ETV Bharat / bharat

ମହାପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

author img

By

Published : Feb 15, 2021, 3:56 PM IST

ଉତ୍ତରପ୍ରଦେଶର ବିଜନୋରରେ କିସାନ ମହପଞ୍ଚାୟତକୁ ସମ୍ବୋଧନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଦେଶଭକ୍ତ ଓ ଦେଶଦ୍ରୋହୀଙ୍କ ମଧ୍ୟରେ ମୋଦି ଅନ୍ତର ବୁଝିପାରୁନଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

ମହାପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା
ମହାପଞ୍ଚାୟତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନୋରରେ କିସାନ ମହପଞ୍ଚାୟତକୁ ସମ୍ବୋଧନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରିୟଙ୍କା କହିଛନ୍ତି, ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ଦୁଇ ଥର ନିର୍ବାଚିତ କରିଛନ୍ତି । କାରଣ ତାଙ୍କ ଠାରୁ ଲୋକଙ୍କୁ କିଛି ଆଶା ରହିଛି । ସେ ବାରମ୍ବାର ରୋଜଗାର, ଚାଷୀଙ୍କ କଥା କହିଛନ୍ତି, ହେଲେ ଏବେ ତାଙ୍କ ଶାସନ କାଳରେ କିଛି ବି ହେଉନଥିବା କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, 2017ରେ ଏଠାରେ ଆଖୁର ମୂଲ୍ୟ ବୃଦ୍ଧି ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ବକେୟା ପୁରା କରିନାହାନ୍ତି । ହେଲେ ନିଜର 16 ହଜାର କୋଟିର ବିମାନ କିଣି ଦେଲେ । ସେ ଆହୁରି କହିଛନ୍ତି, ମୋଦି ସରକାର ଯେଉଁ ନୂଆ କୃଷି ଆଇନ ଆଣିଛନ୍ତି ଏହାଦ୍ବାରା ଉଦ୍ୟେୋଗପତି ଅଧିକ ଖାଦ୍ୟ ମହଜୁଦ କରିପାରିବେ ।

ପ୍ରିୟଙ୍କା କହିଛନ୍ତି, ସରକାରୀ ମଣ୍ଡିରେ ଏବେ ଟ୍ୟାକ୍ସ ନିଆଯିବ । ବେସରକାରୀ ମଣ୍ଡିରେ ଏମଏସପି ମିଳିବା ବନ୍ଦ ହୋଇଯିବ । ଏଣୁ ଉଦ୍ୟୋଗପତି ନିଜ ମନଇଚ୍ଛା ଫସଲ କିଣିବେ । ତେବେ ନୂଆ କୃଷି ଆଇନ ଯୋଗୁଁ କେବଳ ଉଦ୍ୟୋଗପତିଙ୍କ ଲାଭ ହେବ ଓ ଚାଷୀଙ୍କୁ କେହି ଶୁଣିବେ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କା । ସେହିପରି ଦେଶଭକ୍ତ ଓ ଦେଶଦ୍ରୋହୀଙ୍କ ମଧ୍ୟରେ ମୋଦି ଅନ୍ତର ବୁଝିପାରୁନଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.