ETV Bharat / bharat

ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଣି କୋରୋନା

author img

By

Published : Aug 10, 2022, 10:47 AM IST

Updated : Aug 10, 2022, 10:54 AM IST

ପୁଣି ଥରେ କୋରୋନା ସଂକ୍ରମିତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ପ୍ରିୟଙ୍କା ଗାନ୍ଧୀ ପୁଣିଥରେ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(Priyanka Gandhi Vadra tests positive for Covid) । ଆଜି (ବୁଧବାର) ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ସମସ୍ତ କୋଭିଡ ପ୍ରୋଟୋକଲ ପାଳନ କରିବା ସହ ବର୍ତ୍ତମାନ ଘରେ ଆଇସୋଲେସନରେ ରହିଛନ୍ତି । ଏନେଇ ପ୍ରିୟଙ୍କା ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଗତ ଜୁନରେ କଂଗ୍ରେସ ମହାସଚିବ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

  • Tested positive for covid (again!) today. Will be isolating at home and following all protocols.

    — Priyanka Gandhi Vadra (@priyankagandhi) August 10, 2022 " class="align-text-top noRightClick twitterSection" data=" ">

ଗତ କିଛି ଦିନ ମଧ୍ୟରେ ପୱନ ଖେରା, ସାଂସଦ ଅଭିଷେକ ମନୁ ସିଙ୍ଗଭିଙ୍କ ସମେତ କେତେକ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ଗତ ମଙ୍ଗଳବାର ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ତେବେ ଗତ ଜୁନରେ ଦଳ ମୁଖ୍ୟ ସୋନିଆ ଗାନ୍ଧୀ ମଧ୍ୟ କୋରୋନା ପଜିଟିଭ ଆସିଥିଲେ ।

Last Updated : Aug 10, 2022, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.