ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ କଟାକ୍ଷ, କହିଲେ ଜାହାଜ ଛାଡି ନାବିକ ଫେରାର

ଫେସବୁକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ...

author img

By

Published : May 23, 2021, 6:56 PM IST

 ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ କଟାକ୍ଷ , ଜାହାଜର ନାବିକ ବୋଲି କହି କଲେ ଫେସବୁକ ପୋଷ୍ଟ

ଲକ୍ଷ୍ନୌ: ଦେଶର କୋରୋନା ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ନିଜର ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣାତ୍ମକ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

ପ୍ରିୟଙ୍କା କରିଥିବା ଏକ ପୋଷ୍ଟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଜାହାଜର ନାବିକ ଭାବେ ବିବେଚନା କରିଥିବା ଦେଖିବାକୁ ମିଳିଛି । ଦେଶର ଏପରି ଅବସ୍ଥାରେ ନାବିକ ଜାହାଜ ଛାଡି ପଳାୟନ କରିଥିବା ପ୍ରିୟଙ୍କା ତାଙ୍କ ପୋଷ୍ଚରେ ଉଲ୍ଲେଖ କରିଛନ୍ତି । ଦେଶରେ ଦେଖାଯାଇଥିବା କୋଭିଡ ସଙ୍କଟର ମୁକାବିଲା କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ପୂର୍ବରୁ ମଧ୍ୟ କୋଭିଡ ମୁକାବିଲା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ବିଫଳ ମୁକାବିଲା ନେଇ ଅଭିଯୋଗ ଆଣିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥବା ଦେଖିବାକୁ ମିଳିସାରିଛି ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.