦୟକୁ ଛୁଇଁ ପାରିବ । କୋରିୟରରେ କିଛି ଦାମୀ ଗିଫ୍ଟ ପଠାଇ ମଧ୍ୟ ଆପଣ ପ୍ରେମ ନିବେଦନ କରିପାରିବେ ।
  4. ଆଜିର ଦିନକୁ ପାଳନ କରିବା ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ଉତ୍ସୁକତା ଦେଖିବାକୁ ମିଳିଥାଏ । କିଏ ଗୀତ ଗାଇ, କିଏ ଆଣ୍ଠୁମାଡି ତ ଆଉ କିଏ ସୁନ୍ଦର ଉପହାର ଦେଇ ପ୍ରେମ ନିବେଦନ କରିଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ହୋଇଥିବାରୁ କୌଣସି ସ୍ଥାନକୁ ନଯାଇ ଆଜିକାଲି ଫେସବୁକ, ହାଟ୍ସଆପ ମାଧ୍ୟମରେ ପ୍ରେମ ନିବେଦନ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.