ETV Bharat / bharat

'ମେ ଶେଷ ସୁଦ୍ଧା ସରିବ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା'

author img

By

Published : Mar 27, 2021, 7:06 PM IST

ମେ ମାସ ଶେଷ ସୁଦ୍ଧା ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା ଶେଷ ହେବ ବୋଲି ବେସାମରିକ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

'ମେ ଶେଷ ସୁଦ୍ଧା ସରିବ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା'
'ମେ ଶେଷ ସୁଦ୍ଧା ସରିବ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା'

ନୂଆଦିଲ୍ଲୀ: ଭାରତୀୟ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା ଆସନ୍ତା ମେ ମାସ ଶେଷ ସୁଦ୍ଧା ସରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର କହିଛନ୍ତି । ଏହି କମ୍ପାନୀର ନିଲାମ ପ୍ରକ୍ରିୟାକୁ ଆସନ୍ତା 64 ଦିନ ମଧ୍ୟରେ ଶେଷ କରିବାକୁ ସରକାର ସ୍ଥିର କରିଥିବା ସେ ସୂଚନା ଦେଇଛନ୍ତି ।

ଏହି ନିଲାମ ପ୍ରକ୍ରିୟା ପାଇଁ ଅନେକ ନିଲାମକାରୀ ଭାଗ ନେଇଥିବା ବେଳେ କିଛି ନିଲାମକାରୀଙ୍କୁ ମନୋନୀତ କରାଯାଇଛି ବୋଲି ମନ୍ତ୍ରୀ ହରଦୀପ କହିଛନ୍ତି । ଏୟାରଲାଇନ୍ସ ବର୍ତ୍ତମାନ ସୁଦ୍ଧା 60 ହଜାର କୋଟି ଟଙ୍କା ଋଣରେ ରହିଛି ଏବଂ ଏହା ବିକ୍ରି ହୋଇଯିବ ବୋଲି ସେ କହିଛନ୍ତି । କୋଭିଡ-19ର ଦ୍ୱିତୀୟ ତରଙ୍ଗ ଏୟାରଲାଇନ୍ସକୁ ଶତପ୍ରତିଶତ କାର୍ଯ୍ୟ କରିବାକୁ ଅନୁମତି ଦେବାରେ ବିଳମ୍ବ ଘଟାଇଛି । କିନ୍ତୁ ଚଳିତ ମାସ ଶେଷ ସୁଦ୍ଧା ଗ୍ରୀଷ୍ମ କାର୍ଯ୍ୟସୂଚୀ ଆରମ୍ଭରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ହରଦୀପ କହିଛନ୍ତି ।

ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ବିମାନ ଯାତ୍ରା ହେଉଛି ସବୁଠାରୁ ସୁରକ୍ଷିତ ଭ୍ରମଣ ମାଧ୍ୟମ । ତେବେ ବିମାନ ଯାତ୍ରା ସମୟରେ କୋଭିଡ-19 ପ୍ରୋଟୋକଲ ଅନୁସରଣ କରିବା ପାଇଁ ଯାତ୍ରୀମାନଙ୍କୁ ସଚେତନ କରାଇବା ଲାଗି କର୍ତ୍ତୃପକ୍ଷଙ୍କୁ ଦାୟିତ୍ବ ଦିଆଯାଇଛି । ଗୋରଖପୁର ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂର ସମ୍ପ୍ରସାରଣ ବିଷୟରେ ପୁରି କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶର 2-3 ବିମାନବନ୍ଦରରୁ ଲାଭବାନ ହେଉଛି ଏବଂ ଗୋରଖପୁର ଏହା ମଧ୍ୟରୁ ଗୋଟିଏ ବୋଲି ସେ କହିଛନ୍ତି । ଏହି ମହାଯୋଗୀ ଗୁରୁ ଗୋରଖନାଥ ଏୟାରପୋର୍ଟ ଟର୍ମିନାଲର ସମ୍ପ୍ରସାରଣ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.