ETV Bharat / bharat

Bus Accident: ଖାଇକୁ ଖସିଲା ଘରୋଇ ବସ୍‌, 5 ମୃତ ଏକାଧିକ ଆହତ

author img

By ETV Bharat Odisha Team

Published : Oct 8, 2023, 10:33 PM IST

Updated : Oct 8, 2023, 10:53 PM IST

ଉତ୍ତରାଖଣ୍ଡ ନୈନିତାଲରେ ଖାଇକୁ ଖସିଲା ବସ୍‌ । ଯାତ୍ରା କରୁଥିଲେ 32 ଜଣ ଯାତ୍ରୀ । ଅଧିକ ପଢନ୍ତୁ

Nainital Bus Accident
Nainital Bus Accident

ଡେରାଡୁନ: ଉତ୍ତରାଖଣ୍ଡ ନୈନିତାଲରେ ଖାଇକୁ ଖସିଲା ଘରୋଇ ବସ୍‌ । ବସରେ ମୋଟ 32 ଜଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ଘଟିଛି । ନୈନିତାଲ କାଲାଢୁଙ୍ଗୀ ରୋଡ ନିକଟ ନାଲନି ଠାରେ ବସ୍‌ଟି ନିୟନ୍ତ୍ରଣ ହରାଇ ଖାଇକୁ ଖସିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ଦୁର୍ଘଟଣା ପରେ ରବିବାର ଯେପରି ଦୁର୍ଘଟଣାର ବାର ହୋଇଯାଇଥିବା ଆଲୋଚନା ହୋଇଛି । ଆଜି ସକାଳେ ଉଧର, ପିଥୌରଗଡ଼ରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ନୈନିତାଲ ପୋଲିସର ସୂଚନା ଅନୁସାରେ କାଲାଢୁଙ୍ଗୀ ରୋଡ ନିକଟ ନାଲନି ଠାରେ ଏହି ଘରୋଇ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ର NDRF ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ- ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଖାଇକୁ ଖସିଲା ପର୍ଯ୍ୟଟକ ବସ, 26 ମୃତ

ସେପଟେ ନୈନିତାଲ ଏସଏସପି ପ୍ରହ୍ଲାଦ ନାରାୟଣ ମିଣା କହିଛନ୍ତି,"ଏଯାବତ 22 ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି । ତଥାପି ଆହତ ଯାତ୍ରୀଙ୍କୁ ଯଥାଶ୍ରୀଘ୍ର ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଛି । କିଛି ଲୋକ ବସ ତଳେ ଚାପି ହୋଇ ରହିଛନ୍ତି । ସୂଚନା ଅନୁସାରେ ଏହି ବସ୍‌ରେ ପର୍ଯଟକ ଓ ସ୍କୁଲର କିଛି ଷ୍ଟାଫ ଯାତ୍ରା କରୁଥିଲେ । ଗୁରୁତର ଅବସ୍ଥାରେ କିଛି ଯାତ୍ରୀ ଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । "

ସୂଚନା ଥାଉ କି ରବିବାର ସକାଳେ ପିଥୌରଗଡର ଧାରଚୁଲାରେ ବୋଲେରୋ ଦୁର୍ଘଟଣା ଘଟିଥିଲା । ଧାରଚୁଲା ଗୁଞ୍ଜି ରାସ୍ତାରେ ବୋଲେରୋ ଉପରେ ହଠାତ ପଥର ଖସିପଡ଼ିଥିଲା । ଏହା ଫଳରେ 8 ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ କେଦାରନାଥ ହାଇୱେ ନିକଟ ଗୌରିକୁଣ୍ଡଠାରେ ମଧ୍ୟ ଦୁର୍ଘଟଣା ଘଟିଥିଲା । ଏଠାରେ ଯାନ ଉପରେ ପଥର ଖସିବା ଯୋଗୁଁ 2ଟି ଯାନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2023, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.