ETV Bharat / bharat

ଦଳକୁ ଶକ୍ତି ଦେଖାଇବେ କି ବସୁନ୍ଧରା ! ବାସଭବନରେ ଏକାଠି ହେଲେ 20 ବିଧାୟକ - ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା

ବସୁନ୍ଧରାଙ୍କ ବାସଭବନରେ ପହଞ୍ଚିଲେ 20ରୁ ଅଧିକ ସମର୍ଥିତ ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତ୍ତା । ଏବେ ସୁଦ୍ଧା ମଧ୍ୟ ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି । ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାରୁ ବସୁନ୍ଧରାଙ୍କ ବାଟ ଓଗାଳି ପାରନ୍ତି ମହନ୍ତ ବାଳକନାଥ । ଅଧିକ ପଢନ୍ତୁ

ଦଳକୁ ଶକ୍ତି ଦେଖାଇବେକି ବସୁନ୍ଧରା ! ବାସଭବନରେ ଏକାଠି ହେଉଛନ୍ତି ସମର୍ଥିତ ବିଧାୟକ

author img

By ETV Bharat Odisha Team

Published : Dec 4, 2023, 10:18 PM IST

ଜୟପୁର: ରାଜସ୍ଥାନରେ ପରମ୍ପରା ବଜାୟ ରଖି ରାଜ୍ୟବାସୀ ଶାସକ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ବିରୋଧୀ ବିଜେପିକୁ ଏଥର ଶାସନ କ୍ଷମତା ଦେଇଛନ୍ତି । ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ତାହା ଫଳାଫଳର 24 ଘଣ୍ଟା ପରେ ମଧ୍ୟ ସ୍ପଷ୍ଟ ହୋଇପାରିନି । ପ୍ରଦେଶରେ ଦଳର ସବୁଠୁ ପ୍ରଭାବଶାଳୀ ଚେହେରା ତଥା ଦୁଇଥର ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସାରିଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କ ସମେତ ଏକାଧିକ ବିରିଷ୍ଠ ନେତା ଚଳିତ ଥର ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି । ସବୁଠୁ ବଡ କଥା ହେଲେ ଦଳ ବର୍ତ୍ତମାନ ସୁଦ୍ଧା ମଧ୍ୟ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିନି । ଏହାରି ମଧ୍ୟରେ ପୂର୍ବତନ ମଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ଅନୁଗତ ଗୋଷ୍ଠୀ ମଧ୍ୟରେ କିଛି ହଲଚଲ ସାମ୍ନାକୁ ଆସିଛି । ଆଜି ବସୁନ୍ଧାରାଙ୍କ ବାସଭବନରେ ତାଙ୍କର ବହୁ ସମର୍ଥିତ ବିଧାୟକ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଦେଖିବାକୁ ମିଳିଛି ।

ଜୟପୁରର ସିଭିଲ ଲାଇନ-13 ସ୍ଥିତ ବସୁନ୍ଧରାଙ୍କ ବାସଭବନରେ ଆଜି ଏକାଧିକ ଦଳୀୟ ନେତାଙ୍କୁ ଦେଖିବାକୁ ମିଳିଛି । ଆଜି ବସୁନ୍ଧରାଙ୍କୁ ଭେଟିଥିବା ବିଧାୟକଙ୍କ ମଧ୍ୟରେ କାଳିଚରଣ ସରଫ, ବାବୁ ସିଂ ରାଥୋଡ, ପ୍ରେମଚାନ୍ଦ ବୈରଓ୍ବା, ଗୋବିନ୍ଦ ରାଣୀପୁରିଆ, ଲଳିତ ମୀନା,କନଓ୍ବର ଲାଲମୀନା, ରାଧେଶ୍ୟାମ ବୈଇରା, କାଲୁଲାଲ ମୀନା, ସୁରେଶ ରାୱତ, କେ.କେ ବିଷ୍ଣୋଇ, ଭାଗଚାନ୍ଦ ତକାର, ପ୍ରତାପ ସିଂ ସିଂଭି ପ୍ରମୁଖ ନିର୍ବାଚିତ ବିଧାୟକ ଥିଲେ । ଏମାନଙ୍କ ବ୍ୟତୀତ ଦଳର ପୂର୍ବତନ ରାଜ୍ୟ ସଭାପତି ଅଶୋକ ପରନାମୀଙ୍କୁ ମଧ୍ୟ ଆଜି ବସୁନ୍ଧରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ବିଧାୟକଙ୍କ ଏହି ସଂଖ୍ୟା ପ୍ରାୟ 20 ହେବା ନେଇ ଚର୍ଚ୍ଚା ହେଉଛି । ସେମାନେ ବସୁନ୍ଧରାଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶା କଂଗ୍ରେସର ତେଲେଙ୍ଗାନା ଫର୍ମୂଲା : ରାଜ୍ୟରେ ପରିବର୍ତ୍ତନ ନାରା ଦେଲେ ଶରତ

ତେବେ ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ବସୁନ୍ଧରା ଚଳିତଥର ମଧ୍ୟ ମୁଖ୍ଯମନ୍ତ୍ରୀ ପଦ ପାଇଁ ନିଜ ସମର୍ଥିତ ବିଧାୟକଙ୍କ ପ୍ରଭାବରେ ଦିଲ୍ଲୀ ନେତୃତ୍ବଙ୍କ ଉପରେ ଚାପ ସୃଷ୍ଟି କରିପାରନ୍ତି । ଏପର୍ଯ୍ୟନ୍ତ ଦଳ କାହା ଆଡକୁ ସଙ୍କେତ ଦେଇନଥିବା ସୁଦ୍ଧା ବସୁନ୍ଧାରା ଓ ମହନ୍ତ ବାଳକନାଥଙ୍କ ମଧ୍ଯରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦାବିଦାରି ସର୍ବାଧିକ ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଚଳିତ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓ ସାଂସଦ ଦୀୟା କୁମାରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛନ୍ତି । ତେଣୁ ଦଳ କ’ଣ ନିଷ୍ପତ୍ତି ନେଉଛି ଓ ତାହା କିପରି ଅନ୍ୟ ଆଶାୟୀମାନେ ଗ୍ରହଣ କରୁଛନ୍ତି ତାହା ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.