ETV Bharat / bharat

ନାସିକରେ ଜଳିଗଲା ବସ: 11 ମୃତ, ଅନେକ ଆହତ - bus caught fire in Nashik

ନାସିକରେ ଜଳିଗଲା ଏକ ଯାତ୍ରୀବାହୀ ବସ । 14 ଯାତ୍ରୀଙ୍କ ମୃତ୍ୟୁ ସୂଚନା (several dead in bus burnt in Nashik)। ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Etv Bharatନାସିକରେ ଜଳିଗଲା ବସ: 14 ମୃତ, ଅନେକ ଆହତ

author img

By

Published : Oct 8, 2022, 7:32 AM IST

Updated : Oct 8, 2022, 10:12 AM IST

ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯିବା କାରଣରୁ 14 ଜଣଙ୍କ ମୃତ୍ୟୁ ହୋଇଛି (several dead in bus burnt in Nashik)। ଏହି ଅଘଟଣରେ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ନାସିକ-ଔରଙ୍ଗାବାଦ ରାସ୍ତାର ହୋଟେଲ ଚିଲି ଛକ ନିକଟରେ ଭୋର ପ୍ରାୟ 4ଟା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ବସରେ ପ୍ରାୟ 30ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ । ନିକଟସ୍ଥ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ବସଟି ପ୍ରାୟ 30ରୁ ଅଧିକ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ରର ଏଭତମାଲରୁ ନାସିକ ଅଭିମୁଖେ ଯାଉଥିଲା । ନାସିକ-ଔରଙ୍ଗାବାଦ ରାସ୍ତାର ହୋଟେଲ ଚିଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ବସଟି ମୁହାଁମୁହି ଧକ୍କା ହୋଇଥିଲା । ବସରେ ନିଆଁ ଲାଗିଯାଇଥିଲା । ବସଟିର ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଯିବା ଫଳରେ ଟାଙ୍କିଟି ବିସ୍ଫୋରଣ ହୋଇ ସମଗ୍ର ବସଟି ଜଳି ଉଠିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ ଓ ପ୍ରଶାସନକୁ ସୂଚନା ଦେବା ସହ ଯାତ୍ରୀଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ବର୍ତ୍ତମାନ 14 ଯାତ୍ରୀଙ୍କ ମୃତ୍ୟୁ ସରକାରୀ ଭାବେ ପ୍ରକାଶ କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ରହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିିନ୍ଧେ ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ସମସ୍ତ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ସିନ୍ଧେ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2022, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.