ETV Bharat / bharat

ଜେଲ ରେସ୍ତୋରାଁ : ମିଳିବ ଭଳିକି ଭଳି ସ୍ବାଦିଷ୍ଟ ଖାଦ୍ୟ, ପରଷିବେ କଏଦୀ ୟୁନିଫର୍ମ ପିନ୍ଧିଥିବା ୱେଟର - ଜେଲ୍ ଭଳି ରେସ୍ତୋରାଁ

ବ୍ୟବସାୟ ପାଇଁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜର ଏକ ସ୍ବତନ୍ତ୍ର ଏବଂ ଆକର୍ଷଣୀୟ ଶୈଳୀ ଆପଣେଇଥାନ୍ତି । କିପରି ସେମାନଙ୍କ ବ୍ୟବସାୟ ଅନ୍ୟମାନଙ୍କ ଠାରୁ ଭିନ୍ନ ହେବ । ଏହାରି ମଧ୍ୟରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରର 3 ଜଣ ବ୍ୟବସାୟୀ ନିଆରା ଉପାୟରେ ଆରମ୍ଭ କରିଛନ୍ତି ସେମାନଙ୍କ ବ୍ୟବସାୟ । ନିର୍ମାଣ କରିଛନ୍ତି ଜେଲ୍ ସଦୃଶ ରେସ୍ତୋରାଁ । ଅଧିକ ପଢନ୍ତୁ

ରେସ୍ତୋରାଁରେ ଜେଲର ଭ୍ରମ, ଗ୍ରାହକଙ୍କ ମନରେ ସ୍ମୃତିର ଛାପ ଛାଡିବା ରହିଛି ଉଦ୍ଦେଶ୍ୟ

author img

By

Published : Jan 9, 2022, 6:35 PM IST

Updated : Jan 9, 2022, 7:15 PM IST

ଅମରାବତୀ: ବ୍ୟବସାୟ ପାଇଁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜର ଏକ ସ୍ବତନ୍ତ୍ର ଏବଂ ଆକର୍ଷଣୀୟ ଶୈଳୀ ଆପଣେଇଥାନ୍ତି । କିପରି ସେମାନଙ୍କ ବ୍ୟବସାୟ ଅନ୍ୟମାନଙ୍କ ଠାରୁ ଭିନ୍ନ ହେବ ଏବଂ ଲୋକଙ୍କ ନିକଟରେ ଆଦ୍ରୁତ ହେବ ସେ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ଏହି ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରର 3 ଜଣ ବ୍ୟବସାୟୀ ନିଆରା ଉପାୟରେ ଆରମ୍ଭ କରିଛନ୍ତି ସେମାନଙ୍କ ବ୍ୟବସାୟ ।

ଅବିକଳ ଜେଲ ପରି ଲାଗୁଥିବା ଏକ ରେସ୍ତୋରାଁ ନିର୍ମାଣ କରିଛନ୍ତି । ଯାହା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଜେଲ୍ ପରି ଅନୁଭୂତ ହେବ ନିଶ୍ଚୟ । ଅନନ୍ତପୁରର ରୁଦ୍ରାମପେଟ ବାଇପାସ୍ ନିକଟରେ ଅବସ୍ଥିତ ଏହି ରେସ୍ତୋରାଁ । ଏହା ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଏକ ଜେଲରେ ପ୍ରବେଶ କରିବା ଭଳି ଅନୁଭବ ହେବ ।

ଜେଲକୁ ଜଗିବା ପାଇଁ ଏକ ସେଣ୍ଟ୍ରି ରଖାଯାଇଛି ଏବଂ ଆପଣ ଯେଉଁଆଡେ ବି ଚାହିଁବେ, ବନ୍ଧୁକଧାରୀ ଜଗୁଆଳିମାନେ ଛିଡା ହୋଇଥିବେ । କଏଦୀ ୟୁନିଫର୍ମରେ ଥିବା ସର୍ଭରମାନେ ସୁଇଙ୍ଗ୍ କବାଟ ଖୋଲିଥାନ୍ତି । ଏଠାକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ରେସ୍ତୋରାଁ ବଦଳରେ ଜେଲକୁ ଯାଉଛନ୍ତି ବୋଲି ଲାଗିବ ନିଶ୍ଚୟ ।

ରେସ୍ତୋରାଁ ମାଲିକ ଅନୁଷ୍କା, ମନୋଜ ଏବଂ ରଘୁବନ୍ସି କର୍ପୋରେଟ୍ ଚାକିରୀରେ ଥିଲେ । COVID-19 ମହାମାରୀ ଏବଂ ଲକଡାଉନ୍ ସମୟରେ, ଖାଲି ସମୟକୁ ବିନିଯୋଗ କରିବାକୁ ଚିନ୍ତା କଲେ ଏବଂ ଏକ ରେସ୍ତୋରାଁ କରିବାକୁ ମନସ୍ତ କଲେ । ସବୁ ରେସ୍ତାରାଁରେ ଭଲ ଖାଦ୍ୟ ମିଳୁଛି । ହେଲେ ଏକ ସ୍ମରଣୀୟ ଅନୁଭୂତି ନେଇ ଫେରିବାର କେଉଁଠି ବି ମିଳୁନି । ତେଣୁ ଏହିପରି ଭାବରେ ଗ୍ରାହକଙ୍କ ମନରେ ନିଆରା ସ୍ମୃତି ସଞ୍ଚାର କରିବାକୁ ପ୍ରୟାସ କଲେ ଅନୁଷ୍କା, ମନୋଜ ଏବଂ ରଘୁବନ୍ସି ।

ତେବେ ଏହି ରେସ୍ତୋରାଁର ମେନୁରେ, ଆପଣ ସୁଲଭ ମୂଲ୍ୟରେ ସେହି ଅଞ୍ଚଳର ସୁସ୍ୱାଦୁ ଖାଦ୍ୟ ପାଇପାରିବେ । ପ୍ରତିଷ୍ଠାତାମାନେ କହିଛନ୍ତି ଯେ, ସେମାନେ ଚାହୁଁଛନ୍ତି ଯେ ଖାଦ୍ୟ ଏବଂ 'ଅଭିଜ୍ଞତା' ସମସ୍ତଙ୍କ ନିକଟରେ ଉପଲବ୍ଧ ହେଉ । ଏଠାରେ ଆପଣ ଅନନ୍ତପୁରରେ ନିୟମିତ ଖାଦ୍ୟ ପାଇପାରିବେ । ଅନ୍ୟପଟେ ଅନନ୍ତପୁରର ଖାଦ୍ୟ ମଧ୍ୟ ବେଶ୍ ପ୍ରସିଦ୍ଧ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2022, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.