ETV Bharat / bharat

ଆକବରୁଦ୍ଦିନ କାମଚଳା ବାଚସ୍ପତି: ରାଜ୍ୟପାଳଙ୍କୁ ଭେଟିଲା ବିଜେପି, କଂଗ୍ରେସ-AIMIM ମଧ୍ୟରେ ଗୁୁପ୍ତ ଡିଲ୍ ହୋଇଥିବା ଅଭିଯୋଗ

author img

By ETV Bharat Odisha Team

Published : Dec 9, 2023, 6:36 PM IST

protem speaker Akbaruddin administers oath to new MLA: ଆକବରୁଦ୍ଦିନ ଓଓ୍ବେସୀ କାମଚଳା ବାଚସ୍ପତି ହେବା ପରେ ଶପଥ ନେଲେନି ବିଜେପି ବିଧାୟକ । ରାଜ୍ୟପାଳଙ୍କୁ ଭେଟିଲେ,କଂଗ୍ରେସ- ଏଆଇଏମଆଇଏମ ଗୁୁପ୍ତ ଡିଲ ଥିବା ନେଇ କଲେ ଅଭିଯୋଗ । ଅଧିକ ପଢନ୍ତୁ

ଅକବରୁଦ୍ଦିନ ଓଓ୍ବେସୀ କାମଚଳା ବାଚସ୍ପତି: କଂଗ୍ରେସ- ଏଆଇଏମଆଇଏମ ଗୁୁପ୍ତ ଡିଲ ନେଇ ରାଜ୍ୟପାଳଙ୍କୁ ଅଭିଯୋଗ କଲା ବିଜେପି

ହାଇଦ୍ରାବାଦ: AIMIM ବିଧାୟକ ଆକବରୁଦ୍ଦିନ ଓଓ୍ବେସୀଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ମିଳିବା ପରେ ତେଲେଙ୍ଗାନା ରାଜନୀତି ଆରମ୍ଭରୁ ସରଗରମ ହେଲାଣି । କଂଗ୍ରେସ ଓ AIMIM ମଧ୍ୟରେ କୌଣସି ନିର୍ବାଚନୀ ମେଣ୍ଟ ନଥିଲେ ସୁଦ୍ଧା ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ରାଜ୍ୟପାଳଙ୍କୁ ଅଭିଯୋଗ କରିଛି ବିଜେପି । ବିଜେପି ବିଧାୟକମାନେ ଗୃହ ପ୍ରକ୍ରିୟାକୁ ମଧ୍ୟ ବର୍ଜନ କରିଛନ୍ତି । ଦଳର ପ୍ରଦେଶ ଅଧ୍ୟକ୍ଷ ଜି.କିଶନ ରେଡ୍ଡୀଙ୍କ ନେତୃତ୍ବରେ ଦଳ ରାଜ୍ୟପାଳ ତାମିଲସାହି ସୁନ୍ଦରାଜନ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଆକବରୁଦ୍ଦିନ ଗତକାଲି ନିଜେ କାମଚଳା ବାଚସ୍ପତି ଭାବେ ରାଜ୍ୟପାଳଙ୍କ ଦ୍ବାରା ଶପଥ ଗ୍ରହଣ କରିବା ପରେ ଆଜି ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି । ମାତ୍ର ବିଜେପିର 8 ନିର୍ବାଚିତ ବିଧାୟକ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଶପଥ ନେବାକୁ ମଧ୍ୟ ମନା କରିଛନ୍ତି ।

  • #WATCH | Newly elected leaders take oath as members of the Telangana Legislative Assembly before Pro-tem Speaker Akbaruddin Owaisi

    BJP MLAs are boycotting oath-taking with Pro-tem Speaker Akbaruddin Owaisi presiding over the proceedings pic.twitter.com/16whzG37Uc

    — ANI (@ANI) December 9, 2023 " class="align-text-top noRightClick twitterSection" data=" ">

ପ୍ରଥମେ ବିଜେପି ବିଧାୟକ ଟି.ରାଜା ସିଂ ଆକବରୁଦ୍ଦିନ ଓଓ୍ବେସୀଙ୍କ ଦ୍ବାରା ବିଧାୟକ ଭାବେ ଶପଥ ଗ୍ରହଣ କରିବେ ନାହିଁ ବୋଲି ମନା କରିଥିଲେ । ଏହା ପରେ ପାର୍ଟି ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲା । ପ୍ରଦେଶ ବିଜେପି ଅଧ୍ୟକ୍ଷ କିଶନ ରେଡ୍ଡୀଙ୍କ ନେତୃତ୍ବରେ ସମସ୍ତ 8 ବିଧାୟକ ପାର୍ଟି ଅଫିସରେ ଏକାଠି ହୋଇଥିଲେ । ଏହା ପରେ ସେମାନେ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଶାସକ କଂଗ୍ରେସ ଓ AIMIM ମଧ୍ୟରେ ଭିତିରି ବୁଝାମଣା ରହିଛି ବୋଲି ଦଳ ଅଭିଯୋଗ କରିଛି । ଅନ୍ୟପଟେ ବିଜେପି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଦଳୀୟ ବିଧାୟକମାନେ କାମଚଳା ବାଚସ୍ପତିଙ୍କ ଦ୍ବାରା ଶପଥଗ୍ରହଣ କରିବେନାହିଁ । ବାଚସ୍ପତି ନିର୍ବାଚିତ ହୋଇସାରିଲେ ସମସ୍ତ 8 ବିଧାୟକ ଶପଥ ନେବେ ବୋଲି ଦଳ ସ୍ପଷ୍ଟ କରିଛି ।

ଏହା ମଧ୍ଯ ପଢନ୍ତୁ :- ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ସ୍ପିକର ନିଯୁକ୍ତିକୁ କିଶନ ରେଡ୍ଡିଙ୍କ ବିରୋଧ: 'ସ୍ଥାୟୀ ବାଚସ୍ପତି ନିର୍ବାଚନ ପରେ ହିଁ ଶପଥ ନେବେ ବିଜେପି ବିଧାୟକ'

ଚଳିତ ନିର୍ବାଚନରେ 119 ଆସନ ମଧ୍ୟରୁ ସଂଖ୍ୟା ଗରିଷ୍ଠତା ପାଇଁ 60 ଆସନ ଆବଶ୍ୟକ ଥିବା ବେଳେ କଂଗ୍ରେସ 64 ଆସନରେ ଜିତିଛି । ଭାରତ ରାଷ୍ଟ୍ର ସମିତି (ବିଆରଏସ) 39 ଆସନ, ଭାରତୀୟ ଜନତା ପାର୍ଟି (ବିଜେପି) 8 ଆସନ ଓ MIMIM 7 ଟି ଆସନ ଜିତିଥିବା ବେଳେ ସିପିଆଇ ମାତ୍ର ଗୋଟିଏ ଆସନ ପାଇଛି । ତେବେ ଗତକାଲି MIMର ବରିଷ୍ଠ ବିଧାୟକ ତଥା ସାଂସଦ ଅସାଦୁଦ୍ଦିନ ଓଓ୍ବେସୀଙ୍କ ସାନଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କୁ ଚାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ଶପଥ ପାଠ କରାଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.